ଏଥର ପବିତ୍ର 'ସାବିତ୍ରୀ ଅମାବାସ୍ୟା'ରେ ଦୁର୍ଲଭ ଯୋଗ, ଏହି ରାଶିଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା
 

Rare addition in Savitri brata maa Lakshmis grace will shower upon this zodiac sign of people
ଏଥର ବଟ ସାବିତ୍ରୀ ରେ ଦୁର୍ଲଭ ଯୋଗ

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ଜାଣିଛନ୍ତି ଯେ ଏଥର ସାବିତ୍ରୀ ବ୍ରତ ୬ ଜୁନ୍‌ରେ ପଡୁଛି । ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥା’ନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏଥିପାଇଁ ପବିତ୍ର ଅଶ୍ବତ୍‌ଥ ବୃକ୍ଷ କିମ୍ବା ଚଉଁରା ମୂଳେ ଅବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ। ଏହି କାରଣରୁ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ  ନିଜର ଇହକାଳ ଓ ପରକାଳର ଦେବତା ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି ।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡୁଥିବା କୃଷ୍ଣ ପକ୍ଷ ଅମାବାସ୍ୟାରେ ବଟ ସାବିତ୍ରୀ ବ୍ରତ ରଖାଯାଏ । ତେବେ ଏହିଦିନ ଏଥର ଶନି ଜୟନ୍ତୀ ବି ପଡୁଥିବାରୁ ମାହେନ୍ଦ୍ର ବେଳା ପଡ଼ିଛି । ଯାହା ସ୍ବାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ କରିବା ସହିତ ସମସ୍ତ ଶନି ଦଶା ଦୂରେଇ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ ରାଶିଙ୍କ ଲାଗି ଲାଭଦାୟକ ହେବ ।

ବୃଷ: ବୃଷ ରାଶି ପାଇଁ ଏହି ସଂଯୋଗ ବେସ୍ ଲାଭ ଦାୟକ ହେବ, ଏହି ସଂଯୋଗରେ ବୃଷ ରାଶିର ଲୋକମାନେ ଚାକିରୀରେ ପଦୋନ୍ନତି ପାଇବେ । କୌଣସି ବଡ ଖୁସି ଖବର ବି ମିଳିବ । ଆର୍ଥିକ ଲାଭ ହେବ । ନିବେଶ ଲାଗି ଏ ସମୟ ଅତ୍ୟନ୍ତ ଶୁଭ ରହିବ । ସ୍ବାମୀ ସ୍ତ୍ରୀ ଉଭାୟଙ୍କ ମଧ୍ୟରେ ମତାନ୍ତର ରହିବ ନାହିଁ। ଉଭୟ ପରସ୍ପର ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତି ନିବିଡ ହେବ। ଦୁହେଁ ଦୁହିଁଙ୍କ ପ୍ରତି ଯତ୍ନବାନ ହେବା ସହିତ ପାରସ୍ପରିକ ବୁଝାମଣା ରହିବ। ପରିବାରରେ ସାମାନ୍ୟ କଳହ ଲାଗିବାର ସମ୍ଭାବନା ଅଛି।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

କର୍କଟ: ଠିକ୍ ସେହି ଭଳି କର୍କଟ ରାଶିର ଜାତକ ପାଇଁ ଏ ସମୟ ବହୁତ ଶୁଭ ରହିବ । ଧନ ରୋଜଗାର କରିବାର ନୂଆ ରାସ୍ତା ଖୋଲିଯିବ । ସମାଜରେ ମାନ ସମ୍ମାନ ବଢିବ । ଏହା ସହିତ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ନବଦମ୍ପତିଙ୍କ ପାଇଁ ବହୁତ ଶୁଭ । ଜୀବନରେ ସୁଖ ଶାନ୍ତିର ବାତାବରଣ ଖେଳଯିବ। କୌଣସି ବ୍ୟବସାୟ କରିବାକୁ ଚାହୁଁଥିଲେ ନିଶ୍ଚିତ ଭାବେ ଫଳପ୍ରଦ ହେବେ ଏବଂ ଦୋକାନ କିମ୍ବା ଘର କିଣିବାକୁ ଚାହୁଁଥିଲେ ଏହି ଦିନଟି ଅତ୍ୟନ୍ତ ଶୁଭ ଅଟେ।

ସିଂହ: ସିଂହ ରାଶି ପାଇଁ ଏହି ସଂଯୋଗ ଅତ୍ୟନ୍ତ ଶୁଭ ରହିବ, ଏହି ସମୟରେ ଆପଣଙ୍କ ବ୍ୟବସାୟ ଶୀର୍ଷରେ ପହଞ୍ଚିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୂର ଯାତ୍ରାରେ ଯାଇ ପାରନ୍ତି । ଅଟକି ଯାଇଥିବା ଧନ ମିଳିଯିବ । ଶୁଭ ଖବର ପାଇ ପାରନ୍ତି । ବୈବାହିକ ସମସ୍ୟାରୁ ମୁକ୍ତି ମିଳିବ। ଶିକ୍ଷାରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାରେ ମତାନ୍ତର ଦେଖାଯିବ।

ତୁଳା: ଏହି ସଂଯୋଗ ତୁଳା ରାଶି ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ରହିବ । ଏହି ସମୟରେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଭାଗ୍ୟ ସବୁ କାର୍ଯ୍ୟରେ ଆପଣଙ୍କ ସାଥ ଦେବ । କୌଣସି ଧାର୍ମିକ କ୍ଷେତ୍ରକୁ ଯିବାର ସମ୍ଭାବନା ରହିଛି। ପୂଜାପାଠ ପ୍ରତି ଧ୍ୟାନ ବଢ଼ିଁବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଅଧିକ ପଢନ୍ତୁ : ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହିବା ସହ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story