ମଙ୍ଗଳ ଚଳନ ଯୋଗୁଁ ବଢିବ ଏହି ୩ ରାଶିଙ୍କ ସମସ୍ୟା! କୁପ୍ରଭାବରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ
ଓଡ଼ିଆ ଗସିପ୍ ବ୍ୟୁରୋ: ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ସେନାପତି ବା ଭୂମି ପୁତ୍ର କୁହାଯାଉଥିବା ମଙ୍ଗଳ ଗ୍ରହ ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ କନ୍ୟା ରାଶିକୁ ଚଳନ କରିଛନ୍ତି । ମଙ୍ଗଳ ଏଠାରେ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ସାଧାରଣତଃ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶି ପାଇଁ ଶୁଭଫଳ ଆଣିଦେଇଥାଏ, କିନ୍ତୁ ବେଳେବେଳେ ଏହା କେତେକ ରାଶି ପାଇଁ ସମସ୍ୟା ମଧ୍ଯ ସୃଷ୍ଟି କରିଥାଏ । ତେବେ ମଙ୍ଗଳଙ୍କ ଏହି ରାଶି ପରବର୍ତ୍ତନ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସମସ୍ୟା ଆଣିଦେବ । ତେବେ ଆସନ୍ତୁ ଜାଣିବେ ଏହିସବୁ ରାଶିଙ୍କ ଲାଗି କଣ ରହିଛି ସମାଧାନର ବାଟ ।
କୁମ୍ଭ ରାଶି: ମଙ୍ଗଳଙ୍କ ଚଳନର ନକାରାତ୍ମକ ପ୍ରଭାବ ଯୋଗୁଁ, ଅକ୍ଟୋବର ମାସ ୩ ତାରିଖ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଚାକିରି-ବ୍ୟବସାୟରେ କ୍ଷେତ୍ରରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ବ୍ୟବସାୟରେ ହାନୀ ହେବା ନେଇ ଯୋଗ ରହିଛି । ସମ୍ପତ୍ତିକୁ କେନ୍ଦ୍ର କରି ଭାଇଭଉଣୀଙ୍କ ମଧ୍ଯରେ ବିବାଦ ଦେଖାଦେଇପାରେ । ପାରିବାରିକ କହଳ ଯୋଗୁଁ ମନ ଅଶାନ୍ତ ରହିବ। ଏହି କଠିନ ସମୟରେ, ଆପଣଙ୍କୁ ସଂଯମତା ସହିତ କାର୍ଯ୍ୟ କରିବାକୁ ପଡିବ, ନଚେତ୍ ପରିସ୍ଥିତି ହାତରୁ ବାହାରିପାରେ ।
ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ
ସିଂହ ରାଶି: ଏହି ସମୟ ଅବଧି ମଧ୍ୟରେ ସିଂହ ରାଶିର ବ୍ୟକ୍ତି ବିଶେଷ ଅନାବଶ୍ୟକ ଜିନିଷଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସମସ୍ୟାରେ ପଡ଼ିପାରନ୍ତି। ପଡୋଶୀମାନଙ୍କ ସହ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେବ । କର୍ମ କ୍ଷେତ୍ରରେ ଅଯଥା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିବା । ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସର୍ତକ ରୁହନ୍ତୁ । ସନ୍ତାନ ସନ୍ତତିଙ୍କ ଲାଗି ଚିନ୍ତା ବଢିବାରେ । କର୍ମ କ୍ଷେତ୍ରରେ କୌଣସି କାରଣକୁ ନେଇ ବିବାଦରେ ପଡିପାରନ୍ତି ।
ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ
ବୃଷ ରାଶି: କନ୍ୟା ରାଶିରେ ମଙ୍ଗଳଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମସ୍ୟା ସୃଷ୍ଟି କରିବ । ଏହି ସମୟରେ ମଧ୍ଯରେ ଆର୍ଥିକ ସଙ୍କଟ ଦେଖାଦେବ । ଆୟ ଠାରୁ ବ୍ୟୟ ଅଧିକ ହେବ । କରଜ କରି ଅସୁବିଧାରେ ପଡିପାରନ୍ତି । ଜୀବନସାଥୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ । କ୍ରୋଧ ଓ ବକ୍ତବ୍ୟକୁ ନିୟନ୍ତ୍ରଣ ନ କଲେ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ ସମସ୍ୟାମାନ ଦେଖାଦେବ ।
ମଙ୍ଗଳଙ୍କ କୁପ୍ରଭାବରୁ ରକ୍ଷା ପାଇବା ନେଇ କରନ୍ତୁ ଏହି ଉପାୟ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କିଛି ବିଶେଷ ପ୍ରତିକାର କରି ମଙ୍ଗଳଙ୍କ କୁପ୍ରଭାବକୁ ଏଡାଯାଇପାରିବ । ଏହି ୩ ରାଶିର ବ୍ୟକ୍ତି ବିଶେଷ ଲୋକମାନେ ପ୍ରତିଦିନ ମଙ୍ଗଳ ଗ୍ରହଙ୍କ ମୂଳ ମନ୍ତ୍ର अं अंगारकाय नम: ଜପ କରନ୍ତୁ । ଏହା ସହିତ, ହନୁମାନ ଚଲିସାଙ୍କ ପାଠ କରନ୍ତୁ । ଏହାସହ ମଙ୍ଗଳବାର ଦିନ ହନୁମାନଙ୍କ ଦର୍ଶନ କରି ଲଡୁ ଭୋଗ କରନ୍ତୁ । ଏପରି କରିବା ଦ୍ବାରା ମଙ୍ଗଳଙ୍କ କୋପ ଦୃଷ୍ଟି କମ୍ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ଓଡ଼ିଆ ଗସିପ୍ ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)
.png)