କଳକୀ ଅବତାର ନେବା ପାଇଁ ସମୟ ଆସିଗଲା; କଳିର ଅବଧି ସରୁ ସରୁ ସଂସାରକୁ ନଷ୍ଟ କରିଦେବେ ମହାବାହୁ

kalki abatar

ଓଡ଼ିଆ ଗସିପ୍ ବ୍ୟୁରୋ: ବଢ଼ି ବଢ଼ି ଚାଲିଛି କଳିଯୁଗର ପାପ । ଶିଶୁପାଳଙ୍କ ଶହେ ଭୁଲ୍ ଭଳି କଳିଯୁଗରେ ମଧ୍ୟ କଳିର ପାପ କଳସୀ ପୂର୍ଣ୍ଣ ହୋଇ ସାରିଛି । ଏବେ କେବଳ ସେ ଅନ୍ତିମ କ୍ଷଣକୁ ଅପେକ୍ଷା ଯେବେ ବିଧାତା ଇଶାରା ଦେବ ଯମ ପ୍ରସ୍ତୁତ ରହିବେ ଓ ପ୍ରଳୟ ରଚିବାକୁ କାଳ ଭୈରବୀ ରଡ଼ି ଛାଡ଼ିବେ । ବାସ୍ ତା ପରେ ଆଉ କଣ କଳବୀ ଅବତାର ନେଇ ପାପୀଙ୍କୁ ସ୍ୱଂୟ ଜଗନ୍ନାଥ ବିନାଶ କରିବେ । 

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ଆଉ ବେଶି ଦୂର ନୁହେଁ ସେ ସମୟ ଉପନିତ ହୋଇ ସାରିଲାଣି । କେବଳ ଆଉ ଦିନ ମାସ ଓ ବର୍ଷ କେଇଟା । ତା ପରେ ପାଣିରେ ଭାସିବ ଶ୍ରୀମନ୍ଦିର, ଜଳ ମଗ୍ନ ହେବ ଓଡ଼ିଶା ସମେତ ସାରା ବିଶ୍ୱ। ରକ୍ତର ନଦୀ ମଣିପୁରରୁ ନେଇ ହରିୟାଣା ଯାଏ ବହିବ ।  ରୁଷ୍ ଓ ୟୁକ୍ରେନ୍ ଭଳି ପାକିସ୍ତାନ ଓ ଚୀନ୍ ର ସମାନ ଦସା ହେବ । ଆକ୍ରମଣ ପ୍ରତି ଆକ୍ରମଣରେ ସବୁ ଦେଶ ଯୁଦ୍ଧରେ ଲିପ୍ତ ରହିବେ । ଆଉ ଅଦୃଶ୍ୟ ରୂପରେ କଳକୀ ମହାପ୍ରଭୁ ୧୨ ହାତର ଖଣ୍ଡା ଧରି କଳା ଧଳା ଘୋଡ଼ା ଚଢ଼ି ଗାଁକୁ ଗାଁ ସହରକୁ ସହର ବୁଲି ପାପୀଙ୍କୁ ବିନାଶ କରିବେ । 

ଅଧିକ ପଢନ୍ତୁ :- ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର

କଳକୀ ଓ କଳିଯୁଗକୁ ନେଇ ନାନା ମୁନୀଙ୍କ ନାନା ମତ ଭଳି ଏବେ ସାମାଜିକ ଗଣମାଧ୍ୟମରେ ଅନେକ ସାଧୁ ସନ୍ଥ ଏବେ କଳକୀ ଅବତାରର ସମୟ ଉପନିତ ହୋଇ ସାରିଥିବା ପ୍ରକାଶ କରିସାରିଛନ୍ତି । ଏହା ସହ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ମାଳିକା ବର୍ଣ୍ଣିତ ଅନେକ ଉଦାହରଣ ଦେବା ସହ କଳକୀ , କାଳ ଭୈରବୀ ଓ କଳିର ପ୍ରମାଣ ଉପସ୍ଥିତି ଓ ସତ୍ୟ ଉପସ୍ଥାପନ କରିସାରିଛନ୍ତି । ଏବେ ଯେବେ ଦୁନିଆ କରୋନା ଦେଖିଲା, ବନ୍ୟା ବାତ୍ୟା ଭୂକମ୍ପ ଓ ମରୁଡ଼ି ଦେଖୁଛି ଠିକ୍ ସେହିଭଳି ଆଉ କିଛି ଦିନ ପରେ ପୃଥିବୀରୁ ମଣିଷ ସଭ୍ୟତାର ସତ୍ତା ଲୋପ ପାଇଯିବାର ମଧ୍ୟ ଦେଖିବ ।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ପାପୀ ମାନଙ୍କୁ ସଂହାର କରି ସାରିବା ପରେ ପ୍ରଭୁ ବାଛି ବାଛି ନିଜ ଭକ୍ତଙ୍କୁ ବୈକୁଣ୍ଠ ଧାମ ନେଇ ରଖିବେ । ପୁଣି ଥରେ ସତ୍ୟ ଯୁଗର ଆରମ୍ଭ ହେବା ସହ ସୁଖ ଶାନ୍ତିରେ ନୂଆ ଧରିତ୍ରୀରେ ଜୀବ ଓ ଜୀବନର ସୃଷ୍ଟି ଓ ସ୍ରଷ୍ଟାର ଆବିର୍ଭାବ ହେବ ଏବଂ ଦୁନିଆ ପୁଣି ଥରେ ସୂର୍ଯ୍ୟ ଚନ୍ଦ୍ରଙ୍କ ଭଳି ନୂଆ ଜୀବନ ସହ ସମୟ ଅତିବାହିତ କରିବ । 

Share this story