କୁମାର ପୂର୍ଣ୍ଣିମାରେ ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ..
ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ପଡୁଛି କୁମାରପୂର୍ଣ୍ଣିମା ଆଉ ସେହି ଦିନ ହିଁ ପଡୁଛି ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ସେଦିନର ଦିନଚର୍ଯ୍ୟା, ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ । ବୃଦ୍ଧ, ରୋଗୀ, ଶିଶୁ, ବିଦେଶରେ ଥିବା ଲୋକଙ୍କ ପାଇଁ ଏହା ପାଳନୀୟ ନୁହେଁ । ଜ୍ୟୋତିର୍ବିଦ କହିଛନ୍ତି ଏହି ଚନ୍ଦ୍ର ଗ୍ରହଣ ୬ଟି ରାଶି ପାଇଁ ଶୁଭ ଓ ୬ଟି ପାଇଁ ଅଶୁଭ ଫଳଦାୟକ । ଏହା ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଅଶୁଭ । ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପାଇଁ ଶୁଭ ।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
ଚନ୍ଦ୍ରଗ୍ରହଣ ବେଳେ ଅନ୍ୟ ସବୁଆଡ଼େ ଦେବନୀତି ମନା ହୋଇଥିଲେ ବି, ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତିକାନ୍ତି । ଏହାହିଁ ଶ୍ରୀମନ୍ଦିରର ସ୍ୱାତନ୍ତ୍ର୍ୟ । ଗ୍ରହଣ ସ୍ପର୍ଶ ସମୟରୁ ହିଁ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ଓ ଗ୍ରହଣ ଖଇକୋରା ଭୋଗ ନୀତି । ଖାଲି ଏତିକି ନୁହେଁ, କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ରହିଛି ଆଉ ଏକ ସ୍ୱତନ୍ତ୍ର ବିଧି । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ପରେ ଅଙ୍ଗିରା ଓ ଭୃଗୁ ଏବଂ ଶେଷରେ କଣ୍ଡୁ ଆଶ୍ରମ ବିଜେ ହୁଅନ୍ତି ଚକ୍ରରାଜ ।
ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ
ତେବେ ଗ୍ରହଣ ପଡ଼ୁଥିବାରୁ, ମଧ୍ୟାହ୍ନ ଧୂପ ପରେ ସୁଦର୍ଶନ ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ, ପାକତ୍ୟାଗ ପୂର୍ବରୁ ରତ୍ନ ସିଂହାସନକୁ ଫେରିଯିବେ । ଏଥିପାଇଁ ନୀତିକାନ୍ତି ତ୍ୱରାନ୍ୱିତ କରିବାକୁ ପାଳିଆ ସେବକଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ହବିଷ୍ୟାଳି ମାନେ କୁମାର ପୂର୍ଣ୍ଣିମା ଠିକ୍ ପରଦିନ କାର୍ତ୍ତିକ ବ୍ରତ ସଂକଳ୍ପ ଧାରଣ କରିବେ ।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