୧୯ ଜଣ IPS ଅଫିସରଙ୍କୁ ପଦୋନ୍ନତି, ଜାଣନ୍ତୁ କେତେ ଜଣଙ୍କୁ ମିଳିଲା IG ପାହ୍ୟା, କେତେ ଜଣଙ୍କୁ DIG
 

Odisha Govt Promotes 19 IPS Officers 5 Upgraded To IG rank and 6 to DIG rank
୧୯ ଜଣ IPS ଅଫିସରଙ୍କୁ ପଦୋନ୍ନତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ସରକାର ନୂଆବର୍ଷ ୨୦୨୪ ପୂର୍ବରୁ ଓଡ଼ିଶା କ୍ୟାଡରର ୧୯ ଜଣ ଆଇପିଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଅଧିକ ପଢନ୍ତୁ :ମଙ୍ଗଳ ଗୋଚର ଫଳରେ ଏହି ୩ ରାଶିଙ୍କ ପାଇଁ ପାଲଟିବ ବରଦାନ, ଦୂର ହେବ ଟାଙ୍କର ଅଭାବ!

ବିଜ୍ଞପ୍ତି ଅନୁଯାୟୀ ୧୯୯୯ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ୨୦୨୪ ଜାନୁଆରି ପହିଲାରୁ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇପାରିବେ। ୨୦୦୬ ବ୍ୟାଚ୍‌ର ୫ ଜଣ ଆଇପିଏସ୍ ଅଫିସରଙ୍କୁ ପୁଲିସ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହି ଅଧିକାରୀମାନେ ହେଲେ ଅନୁପ କୁମାର ସାହୁ, ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଧା ସିଂ।

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ସେହିପରି ୨୦୧୦ ବ୍ୟାଚ୍‌ର ୬ ଜଣ ଆଇପିଏସ୍ ଅଫିସରଙ୍କୁ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ନୂଆ ଡିଆଇଜିମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂହ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ କେ ଶିବା ସୁବ୍ରମଣି। ବର୍ତ୍ତମାନ ଆଶିଷ କୁମାର, ପାରୁଲ ଗୁପ୍ତା ଏବଂ କେ ଶିବା ସୁବ୍ରମଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ସେହିପରି ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡରର ଅନ୍ୟ ୪ ଜଣ ଆଇପିଏସ୍ ଅଫିସର ରାହୁଲ ଜୈନ, ସର୍ବନା ବିବେକ ଏମ୍, କୁଶଲକର ନିତିନ ଦଗଡୁ ଓ ପ୍ରତ୍ୟୁଷ ଦିୱାକରଙ୍କୁ ଲେଭେଲ-୧୨ ବେତନ ସ୍କେଲକୁ ପଦୋନ୍ନତି ମିଳିଛି। ୨୦୧୧ ବ୍ୟାଚ୍‌ର ୩ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର, ବନୋଥ ଯୁଗଳ କିଶୋର କୁମାର, ବଟୁଲା ଗଙ୍ଗାଧରଙ୍କୁ ପେ ମେଟ୍ରିକ୍ସର ଲେଭେଲ ୧୩କୁ ପଦୋନ୍ନତି ଦିଆଯାଇଛି।

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି
 

Share this story