ଏହି ବାରରେ ଚିନ୍ତାରେ ବୁଡ଼ି ରହିବେ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…

know your weekly horoscope

ଓଡ଼ିଆ ଗସିପ ବ୍ୟୁରୋ : କେଉଁ ରାଶିର ଲୋକଙ୍କ ପାଇଁ ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ ଏହି ସପ୍ତାହର ରାଶିଫଳ ବିଷୟରେ...

ମେଷ: ରବିବାରରେ ଯୋଜନା କରି ସଫଳ ହେବେ । ସନ୍ତାନସନ୍ତତି ଉନ୍ନତି କରିବେ । ସୋମ,ମଙ୍ଗଳ, ବୁଧବାରରେ କର୍ମତତ୍ପର ହୋଇ ସମସ୍ତ କାର୍ଯ୍ୟ ସୁଚାରୁ ରୂପରେ ସଂପାଦନା କରିବେ । ଗୁରୁ, ଶୁକ୍ରବାରରେ ଜୀବନସାଥୀଙ୍କ ସହଯୋଗ ପାଇବେ । ଶନିବାରରେ ସମ୍ପର୍କରେ ଦୃଢ଼ତା ଦେଖାଦେବ । ଦୂରଯାତ୍ରା ଯୋଗ ରହିଛି।

ବୃଷ: ରବିବାରରେ ଚିନ୍ତାରେ ବୁଡ଼ି ରହିବେ। ସୋମ, ମଙ୍ଗଳ, ବୁଧବାରରେ ମନରେ ବ୍ୟାକୁଳତା ଅନୁଭବ ହେବ । କ୍ରୋଧିତ ହେବା ଦ୍ବାରା କାର୍ଯ୍ୟ ବିଗିଡ଼ି ଯାଇପାରେ। ଗୁରୁ, ଶୁକ୍ରବାରରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜନ କରିପାରନ୍ତି । ଶନିବାରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ ।

ମିଥୁନ: ରବିବାରରେ ସଂଘର୍ଷ କରି ସଫଳତା ପାଇପାରନ୍ତି। ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ ଅଯଥା ଝାମେଲାରୁ ନିଜକୁ ଦୂରେଇ ରଖନ୍ତୁ । ଗୁରୁ, ଶୁକ୍ରବାରରେ ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ । ଶନିବାରରେ ଆର୍ଥିକକ୍ଷେତ୍ରରେ ପରିବାରବର୍ଗଙ୍କ ସହଯୋଗ ପାଇବେ ।

ଅଧିକ ପଢ଼ନ୍ତୁ: ଏହି ରାଶି ଲୋକଙ୍କ ପରିବାରରେ ଅଶାନ୍ତି ଯୋଗୁଁ ମନ ଭଲ ରହିବ ନାହିଁ, ପଢନ୍ତୁ ଆଜିର ରାଶିଫଳ  

କର୍କଟ: ରବିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାରୁ ମୁକ୍ତି ପାଇବେ । ସୋମ, ମଙ୍ଗଳ, ବୁଧବାରରେ ଭ୍ରମଣ ଯୋଗ ରହିଛି । ଗୁରୁ, ଶୁକ୍ରବାରରେ ବ୍ୟବସାୟ ପ୍ରସାରିତ ହେବ । ଶନିବାରରେ ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ ।

ସିଂହ: ରବି, ସୋମ, ମଙ୍ଗ ଳବାରରେ ଉତ୍ସାହିତ, ବନ୍ଧୁବାନ୍ଧବଙ୍କ ସହଯୋଗ, ଚଳଚଞ୍ଚଳ ରହିବେ । ବୁଧ, ଗୁରୁବାରରେ ଦ୍ରବ୍ୟହାନି, ଶତ୍ରୁବୃଦ୍ଧି ହେବେ । ଶୁକ୍ର, ଶନିବାରରେ ପରିଶ୍ରମର ଫଳ ପ୍ରାପ୍ତି, ବ୍ୟବସାୟିକ ଲାଭ ଭଲ ହେବ।

କନ୍ୟା : ରବିବାରରେ କର୍ମକ୍ଷେତ୍ରରେ ବିଳମ୍ବିତ କାର୍ଯ୍ୟ କରି ଅପଦସ୍ତ ହେବେ । ଅଭାବ ଓ ଅସୁବିଧା ଦେଖାଦେଇପାରେ। ସୋମ, ମଙ୍ଗଳ, ବୁଧବାରରେ ଗୁରୁଜନଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ରବାରରେ ବିଭିନ୍ନ ଦିଗରୁ ନିରାଶ ହେବେ । ଶନିବାରରେ ଶତ୍ରୁହାନି ଏବଂ ବ୍ୟବସାୟିକ ପ୍ରସାର ଘଟିବ ।

