ଅକ୍ଷୟ ତୃତୀୟାରେ ସୁନା ରୂପା କିଣିବା ପାଇଁ ରାଶି ଅନୁଯାଇ କିଣନ୍ତୁ ଏହି ସବୁ ଜିନିଷ, ବଦଳିଯିବ ଅପଣଙ୍କ ଭାଗ୍ୟ

why we buy gold ornaments on Akshya Tritiya

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଧର୍ମ ଅନୁଯାଇ ଅକ୍ଷୟ ତୃତୀୟାରେ ସୁନା, ଚାନ୍ଦି ଏବଂ ଅଳଙ୍କାର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଏହି ଦିନ ନିଜର ରାଶି ଅନୁଯାଇ ଧାତୁ କିଣିବା ଦ୍ୱାରା ସୁଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

୧. ମେଷ:- ମଙ୍ଗଳ ଏହି ରାଶିର ସ୍ୱାମୀ ଅଟନ୍ତି । ତାଙ୍କ ପାଇଁ ତମ୍ବା ଧାତୁ ଶୁଭ ହୋଇଥିବାରୁ ମେଷ ରାଶିର ଲୋକଙ୍କୁ ତମ୍ବା ଏବଂ ସୁନା କିଣିବାକୁ ପରାମର୍ଶ ଦିଆଯାଇଥାଏ ।

୨. ବୃଷ:- ସମାନ ଭାବରେ ଶୁକ୍ର ଏହି ରାଶିର ସ୍ୱାମୀ ଅଟନ୍ତି ତେଣୁ ଏହିଦିନ ତାଙ୍କ ପାଇଁ ଶୁଭ ହୋଇଥିବା ରୂପା କିଣିବାକୁ ପରାମର୍ଶ ଦିଆଯାଇଥାଏ ।

୩. ମିଥୁନ:- ବୁଧ ମିଥୁନ ରାଶିଥିବା ଲୋକଙ୍କର ସ୍ୱାମୀ ଅଟନ୍ତି । ତେଣୁ, ଅକ୍ଷୟ ତୃତୀୟା ଦିନ ସେମାନଙ୍କୁ ବାସନ କିମ୍ଭା ଅଳଙ୍କାର କିଣିବା ପାଇଁ କୁହା ଯାଇଥାଏ ।

ଆହୁରି ପଢ଼ନ୍ତୁ: ଆଜିର ରାଶିଫଳ : ଏହି ୫ ରାଶିରେ ବୃହସ୍ପତି ଚଳନ ରହିବ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

୪. କର୍କଟ:- କର୍କଟ ରାଶିର ସ୍ୱାମୀ ଚନ୍ଦ୍ର ହୋଇଥିବାରୁ । ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ ରୂପା କିଣିପାରିବେ ।

୫. ସିଂହ:- ସେହିପରି ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ହୋଇଥିବାରୁ । ଏହି ରାଶି ଥିବା ଲୋକେ ସୁନା କିମ୍ବା ତମ୍ବା କିଣିଲେ ଲାଭବାନ ହୋଇଥାନ୍ତି ।

୬. କନ୍ୟା:- ଏହି ରାଶିର ସ୍ୱାମୀ ବୁଧ ଅଟନ୍ତି । ତେଣୁ, କନ୍ୟା ରାଶି ଥିବା ବ୍ୟକ୍ତିମାନେ ଅକ୍ଷୟ ତୃତୀୟାରେ ପିତ୍ତଲ କିଣିବା ଉଚିତ ।

୭. ତୁଳା:- ଏହି ରାଶି ଥିବା ଲୋକେ ଅକ୍ଷୟ ତୃତୀୟା ଦିନ ରୂପା କିଣିବା ଉଚିତ । ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି ।

୮. ବିଛା:- ବିଛା ରାଶି ଥିବା ବ୍ୟକ୍ତି ବିଶେଷମାନେ ଅକ୍ଷୟ ତୃତୀୟା ଦିନ ତମ୍ବା କିଣିବା ଲାଭଦାୟକ ହୋଇଥାଏ ।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ସତର୍କତା : ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ନିଂ

୯. ଧନୁ:- ବୃହସ୍ପତି ଏହି ରାଶିର ସ୍ୱାମୀ ଅଟନ୍ତି । ତେଣୁ, ଅକ୍ଷୟ ତୃତୀୟା ଦିନ ଏହି ରାଶି ଥିବା ଲୋକଙ୍କୁ ସୁନା କିମ୍ବା ପିତ୍ତଲ କିଣିବାକୁ ପରାମର୍ଶ ଦିଆଯାଇଥାଏ ।

୧୦. ମକର:- ଶନି ମକର ରାଶିର ସ୍ୱାମୀ ଅଟନ୍ତି । ତେଣୁ, ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକଙ୍କୁ ଇସ୍ପାତ କିମ୍ବା ଲୁହା ବାସନ କିଣିବା ପାଇଁ ପରାମର୍ଶ ଦିଆଯାଇଥାଏ ।

୧୨. କୁମ୍ଭ:- ମକର ରାଶି ପରି ଶନିଦେବ କୁମ୍ଭ ରାଶିର ମଧ୍ୟ ସ୍ୱାମୀ ଅଟନ୍ତି । ତେଣୁ, କୁମ୍ଭ ରାଶିର ଲୋକଙ୍କୁ ଇସ୍ପାତ ଏବଂ ଲୁହା ବାସନ କିଣିବା ପାଇଁ କୁହାଯାଏ ।

୧୩. ମୀନ:- ବୃହସ୍ପତି ମୀନ ରାଶିର ସ୍ୱାମୀ ଅଟନ୍ତି । ତେଣୁ, ମୀନ ରାଶିର ଲୋକେ ପିତ୍ତଲ ବାସନ କିମ୍ବା ସୁନା ଅଳଙ୍କାର କିଣିଲେ ନିଶ୍ଚିତ ଭାବରେ ଲାଭଦାୟକ ହେବେ ।

Share this story

World Odia Language Conferene