ଆଜି ଲାଗୁଛି ଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଲାଗିବ ଓ କେତୋଟି ଦେଶରେ ପଡିବ ପ୍ରଭାବ?

ଓଡ଼ିଆ ଗସିପ୍ ବ୍ୟୁରୋ: ଏପ୍ରିଲ୍ ୮ ତାରିଖ( ସୋମବାର) ଦିନ ଅର୍ଥାତ ଆଜି ସଙ୍ଗଠିତ ହେବ ଏକ ବିରଳ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ । ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ ।
ଏହା ଭାରତୀୟ ସମୟ ରାତି ୯ଟା ବାଜି ୦୨ ମିନିଟ୍ରେ ଆରମ୍ଭ ହୋଇ ପର ଦିନ ଭୋର ୨ ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ । ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ବାସ ଓ ଅନ୍ଧ ବିଶ୍ବାସ ରହିଛି ।
ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ
ଗଣନା ଅନୁଯାୟୀ, ଭାରତରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବର ଆଦୌ ସମ୍ଭାବନା ନାହିଁ, ଏହାର କାରଣ ହେଉଛି ସୂର୍ଯ୍ୟ ପରାଗ ରାତିରେ ଲାଗିବାକୁ ଯାଉଛି। ସୂର୍ଯ୍ୟ ପରାଗ ମୁଖ୍ୟତଃ କାନାଡା, ଆମେରିକା, ମେକ୍ସିକୋ ଭଳି ଦେଶରେ ବିଶେଷ ଭାବେ ଦୃଶ୍ୟମାନ ହେବ । ବଡ କଥା ହେଉଛି ବିଶ୍ବର ମୋଟ ୫୭ଟି ଦେଶରେ ଗ୍ରହଣ ଦୃଶ୍ୟମାନ ହେବ ।
ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ
ଚନ୍ଦ୍ର ପୂର୍ବ ଅପେକ୍ଷା ଆକାଶରେ ସାମାନ୍ୟ ବଡ଼ ଦେଖାଯିବେ । ସୂର୍ଯ୍ୟ ପରାଗ ଭାରତୀୟ ସମୟ ରାତି ୧୦ ଟା ୦୮ ମିନିଟ୍ରୁ ଆରମ୍ଭ ହେବ । ଏହା ରାତି ୧ଟା ୨୫ ମିନିଟ୍ ପର୍ଯ୍ୟନ୍ତ ରହିବ । ସୂର୍ଯ୍ୟ ପରାଗ ମୋଟ ୩ ଘଣ୍ଟା ୧୬ ମିନିଟ୍ ୪୫ ସେକେଣ୍ଡ ଧରି ରହିବ । ବିଶ୍ବର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ସମୟରେ ଏହା ଦୃଶ୍ୟମାନ ହେବ ।
ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