ଝିଅ ପଟେଇବେ କେମିତି, ପଟେଇଲା ପରେ ପଟିଲା ବୋଲି ଜାଣିବେ କେମିତି ?

These are the tips to impress girls by an ordinary fellow

ଓଡ଼ିଆ ଗସିପ୍ ବ୍ୟୁରୋ (Exclusive):  ସବୁ ପୁଅଙ୍କର ଇଚ୍ଛା ଅନ୍ୟମାନଙ୍କ ଭଳି ସେମାନଙ୍କର ବି କେହି ଜଣେ ସୁନ୍ଦରୀ ପ୍ରେମିକା ରହୁ । ଗାର୍ଲଫ୍ରେଣ୍ଡ ରଖିବା ବର୍ତ୍ତମାନ ସମୟରେ ଏକ ଫ୍ୟାସନ ପାଲଟି ଯାଇଛି । କିଛି ବର୍ଷ ତଳେ ଯୁବକମାନେ ଡରି ଡରି ଲୁଚି ଲୁଚି ପ୍ରେମ କରୁଥିଲେ । ଏବେ କିନ୍ତୁ ରିଲ୍ସ ଜମାନାରେ ଖୁଲମ ଖୁଲା ପ୍ରେମ କରୁଛନ୍ତି ପ୍ୟାର ମହବତ୍ ଆଉ ଇସ୍କର କଥା କହୁଛନ୍ତି ।

କିନ୍ତୁ ଅନେକ ଅଛନ୍ତି ଯେଉଁମାନଙ୍କ ପ୍ରେମିକା ନାହିଁ । ବିଶେଷ କରି ଲାଜୁଆ ଓ ସାଧାରଣ ପରିବାରର ପୁଅଟିଏ ପାଇଁ ଝିଅ ପଟେଇବା ଏକ କାଠିକାର ପାଠ । ତଥାପି ସେମାନେ ନିଜ ଚେଷ୍ଟା ଜାରି ରଖିଥାନ୍ତି । ଆଜି ଆମେ ସେମାନଙ୍କ ପାଇଁ କିଛି ଖାସ୍ ଟିପ୍ସ ନେଇ ଆସିଛୁ । ଯାହାକୁ ଉପଯୋଗ କଲେ ସେମାନେ କେମିତି ଝିଅ ପଟେଇବେ ଏବଂ ଝିଅ ପଟିବା ପରେ ସେମାନେ କେମିତି ଜାଣିବେ ଯେ, ସେ ଚାହୁଁଥିବା ଝିଅଟି ପଟି ଯାଇଛି ତାହା ସୁନିଶ୍ଚିତ ହେବେ ।

କଥାରେ ଅଛି ଦିଲ୍ଲୀ କା ଲଡୁ ଯୋ ଖାୟା ବୋ ପସତାୟା ଔର ଜୋ ନେହିଁ ଖାୟା ବୋ ଭି ପସ୍ତାୟା । ଖାସ୍ ଏଥିପାଇଁ କୁହାଯାଇଛି ଯେ, ସମସ୍ତଙ୍କ ପକ୍ଷେ ଝିଅ ପଟେଇବା ସହଜ ନଥାଏ । ସେମାନେ କିନ୍ତୁ ଯଦି ନିମ୍ନଲିଖିତ ଟିପ୍ସ ପ୍ରତି ଧ୍ୟାନ ଦେବେ ତେବେ ସେମାନେ ନିଶ୍ଚିତ ଭାବରେ ପ୍ରେମିକାର ପ୍ରେମିକ ହୋଇପାରିବେ । ପ୍ରେମ ପକ୍ଷୀ ହୋଇ ସୁନୀଳ ଆକାଶରେ ଘୁରି ବୁଲି ପାରିବେ । ଆଉ ପ୍ରେମର ଗୀତ ଗାଇ ଖୁସି ଓ ଆନନ୍ଦରେ ସବୁ ଖୁସି ଓ ସୁଖକୁ ଅନୁଭବ କରିପାରିବେ ।

ଅଧିକ ପଢ଼ନ୍ତୁ: ଅଶୁଭ ସୋମବାର: କାଉଡ଼ିଆଙ୍କ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍; ପୁଣି ୩ ମୃତ, ୩ ଗୁରୁତର

ପ୍ରଥମ ଟିପ୍ସ:- ପ୍ରଥମେ ଜାଣି ରଖନ୍ତୁ ଆପଣଙ୍କ ପସନ୍ଦର ଝିଅ କେମିତି ହେବା ଦରକାର । ଏତକ ସୁନିଶ୍ଚିତ ହେଲେ ପ୍ରଥମେ ଆପଣଙ୍କ ମନର ମଇନାଙ୍କ ପସନ୍ଦ ଓ ନା ପସନ୍ଦ ସହ ଜୀବନ ଚର୍ଯ୍ୟା ଆପଣଙ୍କ ସହ ମେଳ ଖାଉଛି କି ନାହିଁ ଜାଣନ୍ତୁ । ଯଦି ଆପଣଙ୍କ ମନ ଓ ସଂପୃକ୍ତ ଝିଅଙ୍କର ମନ ଏକ ରହୁଛି ତେବେ କାଳ ବିଳମ୍ବ ନ କରି ଝିଅର ହବି, ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଜାଣି ନିଅନ୍ତୁ ।

