ହେପି ବାର୍ଥ ଡେ ମିଷ୍ଟର କ୍ୟାପଟେନ କୁଲ; ବିଶ୍ୱବ୍ୟାପୀ ପ୍ରଶଂସକ ୪୨ତମ ଜନ୍ମ ଦିନର ଏମିତି ଦେଲେ ଶୁଭେଚ୍ଛା
ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଆଜି ଜନ୍ମଦିନ। ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିବା ଧୋନି ଆଜି ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସାରାବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଭରେତୀୟ କ୍ରିକେଟର ସଚିନ, ସେହ୍ୱାଗ, ଲକ୍ଷଣ, ଗାଙ୍ଗୁଲି ପ୍ରମୁଖ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ବ୍ୟତୀତ ପୂରା ଟିମ ମାହିଙ୍କୁ ଶୁଭକାମନା ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା; ସକାଳ ୯ରୁ ୫ଟା ଯାଏ ନାମଲେଖା
ଅନ୍ୟପକ୍ଷରେ ବିଭିନ୍ନ ଅଞ୍ଚଳରେ ଧୋନିଙ୍କ ପ୍ରଂଶସକମାନେ ବି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। କେକ୍ କାଟିବା ସହିତ ମାହିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି।ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ରିକେଟ ଜଗତରେ ଟିମକୁ ଏକ ନୂଆ ପରିଚୟ ଦେଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ୱ ବିଜୟୀ ହୋଇଛି।
The only reason for me to watch cricket and that is MS Dhoni#HappyBirthdayMSDhoni pic.twitter.com/twuKjbeogK
— Ramiz Raza (@RamijRaza5) July 7, 2023
୨୦୦୭ ଟି-୨୦ବିଶ୍ୱକପ, ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଧୋନିଙ୍କ ନେତୃତ୍ୱରେ କବଜା କରିଛି ଦଳ।ନିଜର ବଳିଷ୍ଠ ପ୍ରଦର୍ଶନଦ୍ୱାରା ମହେନ୍ଦ୍ର ସିଂହ ଧୋନି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ । ଯାହାଫଳରେ ତାଙ୍କୁ ୧୯୯୭/୯୮ ମସିହା ପାଇଁ ଷୋହଳ ବର୍ଷରୁ କମ୍ ବିନୁ ମଙ୍କଡ୍ ଟ୍ରଫି ପାଇଁ ଚୟନ କରାଯାଇଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ତାଙ୍କର ପ୍ରଦର୍ଶନ ଅତି ଉଚ୍ଚକୋଟୀର ଥିଲା ।
The Sun God has 7 horses to pull his heavenly chariot.
— Virender Sehwag (@virendersehwag) July 7, 2023
In the Rigveda there are 7 parts of the world, 7 seasons & 7 fortresses
7 basic musical notes
7 pheras in a marriage
7 wonders of the world
And on
7th day of 7th month- Birthday of a top man @msdhoni , #HappyBirthdayDhoni . pic.twitter.com/ZZwXBT5mLV
୨୦୦୧ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ମେଦିନପୁରଠାରେ ଥିବା ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଭୁକ୍ତ ଖଡଗପୁର ରେଳ ଷ୍ଟେସନରେ ଜଣେ ରେଳ ଟିକେଟ୍ ଯାଞ୍ଚ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ । ମାତ୍ର ସେଠି ରହିବା ସମୟରେ ମଧ୍ୟ ସେ କ୍ରିକେଟକୁ ଭୁଲି ପାରି ନଥିଲେ ବା କ୍ରିକେଟଠାରୁ ନିଜକୁ ଦୂରେଇ ଦେଇ ପାରୁ ନଥିଲେ ।
𝐋𝐞𝐚𝐝𝐞𝐫, 𝐋𝐞𝐠𝐞𝐧𝐝 𝐚𝐧𝐝 𝐚𝐧 𝐢𝐧𝐬𝐩𝐢𝐫𝐚𝐭𝐢𝐨𝐧 𝐭𝐨 𝐦𝐢𝐥𝐥𝐢𝐨𝐧𝐬 🙌
— Gujarat Titans (@gujarat_titans) July 6, 2023
Wishing the man who consistently defied all the odds again & again, the Captain Cool himself, Mahendra Singh Dhoni, a very happy 4️⃣2️⃣nd birthday 🎂 #AavaDe #MSDhoni pic.twitter.com/N6Ou39zFd1
ଖଡଗପୁର ଷ୍ଟେସନଠାରୁ ଅଳ୍ପ କିଛି ଦୂରରେ ଥିବା ଏକ ଛୋଟ ଘରେ ନିଜର ଜଣେ ବନ୍ଧୁଙ୍କ ସହ ସେ ଭଡାରେ ରହୁଥିଲେ । ସେହି ବନ୍ଧୁଙ୍କର କହିବା ଅନୁଯାୟୀ ଧୋନି ପ୍ରବଳ ମାତ୍ରାରେ କ୍ରିକେଟ୍କୁ ଭଲ ପାଉଥିଲେ । ଯାହା ଫଳରେ ଟିକିଏ ସମୟ ମିଳିଲେ ଏମିତିକି କାମଧନ୍ଦା ଛାଡି ମଧ୍ୟ ସେ କ୍ରିକେଟ ଖେଳିବାକୁ ପଳାଉଥିଲେ ।
ଅଧିକ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତିମାନେ ଆଜି ବନ୍ଧୁମାନଙ୍କୁ ବିଶ୍ଵାସକୁ ନ ନେବା ଭଲ, ନଚେତ ସମସ୍ୟାରେ ପଡ଼ିବେ