ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ପଛପଟୁ ମାଡ଼ିଗଲା କାର୍: ୨ ମୃତ, ୧୧ ଆହତ

2 kanwariyas killed 11 injured after a car rammed into them near Betnoi
ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ପଛପଟୁ ମାଡ଼ିଗଲା କାର୍: ୨ ମୃତ, ୧୧ ଆହତ

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ – ଭେଜିପୁଟ ମଝି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଧକ୍କାରେ ପାଣି ଭାର ନେଇ ଯାଉଥିବା ୨ଜଣ କାଉଡିଆଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। 

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ମୃତକ ହେଲେ ଅରଖପୁର ଗାଁର ମୁକୁନା ବେହେରା ଓ ଅନିତା କୁମାରୀ ଜେନା ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୭ ଜଣିଆ କାଉଡିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣିଭାର ନେଇ ଯାଉଥିଲେ। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡ଼ି ଯାଇଥିଲା। 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।

Share this story