ଦ୍ୱିତୀୟ ଟିପ୍ସ:- ପ୍ରେମିକା ବନେଇବାକୁ ଥିବା ଝିଅକୁ ଇଶାରା ଦିଅନ୍ତୁ ଯେମିତି ସେ ଜାଣି ପାରିବେ ଯେ ଆପଣ ତାଙ୍କୁ ପସନ୍ଦ କରୁଛନ୍ତି । ଲଗାତାର କିଛି ଦିନ ପିଛା କରନ୍ତୁ ଅର୍ଥାତ ଭେଟ କରିବାକୁ ଚେଷ୍ଟା କରନ୍ତୁ । ଏମିତି ହେଲେ ଆପଣ କେତେ ତାଙ୍କ ପ୍ରତି ସିରିୟସ ଅଛନ୍ତି ସେ ହୃଦୟଙ୍ଗମ କରିବେ । ଏହା ଆପଣଙ୍କୁ ତାଙ୍କ ସହ ଆଉ ଟିକେ ନିକଟତର କରିବାକୁ ସାହାଯ୍ୟ କରିବ ।

ତୃତୀୟ ଟିପ୍ସ:- ସଂପର୍କ ସ୍ଥାପନ ନ ହୋଇ ପାରିଲେ ମଧ୍ୟ ତାଙ୍କୁ ଇମ୍ପ୍ରେସ୍ କରିବା ଜାରି ରଖନ୍ତୁ । ଏକ ତରଫା ପ୍ରେମ କରୁଥିବାର ପ୍ରମାଣ ଦିଅନ୍ତୁ ଏବଂ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଉପହାର ସହ ଭଲମନ୍ଦ ପଚାରି ବୁଝନ୍ତୁ । ଯଦି ସେପଟୁ ପ୍ରଥମେ ପ୍ରଥମେ ଉତ୍ତର ନ ଆସୁଛି ତେବେ ଅପେକ୍ଷା କରନ୍ତୁ । ନିରାଶ ନ ହୋଇ ଚତୁର୍ଥ ଥର ସମାନ ଭାବେ ପ୍ରୟାସ ଜାରି ରଖନ୍ତୁ ।

ଅଧିକ ପଢ଼ନ୍ତୁ: ଶୁଙ୍ଗିବାର କ୍ଷମତା ଦୁର୍ବଳ ହେବା ଏହି ବଡ଼ ରୋଗର ଲକ୍ଷଣ; ଜମା କରନ୍ତୁନି ଅଣଦେଖା...

ଚତୁର୍ଥ ଟିପ୍ସ :– ଏହି ପର୍ଯ୍ୟାୟରେ ଆପଣ ନିଜେ ମନର ମାନସୀଙ୍କୁ ଏକଲା ଭେଟନ୍ତୁ ଏବଂ ନିଜର ମନର କଥା କହି ଦିଅନ୍ତୁ । ଦେଖିବେ ଆପଣ ହାଲୁକା ଅନୁଭବ କରିବେ । ଏତେ ଦିନର ଏକ ପାଖିଆ ପ୍ରେମକୁ ଏଥର ସ୍ୱୀକୃତି ମିଳିବ ।

ପଞ୍ଚମ ଟିପ୍ସ:- ଯଦି ଆପଣଙ୍କ ପ୍ରସ୍ତାବରେ ସଂପୃକ୍ତ ଯୁବତୀ ଜଣଙ୍କ ହଁ ଭରନ୍ତି ତେବେ ସେ ଆପଣଙ୍କୁ ଦେଖି ନିଜ କେଶକୁ ହଲାଇବା ସହ ଆପଣଙ୍କୁ ଦେଖି ହସିବେ ତେବେ ଜାଣିବେ ସେ ବି ଆପଣଙ୍କୁ ଭଲ ପାଉଛନ୍ତି । ଏମିତି ନ ହେଲେ ଜାଣିବେ ଆପଣଙ୍କ ପ୍ରୟାସ ବିଫଳ ହୋଇଛି । ତେବେ ମନ ଦୁଃଖ ନ କରି ଅନ୍ୟ ଜଣେ ମନର ମଇନାଙ୍କ ଉପରେ ଏହାର ପ୍ରୟୋଗ କରି ସଫଳତା ପାଇପାରିବେ ।

Share this story