ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଉପୁଜିପାରେ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…

Know your weekly horoscope today

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତୁ ଜାଣିବା ଆଜି ଏବଂ ଏହି ସପ୍ତାହରେ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକ ସାବଧାନର ସହ ଚାଲିବାକୁ ପଡିବ ଜାଣନ୍ତୁ...

ମେଷ: ରବିବାରରେ ପୈତୃକ ସଂପତ୍ତିକୁ ନେଇ ବିବାଦ ଦେଖାଦେବ । ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରର ସ୍ଥାନ ପରିବର୍ତ୍ତନର ଯୋଗ ଅଛି । ବୁଧ, ଗୁରୁବାରରେ ବ୍ୟବସାୟରେ ଉତ୍ତମ ଜ୍ଞାନକୌଶଳ ପ୍ରୟୋଗ କରିବେ । ଶୁକ୍ର, ଶନିବାରରେ ଉପରିସ୍ଥ କର୍ମଚାରୀଙ୍କ ସହିତ ବଚସା ହୋଇପାରେ ।

ବୃଷ: ରବିବାରରେ ପୁରୁଣା ସମସ୍ୟାର ସମାଧାନ ହେବ । ସୋମ, ମଙ୍ଗଳବାରରେ ମହିଳାମାନେ ଆଦର ସମ୍ମାନ ପାଇବେ । ବୁଧ, ଗୁରୁବାରରେ ଉପସ୍ଥିତବୁଦ୍ଧି ପ୍ରୟୋଗ କରି କାମ ହାସଲ କରି ପାରିବେ । ଶୁକ୍ର, ଶନିବାରରେ ରାଜନୀତିଜ୍ଞମାନେ ସଫଳତା ପାଇବେ ।

ମିଥୁନ: ରବିବାରରେ ଆଶାଆକାଂକ୍ଷା ପୂରଣ ହେବ । ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଉପୁଜିପାରେ । ବୁଧ, ଗୁରୁବାରରେ ପରିବାରଜନଙ୍କ ସହଯୋଗ ପାଇବେ । ଶୁକ୍ର, ଶନିବାର ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ । ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି ।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ସମସ୍ୟା ସହ ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ

କର୍କଟ: ରବିବାରରେ ବିଳାସବ୍ୟସନରେ ସମୟ କାଟିବେ । ସୋମ, ମଙ୍ଗଳବାରରେ ବ୍ୟବସାୟରେ ମଧ୍ୟମ ଧରଣର ଲାଭ ପାଇବେ । ସ୍ବାସ୍ଥ୍ୟ ଉତ୍ତମ ରହିବ । ବୁଧ, ଗୁରୁବାରରେ ଆର୍ଥିକ ଚିନ୍ତାକରି କଷ୍ଟ ପାଇପାରନ୍ତି । ବନ୍ଧୁ ସହଯୋଗ ମିଳିପାରେ । ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭବାନ ହେବେ ।

ସିଂହ: ରବିବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ସୋମ, ମଙ୍ଗଳବାରରେ ନୂଆ କାମ କରି ଉତ୍ସାହିତ ରହିବେ । ବୁଧ, ଗୁରୁବାରରେ ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ରହିବେ । ଶୁକ୍ର, ଶନିବାରରେ ପାରିବାରିକ ନିବିଡ଼ତା ମଧ୍ୟ ବୃଦ୍ଧି ପାଇବ । ମହିଳାମାନେ ସ୍ବାଧୀନମନା ହେବେ ।

କନ୍ୟା: ରବିବାରରେ ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କେତେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ସୋମ, ମଙ୍ଗଳବାରରେ  କାର୍ଯ୍ୟରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ବୁଧ, ଗୁରୁବାରରେ ସ୍ବାସ୍ଥ୍ୟ ଖରାପ ହୋଇପାରେ । ଶୁକ୍ର, ଶନିବାରରେ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ ।

ତୁଳା: ରବିବାରରେ ପରିବାରଠାରୁ ସହଯୋଗ ନ ପାଇ ଦୁଃଖିତ ହେବେ । ସୋମ, ମଙ୍ଗଳବାରରେ ବେରୋଜଗାରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ବୁଧ, ଗୁରୁବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ । ଶୁକ୍ର, ଶନିବାରରେ ଅକସ୍ମାତ୍‌ ବନ୍ଧୁମିଳନ ହୋଇପାରେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ।

ଅଧିକ ପଢ଼ନ୍ତୁ: କେଉଁ ବୟସରୁ ରଖିପାରିବେ ଶାରୀରିକ ସମ୍ପର୍କ? ଜାଣନ୍ତୁ କଣ କହୁଛି ଆଇନ...

ବିଛା: ରବିବାରରେ ପରିବାରରେ ସୁଖ-ସଂପ୍ରୀତି ବୃଦ୍ଧି ପାଇବ । ସୋମ, ମଙ୍ଗଳବାରରେ ଅଳ୍ପ ପରିଶ୍ରମ କରି ଅଧିକ ଫଳ ପାଇବାର ଆଶା ରଖିବେ । ବୁଧ, ଗୁରୁବାରରେ ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ଥିରୀକୃତ ହେବ । ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ ।

ଧନୁ: ରବିବାରରେ ଜମିଜମା ମାମଲାକୁ ନେଇ ଶତ୍ରୁ ଉପୁଜିବେ । ସୋମ,ମଙ୍ଗଳବାରରେ ମାନସିକ ଅବସାଦର ଶିକାର ହୋଇପାରନ୍ତି । ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ । ଶୁକ୍ର, ଶନିବାରରେ ସରକାରୀ ସହାୟତା ପାଇ ଦୀର୍ଘଦିନ ଧରି ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ ।

ମକର: ରବିବାରରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ। ସୋମ, ମଙ୍ଗଳବାରରେ ଅକସ୍ମାତ୍‌ ଦୂରଯାତ୍ରା କରିପାରନ୍ତି । ବୁଧ, ଗୁରୁବାରରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇ ପାରେ । ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ ।

ଅଧିକ ପଢ଼ନ୍ତୁ: ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ!

କୁମ୍ଭ: ରବିବାରରେ ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇବେ। ଲାଗିରହିଥିବା ସମସ୍ୟା ଅପସରି ଯିବ । ସୋମ, ମଙ୍ଗଳବାରରେ ଅନ୍ୟମନସ୍କତା ପାଇଁ କିଛି ମୂଲ୍ୟବାନ ବସ୍ତୁ ହରାଇ ବସିବେ । ବୁଧ, ଗୁରୁବାରରେ ସହକର୍ମୀ ଅସନ୍ତୁଷ୍ଟ ହୋଇପାରନ୍ତି । ଶୁକ୍ର, ଶନିବାରରେ ବ୍ୟବସାୟ ,ପରିବହନରୁ ଲାଭାନ୍ବିତ ହେବେ ।

ମୀନ: ରବିବାରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ସୋମ, ମଙ୍ଗଳବାରରେ ପାରିବାରିକ ଜୀବନ ସୁଖପ୍ରଦ ହେବ । ଗୁରୁଜନଙ୍କୁ ନେଇ ଚିନ୍ତିତ ରହିବେ । ବୁଧ, ଗୁରୁବାରରେ ଆକସ୍ମିକ ଭାବରେ ବ୍ୟୟଭାର ବୃଦ୍ଧି ପାଇବ । ଶୁକ୍ର, ଶନିବାରରେ ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚସମ୍ମାନ ପାଇପାରନ୍ତି ।

Share this story