ଆଜି ଆସିବ ଘରକୁ ଶୁଭ ଖବର; ସ୍ୱୟଂ ମା ଲକ୍ଷ୍ମୀ ଆଣି ଦେବେ ଧନର ବରଦାନ

ଆଜିର ରାଶିଫଳ: କାର୍ତିକ ମାସ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ୩ଟି ରାଶି ଥିବା ବ୍ୟକ୍ତିଙ୍କୁ ଅଜସ୍ର ଧନ ମିଳିବ

ଓଡ଼ିଆ ଗସିପ୍ ବ୍ୟୁରୋ: ନମସ୍କାର ପାଠକବୃନ୍ଦ । ଶୁଭସକାଳ, ଆଶା କରୁଛୁ ଆପଣମାନେ ଭଲରେ ଥିବେ । ଆଜିର ଦିନଟି ଆପଣଙ୍କ ମଙ୍ଗଳକାମନା ହେଉ ଏହି ଆଶା ଓ ପ୍ରାର୍ଥନା କରୁଛୁ । ପ୍ରିୟ ପାଠକ ବୃନ୍ଦ ପ୍ରଥମେ ଆସନ୍ତୁ ଜାଣିବା ଆଜି ଦିନର ମହତ୍ତ୍ୱ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା....

ଆଜି ଦିନର ମହତ୍ତ୍ବ କ’ଣ ଜଣିବା କହିଲେ, ଆଜି ହେଉଛି ୨୦୨୩ ମସିହା ଜୁଲାଇ ୬ ତାରିଖ । ଆଜି ଗୁରୁବାର ଏବଂ ମିଥୁନ ୨୨ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର। ଦିନ ୧.୩୮ ମିନିଟ୍ ପର୍ଯ୍ୟନ୍ତ ତାପରେ କୁମ୍ଭ ଚନ୍ଦ୍ର ଭୋଗ ହେବ । ଆଜିର ଘାତ ବାର-: ତୁଳା ଓ କୁମ୍ଭ ରାଶିର, ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର । ଦିନ ୧.୩୮ ପରେ ମିଥୁନ ରାଶି ପୁରୁଷ ଓ ମୀନ ରାଶିର । ଆଜିର ନିଷେଧ ଖାଦ୍ୟ- ମୂଳା , ଆଜି- ସଙ୍କଟି ଗଣେଶ ଚତୁର୍ଥୀ.....

ତେବେ ପ୍ରିୟ ପାଠକ ବୃନ୍ଦ ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ .....

ଅଧିକ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ମେଷ: ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ, ଗୃହୋପକରଣ କ୍ରୟ କରିବେ। ପ୍ରତିକାର- ସାତଟି ଲାଲ୍ ମନ୍ଦାର ଫୁଲ ମାଆ ପାର୍ବତୀଙ୍କୁ ଚଢାନ୍ତୁ ....

ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଛାତ୍ରଛାତ୍ରୀ ପାଠପଢାରେ ମନଯୋଗ ଦେବେ, ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । ପ୍ରତିକାର- ପଞ୍ଚାମୃତ ପାନକରି ଘରୁ ବାହାରନ୍ତୁ....

ମିଥୁନ:ସ୍ୱାସ୍ଥ୍ୟ ଠିକ୍ ରହିବ, ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି ।ଜମି, ଜାଗା, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବ୍ୟବସାୟରେ ସଫଳତା ସହ ଆଶାନୁରୂପ ଲାଭ ମିଳିବ, ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର- ଶ୍ରୀ ଗଣେଶଙ୍କୁ କର୍ପୂର ଆଳତୀ କରି ପ୍ରଣାମ କରନ୍ତୁ....

କର୍କଟ: ସହକର୍ମୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସ ଭାଜନ ହେବେ, ଧନହାନୀ ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରତିକାର:- ଗାଈକୁ ଦୁବଘାସ  ଖାଇବାକୁ ଦିଅନ୍ତୁ ...

