ଏହି ରାଜ୍ୟର ରଜାପୁଅଙ୍କୁ ମହିଳା ନୁହେଁ ପ୍ରଥମ ପସନ୍ଦ ପୁଅ; ଗର୍ବରେ କୁହନ୍ତି ସେ ଗେ’

This king wanted to marry a male instead of female

ଓଡ଼ିଆ ଗସିପ୍ ବ୍ୟୁରୋ (Exclusive): ହୁଏତ ଅନେକ ଜାଣିନଥିବେ ଆମ ଦେଶ ଭାରତରେ ଏମିତି ଜଣେ ରାଜକୁମାର ଅଛନ୍ତି ଯାହାକୁ ଅନ୍ୟ କେଉଁ ରାଜ୍ୟର ରାଜକୁମାରୀ ନୁହେଁ ବରଂ ତାଙ୍କ ସ୍ୱଭାବର ସାଧାରଣ ପରିବାରର ପୁଅଟିଏ ହେଲେ ଚଳିବ । ଅର୍ଥାତ ସେ ପୁରୁଷ ହୋଇ ମଧ୍ୟ ନାରୀ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ବରଂ ଗେ’ ଅର୍ଥାତ ଅନ୍ୟ ପୁରୁଷଙ୍କ ପ୍ରତି ଟାଣି ହୋଇ ଯାଆନ୍ତି । ନାରୀଙ୍କ ସହ ସମ୍ଭୋଗ ନୁହେଁ ବରଂ ପୁରୁଷଙ୍କ ସହ ଖଟରେ ଖଟିବାକୁ ପସନ୍ଦ କରନ୍ତି । ଆସନ୍ତୁ ସି କିଏ କାହିଁକି ସେ ଚର୍ଚ୍ଚାରେ ଅଛନ୍ତି ତାଙ୍କ ବିଷୟରେ ଜାଣିବା...

ରାଜକୁମାର ମାନବେନ୍ଦ୍ର ସିଂ ଗୋହିଲ, ଭାରତର ସର୍ବପ୍ରଥମ ବ୍ୟକ୍ତି ଯିଏ କି ନିଜକୁ ଗେ’ ରାଜକୁମାର ବୋଲି ସର୍ବସାଧାରଣରେ ଘୋଷଣା କରିଛନ୍ତି । ଏକ ଗଣମାଧ୍ୟମକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହା ମାନିଛନ୍ତି ଯେ, ନାରୀ ନୁହେଁ ସେ ପୁରୁଷର ସମ୍ଭୋଗକୁ ପସନ୍ଦ କରନ୍ତି । ଏଥିପାଇଁ ତାଙ୍କ ମନରେ କୌଣସି ଅନୁଶୋଚନା ମଧ୍ୟ ନାହିଁ ।

ବରଂ ସେ ଏହାକୁ ଅତି ଗର୍ବରେ କହିବା ସହ ଏଥିପାଇଁ ଏଲଜିବିଟି କମ୍ୟୁନିଟି ପାଇଁ ଆଇନଗତ ଲଢ଼େଇ ଲଢ଼ିଛନ୍ତି । ହେଲେ ଆପଣ ଜାଣନ୍ତି ଏହା ପୂର୍ବରୁ ରାଜକୁମାର ମାନବେନ୍ଦ୍ର ସିଂଙ୍କୁ ନିଜ ପରିବାରରେ ସହିବାକୁ ପଡ଼ିଥିଲା ମାନସିକ ଯନ୍ତ୍ରଣା । ହଁ, କେମିତି ଜାଣନ୍ତୁ...

ଅଧିକ ପଢ଼ନ୍ତୁ: ଝିଅ ପଟେଇବେ କେମିତି, ପଟେଇଲା ପରେ ପଟିଲା ବୋଲି ଜାଣିବେ କେମିତି ?

ରାଜକୁମାରଙ୍କ ବିଷୟରେ ଯେତେବେଳେ ପରିବାର ଲୋକ ଜାଣିବାକୁ ପାଇଲେ ସେତେବେଳେ ସେମାନେ ଟେନସନକୁ ଆସିଗଲେ । ନିଜର ପୁଅ ଗେ' ବୋଲି ସେମାନେ କଦାପି ଗ୍ରହଣ କରିପାରିଲେ ନାହିଁ । କାଳେ ମୁଣ୍ଡ ଦୋଷ ଥିବ ଭାବି ସେମାନେ ରାଜକୁମାର ମାନବେନ୍ଦ୍ର ସିଂ ଗୋହିଲଙ୍କୁ ଆମେରିକା ନେଇ ଯାଇଥିଲେ । ସେଠାରେ ରାଜକୁମାରଙ୍କ ପରୀକ୍ଷା ନିରିକ୍ଷା ସାଙ୍ଗକୁ ତାଙ୍କର ମୁଣ୍ଡ ଦୋଷ ଠିକ୍ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।

ହେଲେ ଆପଣ ଜାଣନ୍ତି, ନିଜ ସ୍ୱଭାବକୁ ନେଇ ବଞ୍ଚିବାକୁ ଚାହୁଁଥିବା ରାଜକୁମାରଙ୍କୁ ବୁଝି ପାରିଥିଲେ ଡାକ୍ତର । ସେ ପରିବାର ବର୍ଗକୁ ଅପରେସନରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ । ଏହା ସହ ବୁଝାଇଥିଲେ ଯେ, ଗେ' ହେବା କୌଣସି ଏକ ରୋଗ ନୁହଁ ବରଂ ଏହା ହିଁ ସତ ଯେ, ଅନେକ ଆମ ମଧ୍ୟରେ ଅଛନ୍ତି ଯେଉଁମାନେ ପୁରୁଷଙ୍କ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ । ଏଣୁ ଏହାକୁ ନେଇ ଚିନ୍ତା କିମ୍ବା ବିରୋଧ କରିବା ଅପେକ୍ଷା ସମସ୍ୟାକୁ ବୁଝି ସାଥ୍ ଦେବାକୁ କହିଥିଲେ ।

ଅଧିକ ପଢ଼ନ୍ତୁ: ଅଶୁଭ ସୋମବାର: କାଉଡ଼ିଆଙ୍କ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍; ପୁଣି ୩ ମୃତ, ୩ ଗୁରୁତର

ଏହା ପରେ କିନ୍ତୁ ରାଜକୁମାରଙ୍କ ସମସ୍ୟାର ସମାଧାନ ହୋଇ ନଥିଲା । ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ । ଗେ’ କମ୍ୟୁନିଟିର ବ୍ୟକ୍ତି ବିଶେଷଙ୍କ ସ୍ୱାଧୀନତା, ସମ୍ମାନ ଓ ସ୍ୱିକୃତି ପାଇଁ ଲଢ଼େଇ କରି 2006ରେ ଦେଶରେ ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ ସେ ଲକ୍ଷ୍ୟ ଟ୍ରଷ୍ଟ ନାମକ ଏକ LGBTQ+ ସଂଗଠନ ପ୍ରତିଷ୍ଠା କରି କାମ କରୁଛନ୍ତି ।

Share this story