ବାହାନଗା ଟ୍ରେନ ଟ୍ରାଜେଡି: ୩ ରେଳ କର୍ମଚାରୀ ଗିରଫ କଲା ସିବିଆଇ

Odisha train tragedy: CBI arrests 3 persons

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ। ମିଳିଥିବା ସୂଚନା ମୁତାବକ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରାଯାଇଛି । ଏହି ତିନିଜଣ ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା ୩୦୪ ଓ ୨୦୧ ସିଆରପିସିରେ ମାମଲା ରୁଜୁ ହୋଇଛି ।

ଅଧିକ ପଢ଼ନ୍ତୁ: ଚଉଠି ରାତିରେ କନିଆଁ କଲା ଏମିତି କିଛି, ଯାହା ଦେଖି ଶାଶୂଘର ଲୋକଙ୍କ ଉଡିଗଲା ହୋସ୍, ଜାଣନ୍ତୁ ପୂରା ଘଟଣା

ମିଳିଥିବା ସୂଚନା ମୁତାବକ ଅପରାଧିକ ଷଡଯନ୍ତ୍ର ସହ ପ୍ରମାଣ ନଷ୍ଟ କରିବା ଭଳି ସଂଗୀନ ଅଭିଯୋଗ ସିବିଆଇ ଏମାନଙ୍କ ନାମରେ ଆଣିଛି । କୁହାଯାଉଛି ଯେ ଏହି ତିନିଜଣ ଅଭିଯୁକ୍ତ ଜାଣିଥିଲେ ଯେ ସେମାନଙ୍କ କାର୍ଯ୍ୟକଳାପ ଲାଗି ଏଭଳି ଦୁର୍ଘଟଣା ଘଟିବ ଏହା ସତ୍ତ୍ୱେ ବି ସେମାନେ କାହାକୁ ଜଣାଇନଥିଲେ । ଉଲ୍ଲେଖ ଥାଉ କି ଦକ୍ଷିଣପୂର୍ବ ରେଳ ସୁରକ୍ଷା କମିସନର (ସିଆର୍‌ଏସ୍‌) ମଧ୍ୟ ତଦନ୍ତ ରିପୋର୍ଟରେ ଏହି କଥା କହିଥିଲେ । ତାଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରାକ୍‌ରେ କିଛି ଅସୁବିଧା ନଥିଲା। ସମସ୍ୟାଟି ଥିଲା ସିଗ୍‌ନାଲ୍‌ ଓ ଟେଲି ଯୋଗାଯୋଗ ବିଭାଗରେ।

ଅଧିକ ପଢ଼ନ୍ତୁ: ହେପି ବାର୍ଥ ଡେ ମିଷ୍ଟର କ୍ୟାପଟେନ କୁଲ; ବିଶ୍ୱବ୍ୟାପୀ ପ୍ରଶଂସକ ୪୨ତମ ଜନ୍ମ ଦିନର ଏମିତି ଦେଲେ ଶୁଭେଚ୍ଛା

ଷ୍ଟେସନ୍‌ ମ୍ୟାନେଜର, ସିଗନାଲ ଇଞ୍ଜିନିୟର, ଟେକ୍ନିସିଆନ୍ କାହାରି କାହା ସହ ତାଳମେଳ ରହିଲାନି। ସିଗ୍‌ନାଲ ସଙ୍କେତ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ତାର, ଉପକରଣ ମରାମତି କ୍ଷେତ୍ରରେ ମଧ୍ୟ ଏକାଧିକ ତ୍ରୁଟି ରହିଥିଲା। ଏହାକୁ ନଜରଅନ୍ଦାଜ କରାଯିବା ଫଳରେ ବାହାନଗା ଭଳି ଏତେ ବଡ଼ ରେଳ ବିପର୍ଯ୍ୟୟ ଘଟିଲା । ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଶାଲିମାର-ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ କେଉଁ ଦ୍ରବ୍ୟ ଗୃହ ମଧ୍ୟରେ ରହିଲେ ଘରକୁ ବିପଦ ଆସେ

ଏହାପରେ ସିବିଆଇ ତଦନ୍ତ ପାଇଁ ରେଳ ମନ୍ତ୍ରାଳୟ ସୁପାରିଶ କରିଥିଲା । ସିବିଆଇ ପକ୍ଷରୁ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ବୟାନ୍‌ ରେକର୍ଡ କରିଥିଲା । ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ସିବିଆଇ ଲୋଡିଥିଲା । ଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଥିଲା ।

 

 

Share this story