କାହିଁକି ଡେଇଁଥାଏ ଆଖି ? ଜାଣନ୍ତୁ ଏହା ପଛର ଅସଲ କାରଣ କଣ...
 

What is the scientific reason for eye flickering
କାହିଁକି ଡେଇଁଥାଏ ଆଖି ?

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିକି ଆପଣ ଜାଣିଛନ୍ତି ଯେ ଆଖି ଡେଇଁବା ଏକ ସାମାନ୍ୟ କଥା । ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ କୁହାଯାଏ ଯେ ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ । କିଛି ମୁହୂର୍ତ୍ତ ପାଇଁ ଆଖି ଡେଇଁବା ସାଧାରଣ ହୋଇଥାଏ କିନ୍ତୁ ଅଧିକ ସମୟ ପାଇଁ ଆଖି ଡେଇଁବା ଚିନ୍ତାଜନକ ହୋଇପାରେ।

ତେବେ ବିଶେଷଜ୍ଞଙ୍କ ମତରେ ଏହା ଏକ ସାମାନ୍ୟ ପ୍ରକ୍ରିୟା ଏବଂ ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁ ଥାଏ। ଆଖିର ଶୁଖିଲା ପଣ ଯୋଗୁଁ ବି ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଆଲର୍ଜି କିମ୍ୱା ପାଣି ଗଡ଼ିବା ଯୋଗୁଁ ମଧ୍ଯ ଏପରି ହୋଇପାରେ । ଏଭଳି ଏକାଧିକ କାରଣ ରହିଛି । ନିଦ ପୂରା ହୋଇନଥିଲେ ବି ଆପଣଙ୍କ ଆଖି ଫଡଫଡ଼ ହେବା ଆରମ୍ଭ ହୋଇପାରେ । 

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ଏହାସହ ଦୀର୍ଘ ସମୟ ପର୍ଯ୍ଯନ୍ତ ଚାହିଁ ରହି ବହି ପଢ଼ିବା କିମ୍ୱା ଫିଲ୍ମ ଦେଖିବା ଯୋଗୁଁ ବେଳେବେଳେ ନିଦ ପୂରା ହୁଏ ନାହିଁ । ଯେଉଁଥି ପାଇଁ ଆଖି ଡେଇଁଥାଏ । କମ୍ପ୍ୟୁଟର, ଲାପ୍‌ଟପ୍‌, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇପାରେ ।ଆଖିର ମାଂସପେଶରୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ କାରଣ । ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । ଯଦି ଆପଣ କୌଣସି କାରଣକୁ ନେଇ ଚିନ୍ତିତ, ସେହି କଥାକୁ ବାରମ୍ୱାର ଭାବୁଥାନ୍ତି ତେବେ ଷ୍ଚ୍ରେସ୍‌ ଅଧିକ ବଢିଥାଏ । ଚିନ୍ତା ଯୋଗୁଁ ନିଦ ବି ବାରମ୍ୱାର ଭାଙ୍ଗିବା ସହ ମଧ୍ୟ ଆଖି ଡେଇଁବା ଆରମ୍ଭ ହୋଇପାରେ । 

ଆଧିକ ପଢନ୍ତୁ : ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ! ଜାଣନ୍ତୁ କେବେ ?
 

Share this story