ଏହି ରାଶିର ବ୍ୟକ୍ତି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନଚେତ୍ ଅସୁବିଧାରେ ପଡିବେ, ପଢନ୍ତୁ ଏ ସାପ୍ତାହର ରାଶିଫଳ..

Weekly horoscope 21st to 27th August 2023

କେମିତି କଟିବ ଏହି ସପ୍ତାହ,ପଢନ୍ତୁ ଏ ସାପ୍ତାହର ରାଶିଫଳ..

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ରବି,ସୋମବାରରେ ଅନିଶ୍ଚିତ ଭବିଷ୍ୟତ ପାଇଁ ଅବସାଦରେ ରହିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମଙ୍ଗଳ, ବୁଧ, ଗୁରୁବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ଅବନତି ପରିଲକ୍ଷିତ ହୋଇପାରେ।

ବୃଷ: ରବି,ସୋମବାରରେ ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ପାଇବେ। ପରିସ୍ଥିତି ଧୀରେ ଧୀରେ ଅନୁକୂଳ ହେବାକୁ ଲାଗିବ। ମଙ୍ଗଳ, ବୁଧ,ଗୁରୁବାରରେ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା । ବ୍ୟବସାୟ ପ୍ରସାରିତ ହୋଇପାରେ। ଶୁକ୍ର,ଶନିବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟପ୍ରତି ଧ୍ୟାନ ଦେବେ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ମିଥୁନ: ରବି,ସୋମବାରରେ ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧ, ଗୁରୁବାରରେ କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଶୁକ୍ର,ଶନିବାରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇଁ ସଠିକ୍‌ ମାର୍ଗ ଅନୁସରଣ କରିବେ।

କର୍କଟ: ରବି,ସୋମବାରରେ ବ୍ୟସ୍ତତା ମଧ୍ୟରେ ରହିବେ। ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବାକୁ ଲାଗିବ। ମଙ୍ଗଳ, ବୁଧ, ଗୁରୁବାରରେ ନୂତନ ବ୍ୟବସାୟ ପାଇଁ ଆକୃଷ୍ଟ ହୋଇପାରନ୍ତି। ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଲଗାଇବେ।

ସିଂହ: ରବି,ସୋମବାରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଦୀର୍ଘ ଦିନର ଯୋଜନାରେ ସଫଳତା ପାଇବେ। ମଙ୍ଗଳ, ବୁଧ,ଗୁରୁବାରରେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଅର୍ଥହାନିର ଶିକାର ହୋଇପାରନ୍ତି। ଶୁକ୍ର,ଶନିବାରରେ ସମାଜରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା: ରବି,ସୋମବାରରେ ପାରବାରିକ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ମଙ୍ଗଳ, ବୁଧ,ଗୁରୁବାରରେ ନୂତନ ନିବେଶ କରି ଲାଭାନ୍ବିତ ହେବେ। ବ୍ୟବସାୟ ସମ୍ବନ୍ଧରେ ଦୂରଯାତ୍ରା କରିବେ। ଶୁକ୍ର,ଶନିବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରି ହେବେ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ତୁଳା: ରବି,ସୋମବାରରେ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିପାରେ। ମଙ୍ଗଳ, ବୁଧ,ଗୁରୁବାରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶୁକ୍ର,ଶନିବାରରେ ଅଭାବ ଓ ଅସୁବିଧା ଦେଖାଦେଇପାରେ।

ବିଛା: ରବି,ସୋମବାରରେ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ,ଗୁରୁବାରରେ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇପାରେ। ଅର୍ଥହାନି ଯୋଗ ରହିଛି। ଶୁକ୍ର,ଶନିବାରରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ।

ଧନୁ: ରବି,ସୋମବାରରେ ଆଶାବାଦୀ ଓ ଉତ୍ସାହିତ ରହିବେ। ମଙ୍ଗଳ, ବୁଧ,ଗୁରୁବାରରେ ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ। ଶୁକ୍ର,ଶନିବାରରେ ଅର୍ଥ ଆଗମନର ସୂଚନା ପାଇବେ। ନୂତନ ନିବେଶ ପାଇଁ ଅନୁଭବୀଙ୍କ ପରାମର୍ଶ ଲୋଡ଼ିବେ।

ମକର: ରବି,ସୋମବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି । ପରିବାର ସହ ଦୂରଯାତ୍ରା ଯୋଗ ରହିଛି। ମଙ୍ଗଳ, ବୁଧ,ଗୁରୁବାରରେ ଅବହେଳାର ଶିକାର ହେବେ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଅସୁସ୍ଥ ମନେ କରିବେ। ଶୁକ୍ର,ଶନିବାରରେ ବନ୍ଧୁଙ୍କଠାରୁ ଆର୍ଥିକ ସହଯୋଗ ପାଇବେ।

କୁମ୍ଭ: ରବି,ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ମଙ୍ଗଳ, ବୁଧ, ଗୁରୁବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି ପାଇଁ ସଫଳତା ପାଇବେ। ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ରବି,ସୋମବାରରେ ସାମାଜିକ ସମାବେଶରେ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। ମଙ୍ଗଳ, ବୁଧ, ଗୁରୁବାରରେ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ କୋର୍ଟକଚେରି ମାମଲାରେ ପଡ଼ିଯାଇପାରନ୍ତି।

Share this story