World Odia Language Conferene

ଶନିଦେବ ଉଦୟ ୨୦୨୩: ହୋଲି ପୂର୍ବରୁ ଶନିଙ୍କ ମହାଚଳନ, ଏହି ସବୁ ରାଶି ପାଇଁ ଆଣିଦେବ ମହାବିପତ୍ତି

Shanidev Udaya 2023 know your zodiac signs fate before Holi

ଓଡ଼ିଆ ଗସିପ ବ୍ୟୁରୋ: ହୋଲିର ଗୋଟିଏ ଦିନ ପୂର୍ବରୁ ଶନିଦେବ ଉଦୟ ହେବାକୁ ଯାଉଛନ୍ତି ଅର୍ଥାତ୍, ମାର୍ଚ୍ଚ ୬ ତାରିଖ ଦିନ ରାତି ୧୧ ଘଟିକା ୩୬ ମିନିଟ୍ ରେ ଶନିଦେବ କୁମ୍ଭ ରାଶିରେ ଉଦୟ ହେବେ । ଏହି ସମୟରେ ୫ଟି ରାଶି ଉପରେ ଘାତକ ସାଜିପାରନ୍ତି ଶନିଦେବ ।

ଶନି ଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ । କୁହାଯାଏ ଯେ, ଶନି ଦେବଙ୍କ କୃପା ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଥାଏ । ସେହିପରି ଶନିଦେବଙ୍କ ପ୍ରକୋପର ଶିକାର ହେଲେ ମନୁଷ୍ୟ ନିଜର ସର୍ବସ୍ୱ ହରାଇଥାଏ । ଜଣେ ବ୍ୟକ୍ତିର କାର୍ଯ୍ୟ ଅନୁସାରେ ତାକୁ ଶନିଦେବ ଫଳ ଦେଇଥାଆନ୍ତି ।

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ହୋଲିର ଗୋଟିଏ ଦିନ ପୂର୍ବରୁ ଶନିଦେବ ଉଦୟ ହେବାକୁ ଯାଉଛନ୍ତି ଅର୍ଥାତ୍, ମାର୍ଚ୍ଚ ୬ ତାରିଖ ଦିନ ରାତି ୧୧ ଘଟିକା ୩୬ ମିନିଟ୍ ରେ ଶନିଦେବ କୁମ୍ଭ ରାଶିରେ ଉଦୟ ହେବେ । ଏହି ସମୟରେ ୫ଟି ରାଶି ଉପରେ ଘାତକ ସାଜିପାରନ୍ତି ଶନିଦେବ । ଏହି ସମୟରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ସାବଧାନତା ଅବଲମ୍ବନ କରି ଚଳିବାକୁ ହେବ ।

ଆହୁରି ପଢ଼ନ୍ତୁ : କାହିଁକି ବ୍ରିଜ ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ, ଶେଷ କିଛି ଘଣ୍ଟାରେ କଣ ଘଟିଥିଲା...

ମେଷ ରାଶି: କୁହାଯାଉଛି ଯେ, ଶନିଦେବ ଉଦୟ ହେବା ପରେ ମେଷରାଶି ପାଇଁ ସମୟ ଭଲ ରହିବ ନାହିଁ । ଏହି ସମୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଋଣଭାର ବଢିବା ସହ ସହକର୍ମୀଙ୍କ ସାଙ୍ଗେ ମତଭେଦ ହୋଇପାରେ । କୌଣସି ସମ୍ପତ୍ତିରେ ବିନିଯୋଗ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଏହି ସମୟରେ ବିନିଯୋଗ କଲେ ଭାରି ମାତ୍ରାରେ କ୍ଷତି ସହିବାକୁ ପଡି଼ପାରେ ।

କନ୍ୟା ରାଶି: ଶନିଦେବ ଉଦୟ ହେବା ପରେ କନ୍ୟା ରାଶିର ଖରାପ ସମୟ ଆରମ୍ଭ ହୋଇଯିବ । ଏହି ସମୟରେ ନିଜର ଆତ୍ମବିଶ୍ୱାସ ହରାଇବେ । ଦାମ୍ପତ୍ୟ ଜୀବନରେ ବାଧା ଉପୁଜିପାରେ । ଅର୍ଥ କାରବାର ସମୟରେ ସତର୍କ ରହିବାକୁ ପଡ଼ିବ । ନିଜ କଥାବାର୍ତ୍ତାରେ ସଂଯମତା ନ ରଖିଲେ ଅସୁବିଧାର ସମ୍ମୁଖିନ ହେବାକୁ ପଡି଼ପାରେ । ଏହି ସମୟରେ ଅଜଣା ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତୁ ନାହିଁ ।

ବିଛା ରାଶି: ବିଛା ରାଶି ପାଇଁ ଏହି ସମୟ ଜମାରୁ ଭଲ ନୁହେଁ । ବେପାରରେ ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡି଼ବ । ଦାମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇପାରେ । ପାରିବାରିକ ଅଶାନ୍ତି ବଢିବା ସହ ମାନସିକ ଚାପରେ ରହିପାରନ୍ତି । ଏହି ସମୟରେ ବେପାରକୁ ନେଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ : ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

ମକର ରାଶି: ଶନିଦେବ ଉଦୟ ହେବା ପରେ ମକର ରାଶି ପାଇଁ ସମୟ ଭଲ ରହିବ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଚାକିରି କିମ୍ବା ବେପାରରେ ଅନେକ କ୍ଷତି ସହିବେ । କୌଣସି ବଡ଼ ଅଫର ହାତରୁ ଖସି ଯାଇପାରେ । ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିପାରେ । ଏହି ସମୟରେ ଆପଣଙ୍କୁ ଜଗି ରଖିକି ଚଳିବାକୁ ପଡ଼ିବ ।

ମୀନ ରାଶି: ଶନି ଉଦୟ ହେବା ଫଳରେ ଜଲଦି ଜଲଦିରେ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ବିପଦରେ ପକାଇପାରେ । ଅଜଥା ଅର୍ଥ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ । ଚାକିରୀ ବା ବେପାରରେ ମିଳୁଥିବା ଲାଭ କମିପାରେ । ଦୁର୍ଘଟଣା ହେବାର ଆଶଙ୍କା ରହିଥିବାରୁ ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

Share this story