ପ୍ରତି ୧୨ ବର୍ଷକୁ ଥରେ ଅନ୍ଧାର କିଟି ମିଟି ହୋଇଯାଏ ଶ୍ରୀକ୍ଷେତ୍ର; ଶ୍ରୀମନ୍ଦିର ରତ୍ନ ସିଂହାସନରେ ଘଟେ ଅଲୌକିକ ଘଟଣା

why Puri was made dark once in 12 years

ଓଡ଼ିଆ ଗସିପ୍ ବ୍ୟୁରୋ (Exclusive): ପ୍ରତି ୧୨ ବର୍ଷକୁ ଥରେ ବେଳେ ବେଳେ ସମୟ ବି ଗଡ଼ିଯାଏ । ସଂପୂର୍ଣ୍ଣ ଅନ୍ଧାର ହୋଇଯାଏ ଶ୍ରୀକ୍ଷେତ୍ର । ଚାରିଆଡ଼େ ଅନ୍ଧାର ଆଉ ଅନ୍ଧାର ହିଁ ଘୋଟିଯାଏ । ନା କାହାକୁ କିଛି ଦିଶୁଥାଏ ନା କେହି ଡିବିରି, ଟର୍ଚ୍ଚ କି ଇନଭର୍ଟରରେ ଲାଇଟ୍ ଲଗାଯାଇ ଥାଏ । ସତେ ଯେମିତି ସିଂହଦ୍ୱାରରୁ ନେଇ ସମୁଦ୍ର ତଟ, ସାହିରୁ ନେଇ ରାଜପଥ ସବୁଠୁ ରାଜୁତି କରୁଥାଏ ଅନ୍ଧାର । ଚାରିଆଡ଼େ କେବଳ କିଟିମିଟି ଅନ୍ଧାର ଆଉ ଖାଲି ଅନ୍ଧାର ।

ଆଉ ଏହାରି ମଧ୍ୟରେ ଘଟିଥାଏ ସେହି ଅଲୌକିକ ଘଟଣା ଯାହାକୁ ନା କେବେ କେହି ଦେଖିଛନ୍ତି ନା କିଏ କେବେ ଶୁଣିଛନ୍ତି । ହଁ, ସେ ଦିନ ଶ୍ରୀମନ୍ଦିରରେ କେବଳ ଶୁଭୁଥାଏ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ।

why Puri was made dark once in 12 years

ଅଧିକ ପଢ଼ନ୍ତୁ: ଅଶୁଭ ସୋମବାର: କାଉଡ଼ିଆଙ୍କ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍; ପୁଣି ୩ ମୃତ, ୩ ଗୁରୁତର

ନା ଶୁଭୁଥାଏ ରାତ୍ରୀଚରଙ୍କ ଶବ୍ଦ ନା କୁକୁରଙ୍କ ଭୁକିବାର ଗର୍ଜନ । ସତେ ଯେମିତି ସେ ଦିନ ଚଉଦିଗ ନିଜକୁ ନିଜେ ନିରବ କରିଦେଇଥାଏ କେବଳ ଗୋଟିଏ ଶବ୍ଦ ଶୁଣିବାକୁ । ଆଉ ସେ ହେଉଛି ସ୍ୱୟଂ ପ୍ରଭୁ ଶ୍ରୀ ନାରାୟଣ ଜଗତର ସ୍ୱାମୀ ଜଗନ୍ନାଥ ମହାପ୍ରଭୁଙ୍କ ଦୃଦୟର ସ୍ପନ୍ଦନ । ଯାହା ସେହି ରାତିରେ ଧକ୍ ଧକ୍ ଧକ୍ ଧକ୍ ହୋଇଥାଏ ।

ସେଦିନ ବିଳମ୍ବିତ ରାତିରେ କେବଳ ମାତ୍ର ହାତ ଗଣତି କିଛି ସେବାୟତ ଏହାକୁ ଶୁଣିବାର ତ ସୌଭାଗ୍ୟ ପାଆନ୍ତି କିନ୍ତୁ ଦର୍ଶନ କରିବାର ଦୁଃସାହସ କରି ପାରନ୍ତି ନାହିଁ । କାହିଁକି ଜାଣନ୍ତୁ...

ଆପଣ ନିଶ୍ଚେ ଅନୁମାନ କରି ପାରୁଥିବେ ଆମେ କେଉଁ ପ୍ରସଙ୍ଗରେ କହୁଛୁ । ଆମେ କହୁଛୁ ଶ୍ରୀବିଗ୍ରହଙ୍କ ନବକଳେବର କଥା । ବ୍ରହ୍ମ ପରିବର୍ତ୍ତନର କଥା, ୫ ହଜାର ବର୍ଷରୁ ଅଧିକ ପୁରୁଣା ଆମ ଓଡ଼ିଆ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା । ଆଉ ଏହାଠୁ କାହିଁ କେତେ ପୁରୁଣା ଏହି ବ୍ରହ୍ମ ରହସ୍ୟ । ବ୍ରହ୍ମ ହେଉଛି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟ ଯାହା ଆଜି ବି ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହରେ ସୁରକ୍ଷିତ ରହିଛି ।

ଅଧିକ ପଢ଼ନ୍ତୁ: ଏହି ରାଜ୍ୟର ରଜାପୁଅଙ୍କୁ ମହିଳା ନୁହେଁ ପ୍ରଥମ ପସନ୍ଦ ପୁଅ; ଗର୍ବରେ କୁହନ୍ତି ସେ ଗେ’

ପ୍ରତି ବାରବର୍ଷକୁ ଥରେ ଯେତେ ବେଳେ ଶ୍ରୀଜିଉମାନଙ୍କ ଘଟ ପରିବର୍ତ୍ତନ କରାଯାଏ ନୂଆ ବିଗ୍ରହରେ ଏହି ବ୍ରହ୍ମକୁ ସ୍ଥାନାନ୍ତରିତ କରାଯାଏ । ଆଉ ସେହି ଦିନ ହିଁ ସାରା ସହରର ଆଲୁଅ ବନ୍ଦ କରାଯାଏ । ସେବାୟତମାନେ ନିଜ ଆଖି ବନ୍ଦ କରି ଅତି ନିଷ୍ଠାର ସହ ପୁରୁଣା ବିଗ୍ରହରୁ ନୂଆ ବିଗ୍ରହକୁ ସେହି ବ୍ରହ୍ମ ପରିବର୍ତ୍ତନ କରାଯାଏ । ବିଶ୍ୱାସ ରହିଛି ଠାକୁରଙ୍କ ବ୍ରହ୍ମ ଦର୍ଶନ କରିବା ପାପ । ଆଉ ଏହି ମାନ୍ୟତା ହଜାର ହଜାର ବର୍ଷ ଯାଏ ଆଜି ବି ଚାଲି ଆସିଛି ।

Share this story