ମୀନ ରାଶିରେ ଶୁକ୍ର-ସୂର୍ଯ୍ୟ ଓ ବର୍ତ୍ତମାନ ବୁଧଙ୍କ ଚଳନ, ତ୍ରିଗ୍ରାହୀ ଯୋଗ ଫଳରେ ଏହି ୩ ରାଶି ହେବେ ଧନବାନ୍
 

Trigrahi Yog in Chaitra Navratri These 3 Zodiac Signs Will Get More Benefits
ତ୍ରିଗ୍ରାହୀ ଯୋଗ ଫଳରେ ଏହି ୩ ରାଶି ହେବେ ଧନବାନ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇ ସାରିଛି।  ଯାହା ଏପ୍ରିଲ ୧୭ ତାରିଖରେ ଶେଷ ହେବ। ଏହି କ୍ରମରେ ଚୈତ୍ର ନବରାତ୍ରୀର ଦ୍ବୀତିୟ ଦିନରେ ଗ୍ରହମାନଙ୍କର ରାଜକୁମାର ବୁଧ ସକାଳ ୯ଟା ୩୦ ମିନିଟ୍ ସମୟରେ ମୀନ ରାଶିରେ ପ୍ରବେଶ କରି ସାରିଛନ୍ତି, ଯେଉଁ ରାଶିରେ କି ପୂର୍ବରୁ ଶୁକ୍ର ଓ ସୂର୍ଯ୍ୟ ବିରାଜମାନ ଅଛନ୍ତି। 

ଫଳରେ ଗୋଟିଏ ରାଶିରେ ତିନି ଗ୍ରହଣଙ୍କ ମିଳନ ଯୋଗୁଁ  ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଇଛି। ନବରାତ୍ରୀ ସମୟରେ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଥିବା କାରଣରୁ ୩ ରାଶିର ଲୋକଙ୍କୁ ଶୁଭଫଳ ମିଳିବାକୁ ଯାଉଛି । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ଏହି ସବୁ ରାଶିଙ୍କୁ ମିଳିବ ଶୁଭଫଳ : 

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ମିଥୁନ: ତ୍ରିଗ୍ରାହୀ ଯୋଗ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। 

ବିଦ୍ୟାର୍ଥୀମାନେ ପାଠପଢାରେ ମନୋନିବେଶ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ଏକ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

କର୍କଟ : ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ଖୁବ୍ ଲାଭଦାୟୀ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ସେହିପରି, ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ।  

ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।  ପ୍ରେମ ଜୀବନରେ ମଧୁରତା ବଢିବ।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ମକର: ତ୍ରିଗ୍ରାହୀ ଯୋଗ ମକର ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ରାଶିର ଭଗବାନ ହେଉଛନ୍ତି ଶୁକ୍ର, ଯିଏ ଗୋଚର ଭାବେ କୁଣ୍ଡଳୀରେ ତୃତୀୟ ଘରେ ଚଳନ କରୁଛନ୍ତି। ତେଣୁ ଏମିତିରେ ଶକ୍ତି ଏବଂ ସାହସରେ ବୃଦ୍ଧି ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...
 

Share this story