ସିଂହ: ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ, କୌଶଳକ୍ରମେ ତାହାକୁ ସମାଧାନ କରିବେ ।  କ୍ରୀଡା, ପ୍ରତିଦ୍ବନ୍ଦିତା ଓ ପ୍ରତିଯୋଗୀତାରେ ବିଜୟୀ ହେବେ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ମିଳିବ   । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ଅଧିକ ପଢ଼ନ୍ତୁ:ପାହାନ୍ତିଆ ସମୟରେ ଯଦି ଚମକି ଉଠୁଛନ୍ତି ତେବେ ଶିବଙ୍କ ଆରାଧନା କରିବାକୁ ଭୁଲନ୍ତୁ ନାହିଁ; ବିପଦ ଏଡ଼ାଇଯିବ


କନ୍ୟା: ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ, ଆମୋଦ-ପ୍ରମୋଦରେ ଦିନ କାଟିବେ । ଅବିବାହିତ ଯୁବକ ଯୁବତୀ ବିବାହ କରିବାର ସୁଯୋଗ ପାଇବେ, ପତି ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ ସୁଖମୟ ହେବ । କ୍ରୀଡା, ନୃତ୍ୟ ସଂଗୀତ, କଳା କ୍ଷେତ୍ରରେ ଥିଲେ ସୁନାମ ଅର୍ଜନ କରିବେ  । ପ୍ରତିକାର- ମିଠାଦହି ଖାଇ ଘରୁ ବାହାରନ୍ତୁ...

ତୁଳା: ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ, ସନ୍ଧ୍ୟା ବେଳକୁ ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲିତ ରହିବ  । ସହକର୍ମୀ ମାନଙ୍କ ଦ୍ୱାରା ବାକି ରହିଥିବା କାର୍ଯ୍ୟଗୁଡ଼ିକ ଯଥାରୀତି ସମ୍ପାଦନ କରିବେ । ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ ହେବା ସହ ବହୁବିଧ ସୁଯୋଗ ଜୁଟିବ । ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ...

ବିଛା: ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ, ଶରୀର ସୁସ୍ଥ ରହିବ । ସୁସ୍ବାଦୁ ଭୋଜନ ମିଳିବ ନେଇ ମନଖୁସି ରହିବ, ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ହାସଲ କରିବେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ, ନୂତନ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ଭାବିଚିନ୍ତି  ପଦକ୍ଷେପ ନେବା ଭଲ ହେବ ।  ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ଧନୁ: ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକରି ପ୍ରଶଂସିତ ହେବେ । କ୍ରୀଡା, ପ୍ରତିଦ୍ବନ୍ଦିତା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ, ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯିପାରେ । ଜଗିରଖି ନ ଚଳିଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ...

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ, ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। ଆୟ ଉପାର୍ଜନ ବୃଦ୍ଧି ହେବ, କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ଖୋଲିଯିବ । ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ଦିନ କାଟିବେ । ପ୍ରତିକାର- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ...

ଅଧିକ ପଢ଼ନ୍ତୁ: ୱେଷ୍ଟଇଣ୍ଡିଜ୍ ଗସ୍ତରୁ କାହିଁକି ବାଦ୍ ପଡ଼ିଲେ ରୋହିତ ଶର୍ମା ଓ କୋହଲି ? ବିସିସିଆଇ ଦେଲା ଏଭଳି ଉତ୍ତର

କୁମ୍ଭ: ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ, ବହୁ ଦିନର ସ୍ବପ୍ନ ସାକାର ହେବ । କର୍ମକ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବେ, ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ, ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ...

ମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ, ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ବ ଦେଇ ପ୍ରଶଂସିତ ହେବେ । ଆକସ୍ମିକ ଅର୍ଥଲାଭ ହେବ, ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇବେ । ସଭାସମିତି, ସାହିତ୍ୟ ଆଲୋଚନାରେ ସମ୍ମାନିତ ହୋଇପାରନ୍ତି, ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ  । ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ....
 

Share this story