ତୁଳା: ରବିବାରରେ କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି । ସୋମ,ମଙ୍ଗଳ, ବୁଧବାରରେ ନିଜକୁ ପ୍ରମାଣିତ କରିବାକୁ ଯାଇ ଅଧିକ ପରିଶ୍ରମୀ ହେବେ। ଗୁରୁ, ଶୁକ୍ରବାରରେ ଭବିଷ୍ୟତ ପାଇଁ ନାନା ଯୋଜନା କରିବେ । ଶନିବାରରେ ପରିବାରରେ ତିକ୍ତତା ଉପୁଜିପାରେ ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !

ବିଛା : ରବିବାରରେ ତରବରିଆ ଭାବରେ କାର୍ଯ୍ୟ କରନ୍ତୁ ନାହିଁ । ସୋମବାରରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ । ସୋମ,ମଙ୍ଗଳ, ବୁଧବାରରେ ବିଭିନ୍ନ ଉପାୟରେ ଆୟ କରିବେ । ଗୁରୁ, ଶୁକ୍ରବାରରେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ । ଶନିବାରରେ ଅବହେଳାର ଶିକାର ହୋଇପାରନ୍ତି।

ଧନୁ: ରବିବାରରେ ନୂତନ କାର୍ଯ୍ୟରେ ଆରମ୍ଭ କରନ୍ତୁ ନାହିଁ । ସୋମ, ମଙ୍ଗଳ, ବୁଧବାରରେ ଘରେ ଶାନ୍ତିଶୃଙ୍ଖଳା ରହିବ । ସମାଜରେ ଖ୍ୟାତି ଅର୍ଜନ କରିବେ । ସାଙ୍ଗମାନଙ୍କୁ ଭେଟି ମନ ଖୁସି ହେବେ । ଗୁରୁ, ଶୁକ୍ରବାରରେ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ । ଶନିବାରରେ ପଦୋନ୍ନତିର ଯୋଗ ରହିଛି।

ମକର: ରବିବାରରେ କ୍ରୋଧାନ୍ବିତ ହୋଇ କାର୍ଯ୍ୟ କରି କଷ୍ଟ ପାଇବେ । ଆର୍ଥିକ ସ୍ବଚ୍ଛଳତା ଦେଖାଦେବେ । ସୋମ, ମଙ୍ଗଳ, ବୁଧବାରରେ ପରିବାରଠାରୁ ସୁଖଶାନ୍ତି ଆଶା କରିବେ । ଗୁରୁ, ଶୁକ୍ରବାରରେ ଦୀର୍ଘଦିନର ସ୍ବପ୍ନ ସତ ହେବ । ଶନିବାରରେ ଋଣଗ୍ରସ୍ତ ହୋଇ ଚିନ୍ତିତ ରହିବେ ।

ଅଧିକ ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ବିଧାୟକ ପ୍ରଦୀପ ପାଣିଗ୍ରାହୀପଙ୍କୁ ନେଇ ଗୋପାଳପୁରରେ କେଁ; ପ୍ରଦୀପଙ୍କୁ କିନ୍ତୁ ଚାହୁଁନି ପଦ୍ମ, ରହିଛି ଏହି ବଡ଼ କାରଣ...

କୁମ୍ଭ: ରବିବାରରେ ଉଚ୍ଚସମ୍ମାନର ଅଧିକାରୀ ହେବେ । ଭାଇଭଉଣୀଙ୍କ ସହଯୋଗ ମିଳିବ । ସୋମ, ମଙ୍ଗଳ, ବୁଧବାରରେ ଠକାମିରେ ପଡ଼ିପାରନ୍ତି । ଗୁରୁ, ଶୁକ୍ରବାରରେ ଅର୍ଥନୈତିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ । ଶନିବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ।

ମୀନ: ରବିବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ଦୂରଯାତ୍ରା କରିପାରନ୍ତି । ସୋମ, ମଙ୍ଗଳ, ବୁଧବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି । ଗୁରୁ, ଶୁକ୍ରବାରରେ ଜମିଜମା କଥାକୁ ନେଇ ବିବାଦ ଉପୁଜିପାରେ। ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ପଡ଼ୋଶୀଙ୍କ ସହସମ୍ପର୍କରେ ନିବିଡ଼ତା ବଢ଼ିବ ।

Share this story