କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

weekly horoscope of August 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :

ମେଷ: ରବି, ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ । ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ । ମଙ୍ଗଳ, ବୁଧ, ଗୁରୁବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି ପାଇଁ ସଫଳତା ପାଇବେ । ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ ।

ବୃଷ: ରବି, ସୋମବାରରେ ସାମାଜିକ ସମାବେଶରେ ଯୋଗଦାନ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ । ମଙ୍ଗଳ, ବୁଧ, ଗୁରୁବାରରେ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ । ଶୁକ୍ର, ଶନିବାରରେ କୋର୍ଟକଚେରି ମାମଲାରେ ପଡ଼ିଯାଇପାରନ୍ତି ।

ଅଧିକ ପଢ଼ନ୍ତୁ: ଗଳାକାଟି ଶାଶୁଙ୍କୁ ହତ୍ୟା ଘଟଣା, ବୋହୂ ବୈଶାଖୀଙ୍କୁ ଗିରଫ କଲା ପୁଲିସ

ମିଥୁନ: ରବି, ସୋମବାରରେ ଆଶାବାଦୀ ଓ ଉତ୍ସାହିତ ରହିବେ । ମଙ୍ଗଳ, ବୁଧ, ଗୁରୁବାରରେ ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ । ଶୁକ୍ର, ଶନିବାରରେ ଅର୍ଥ ଆଗମନର ସୂଚନା ପାଇବେ । ନୂତନ ନିବେଶ ପାଇଁ ଅନୁଭବୀଙ୍କ ପରାମର୍ଶ ଲୋଡ଼ିବେ ।

କର୍କଟ: ରବି, ସୋମବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି । ପରିବାର ସହ ଦୂରଯାତ୍ରା ଯୋଗ ରହିଛି । ମଙ୍ଗଳ, ବୁଧ, ଗୁରୁବାରରେ ଅବହେଳାର ଶିକାର ହେବେ । ଅତ୍ୟଧିକ କାର୍ଯ୍ୟ କରି ଅସୁସ୍ଥ ଅନୁଭବ କରିବେ । ଶୁକ୍ର, ଶନିବାରରେ ବନ୍ଧୁଙ୍କଠାରୁ ଆର୍ଥିକ ସହଯୋଗ ପାଇବେ ।

ସିଂହ: ରବି, ସୋମବାରରେ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ । କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିପାରେ । ମଙ୍ଗଳ, ବୁଧ, ଗୁରୁବାରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶୁକ୍ର, ଶନିବାରରେ ଅଭାବ ଓ ଅସୁବିଧା ଦେଖାଦେଇପାରେ ।

କନ୍ୟା: ରବି, ସୋମବାରରେ ପାରିବାରିକ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । ମଙ୍ଗଳ, ବୁଧ,ଗୁରୁବାରରେ ନୂତନ ନିବେଶ କରି ଲାଭାନ୍ବିତ ହେବେ । ବ୍ୟବସାୟ ସମ୍ବନ୍ଧରେ ଦୂରଯାତ୍ରା କରିବେ । ଶୁକ୍ର,ଶନିବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରି ପାଇବେ ।

ଅଧିକ ପଢ଼ନ୍ତୁ: ପ୍ରତି ୧୨ ବର୍ଷକୁ ଥରେ ଅନ୍ଧାର କିଟି ମିଟି ହୋଇଯାଏ ଶ୍ରୀକ୍ଷେତ୍ର; ଶ୍ରୀମନ୍ଦିର ରତ୍ନ ସିଂହାସନରେ ଘଟେ ଅଲୌକିକ ଘଟଣା

ତୁଳା: ରବି, ସୋମବାରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ । ଦୀର୍ଘ ଦିନର ଯୋଜନାରେ ସଫଳତା ପାଇବେ । ମଙ୍ଗଳ, ବୁଧ, ଗୁରୁବାରରେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ । ଅର୍ଥହାନିର ହୋଇପାରେ । ଶୁକ୍ର, ଶନିବାରରେ ସମାଜରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ ।

ବିଛା: ରବି, ସୋମବାରରେ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ । ମଙ୍ଗଳ, ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇ ପାରେ । ଅର୍ଥହାନି ଯୋଗ ରହିଛି । ଶୁକ୍ର, ଶନିବାରରେ ମନୋରଞ୍ଜନ କାର୍ଯ୍ୟରେ ମଜି ରହିବେ । ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ ।

ଧନୁ: ରବି, ସୋମବାରରେ ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ମଙ୍ଗଳ, ବୁଧ, ଗୁରୁବାରରେ କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି । ଶୁକ୍ର, ଶନିବାରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇଁ ସଠିକ୍‌ ମାର୍ଗ ଅନୁସରଣ କରିବେ ।

ମକର: ରବି, ସୋମବାରରେ ବ୍ୟସ୍ତତା ମଧ୍ୟରେ ରହିବେ । ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବାକୁ ଲାଗିବ । ମଙ୍ଗଳ, ବୁଧ, ଗୁରୁବାରରେ ନୂତନ ବ୍ୟବସାୟ ପାଇଁ ଆକୃଷ୍ଟ ହୋଇପାରନ୍ତି । ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହଯୋଗ ପାଇବେ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଲଗାଇବେ ।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ବାଲେଶ୍ୱରରୁ ଆଣି ଭୁବନେଶ୍ୱରରେ ବିକିଲା ସ୍ୱାମୀ, ଜଣେ ବ୍ୟକ୍ତି ୨ ଦିନ ଧରି ଗୋଟେ ଘରେ ରଖି କରୁଥିଲେ..

କୁମ୍ଭ: ରବି, ସୋମବାରରେ ଅନିଶ୍ଚିତ ଭବିଷ୍ୟତ ପାଇଁ ଅବସାଦରେ ରହିପାରନ୍ତି । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ମଙ୍ଗଳ, ବୁଧ, ଗୁରୁବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ଅବନତି ପରିଲକ୍ଷିତ ହୋଇପାରେ ।

ମୀନ : ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ପାଇବେ । ପରିସ୍ଥିତି ଧୀରେ ଧୀରେ ଅନୁକୂଳ ହେବାକୁ ଲାଗିବ । ମଙ୍ଗଳ, ବୁଧ, ଗୁରୁବାରରେ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା । ବ୍ୟବସାୟ ପ୍ରସାରିତ ହୋଇପାରେ । ଶୁକ୍ର, ଶନିବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ ।

Share this story