ଆଜି ନକ୍ଷେତ୍ର ପରିବର୍ତ୍ତନ କଲେ ଶନି, ସତର୍କ ରୁହନ୍ତୁ ଏହି ୩ ରାଶି! ନଚେତ୍...
 

Shani Nakshatra Parivartan On 10th february 2024 these 3 zodiac signs be careful
ସଂକଟରେ ଏହି ୩ ରାଶି!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜୋତିଷଶାସ୍ତ୍ର ଅନୁଯାୟୀ ବିଶ୍ବାସ କରାଯାଏ ଯେ ଶନି ଦେବ ପ୍ରତ୍ୟେକ ମଣିଷକୁ ତା’ କର୍ମ ଅନୁଯାୟୀ ଉପଯୁକ୍ତ ଫଳ ପ୍ରଦାନ କରିଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ବିଶ୍ବାସ କରାଯାଏ, ଯେତେବେଳେ ଶନି ଦେବ ନିଜ ଚଳନରେ ପରିବର୍ତ୍ତନ କରନ୍ତି, ସମସ୍ତଙ୍କ ଉପରେ କିଛି ନା କିଛି ଏହାର ପ୍ରଭାବ ପଡ଼ିଥାଏ । ଚଳିତ ବର୍ଷ  ରାଶି ପରିବର୍ତ୍ତନ କରୁଥିବା ଶନି ଦେବ ୧୦ ଫେବୃଆରୀରେ ନକ୍ଷେତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆଜି ଅପରାହ୍ନ ୨ଟାରେ ଶନି ଶତାବିଶା ନକ୍ଷତ୍ରର ତୃତୀୟ ସ୍ଥାନକୁ ଚଳନ କରିବେ । ତେବେ ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ କେତେକ ରାଶିଙ୍କୁ ସତର୍କ ରହିବାକୁ ପଡିବ ।

କର୍କଟ ରାଶି-  କର୍କଟ ରାଶି ପାଇଁ ଏହି ନକ୍ଷେତ୍ର ପରିବର୍ତ୍ତନ ବିଶେଷ ଖାସ୍ ସାବ୍ୟସ୍ତ ହେବ ନାହିଁ । ଏହି ସମୟ ମଧ୍ଯରେ ସମସ୍ତ କାର୍ଯ୍ୟରେ ବାଧ୍ୟା ଉତ୍ପନ୍ନ ହେବ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ପରିବାରରେ ବିବାଦ ଦେଖାଦେବ । ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ ।

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!

ତୁଳା ରାଶି- ଏହି ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଯନ୍ତ୍ରଣାଦାୟକ ସାବ୍ୟସ୍ତ ହେବ । ଶନିଙ୍କ ନକ୍ଷତ୍ରରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ମାନସିକ ଚାପ ବଢିବ। ଯାତ୍ରା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ । ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେବ ।

ବୃଷ ରାଶି- ଏହି ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଶୁଭ ସାବ୍ୟସ୍ତ ହେବନାହିଁ। ଏହି ସମୟ ମଧ୍ୟରେ କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।  ବ୍ୟବସାୟରେ ଛୋଟ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ । କୋର୍ଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି ।

ଅଧିକ ପଢନ୍ତୁ :୧୦ ଥର ବିଧାୟିକା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ଗତକାଲି ମୁଖ୍ୟମନ୍ତ୍ରୀ ଭେଟି...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story