ଧନୁ ରାଶିରେ ହେବ ଶୁକ୍ର ଓ ମଙ୍ଗଳଙ୍କ ମହାସଂଯୋଗ! ଏହି ୩ ରାଶିକୁ ଫାଇଦା ହିଁ ଫାଇଦା..
 

Mangal Shukra Yuti 2024 in sagittarius for 18 days in new year
ଧନୁ ରାଶିରେ ହେବ ଶୁକ୍ର ଓ ମଙ୍ଗଳଙ୍କ ମହାସଂଯୋଗ!

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ଗୋଚର ପ୍ରଭାବରେ ଆଗାମୀ ନୂଆବର୍ଷରୁ ଅର୍ଥାତ୍ ଜାନୁଆରୀ ୧୯ରେ ଶୁକ୍ର ଓ ମଙ୍ଗଳଙ୍କ ମହା ସଂଯୋଗ ଘଟିବାକୁ ଯାଉଛି । ଏହି ମିଳନ ଧନୁ ରାଶିରେ ହେବ । ଏହି ଦୁଇ ରାଶିଙ୍କ ସଂଯୋଗ ଫଳରେ ରାଶିଚକ୍ରରେ ଥିବା ଥିବା ଅନ୍ୟ ରାଶିଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ । 

ଭୋଗ, ବିଳାସ, ଧନ ଓ ସୁଖୀ ଦାମ୍ପତ୍ୟ ଜୀବନର କାରଣ ଶୁକ୍ର ୧୮ ଦିନ ଯାଏଁ ଧନୁ ରାଶିରେ ଅବସ୍ଥାନ କରିବେ । ଏହି ସଂଯୋଗ ଫେବୃଆରୀ ୫ ତାରିଖ ଯାଏଁ ଚାଲିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଏହି ସଂଯୋଗର ଶୁଭଫଳ ପଡ଼ିବ ।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ମେଷ ରାଶି- ମଙ୍ଗଳ ଏହି ରାଶିର ସ୍ବାମୀ ଅଟନ୍ତି । ଏପରି ସ୍ଥିତିରେ, ଜାନୁଆରୀ ୧୯ରେ ହେବାକୁ ଥିବା ମଙ୍ଗଳ-ଶୁକ୍ରଙ୍କ ଏହି ସଂଯୋଗ ମେଷ ରାଶି ପାଇଁ ବେଶ ଖାସ୍ ରହିବ । ବିଶେଷ କରି, ଶୁକ୍ରଙ୍କ କୃପାରୁ ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଆର୍ଥିକ୍ ଲାଭ ମିଳିବ । ଚାକିରୀଆଙ୍କ ଦରମା ବୃଦ୍ଧି ନେଇ ସମ୍ଭାବନା ରହିଛି । ଜୀବନସାଥୀ ଓ ପରିବାର ସଦସ୍ୟଙ୍କଠାରୁ ସମର୍ଥନ ମିଳିବ । ଦୂରଯାତ୍ରା ସଫଳ ହେବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ବିଛା ରାଶି- ମଙ୍ଗଳ ବିଛା ରାଶିର ମଧ୍ଯ ସ୍ବାମୀ ଗ୍ରହ ଅଟନ୍ତି । ତେଣୁ ମଙ୍ଗଳ ଓ ଶୁକ୍ରଙ୍କ ଏହି ସଂଯୋଗ ବିଛା ରାଶି ପାଇଁ ବେଶ ଖାସ୍ ପ୍ରମାଣିତ ହେବ । ଏହି ସମୟ ମଧ୍ୟରେ କାର୍ଯ୍ୟରେ ସଫଳତା ମିଳିବ । ଜମିଜମା ସମ୍ବନ୍ଧୀୟ ବାଦ ବିବାଦର ଅନ୍ତ ହେବ । ବ୍ୟବସାୟ ଓ ଆର୍ଥିକ୍ ସ୍ଥିତିରେ ଉନ୍ନତି ହେବ । ନୂଆ ନୂଆ ଉପାୟରୁ ଟଙ୍କା ରୋଜଗାର ନେଇ ସୁଯୋଗ ମିଳିବ । ଭ୍ରମଣରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଧୁରତା ଆସିବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ଡିସେମ୍ବରରେ ୩ଟି ବିରଳ ଯୋଗ, ଏହି ୩ ରାଶିଙ୍କୁ ମିଳିବ ପ୍ରବଳ ଲାଭ !

ଧନୁ ରାଶି- ଶୁକ୍ର ଓ ମଙ୍ଗଳ ଗ୍ରହଙ୍କ ଏହି ସଂଯୋଗ ଧନୁ ରାଶିରେ ଘଟିବାକୁ ଯାଉଛି। ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଉଭୟ ଗ୍ରହଙ୍କ ଆଶୀର୍ବାଦ ଲାଭ ହେବ । ଶୁକ୍ରଙ୍କ ଆଶୀର୍ବାଦ ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାସ୍ତ ହେବେ। ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଆର୍ଥିକ ଲାଭ ନେଇ ଯୋଗ ରହିଛି । ମଙ୍ଗଳଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ​ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରେମୀଯୁଗଳଙ୍କ ପାଇଁ ଏହି ସମୟ ଖାସ୍ ରହିବ ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story