ଏହି ୩ଟି ରାଶି ପାଇଁ ବଢିପାରେ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

know your horoscope of Wednesday

ଓଡ଼ିଆ ଗସିପ ବ୍ୟୁରୋ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୭ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :

ମେଷ: ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ । ଦେହ ଓ ମନ ସୁସ୍ଥ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ । ବ୍ୟବସାୟରେ ଅଗ୍ରଗତି ହେବ ।

ବୃଷ: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖ ଶାନ୍ତି ଲାଭ କରିବେ ।

ମିଥୁନ: ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

ଅଧିକ ପଢ଼ନ୍ତୁ : ଏହି ମନ୍ଦିରରେ ଦେବୀ ମା'ଙ୍କର ହୁଏ ଋତୁସ୍ରାବ, ଧଳା କପଡା ହୋଇଯାଏ ଲାଲ, ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କର୍କଟ: ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ଦାୟିତ୍ୱର ସହ କର୍ମ  ସମ୍ପାଦନ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଅଧିକ ପୁଞ୍ଜି ନବେଶ ଆପଣଙ୍କୁ ଫାଇଦା ଦେବ ।

ସିଂହ: ମାନସିକ ଶାନ୍ତି ବଜାୟ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ  ହେବ ।

କନ୍ୟା: ଦେହ ପୀଡାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ । ପୂଜା ସେବା ପାଇଁ ମନ ବଳିବ । କର୍ମକ୍ଷେତ୍ର ସହଜ ସରଳ ହେବ । ଆୟ ବ୍ୟୟ ସମାନ ରହିବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସିମିତିରେ ଯୋଗ ଦେଇ ଜନତାଙ୍କ ଆଦର ଅଭ୍ୟର୍ଥନା ଲାଭ କରିବେ ।

ତୁଳା: ମନ ଭଲ ରହିଲେ ମଧ୍ୟ ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ । କର୍ମକ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ  । ଦୂରଯାତ୍ରା ବିପଜ୍ଜନକ ହୋଇପାରେ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ ।

ଅଧିକ ପଢ଼ନ୍ତୁ : କିଛି କାମରେ ଘରୁ ବାହାରିଲା ବେଳେ ବିଲେଇ ଆଗରେ ପାର ହେଲେ ଏହା ଶୁଭ ନା ଅଶୁଭ ?

ବିଛା: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

ଧନୁ: ଅସୁସ୍ଥ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା କମ୍ ମିଳିବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଦୂରଯାତ୍ରା କରନ୍ତୁ ନାହିଁ । କ୍ରୀଡାବିତ୍ ସତର୍କତା ଅବଲମ୍ୱନ କରନ୍ତୁ ।

ମକର: ଶରୀର ଆରୋଗ୍ୟ ରହିବ । ଦୃଢ ମନ ନେଇ କାର୍ଯ୍ୟ କରିବେ । ଆୟ ଓ ବ୍ୟୟ ସମାନ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି  ହେବ ।

ଅଧିକ ପଢ଼ନ୍ତୁ : ମନମୋହନଙ୍କ ସହ ଅପରାଜିତାଙ୍କ କବାଟକିଳା ବୈଠକ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀନୀ ଅପରାଜିତା ! ଦେଖନ୍ତୁ ଭିଡିଓ...

କୁମ୍ଭ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିପାରେ । ମାନ ସମ୍ମାନ ମିଳିବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଅକସ୍ମାତ ଧନ ଲାଭର ସୂଚନା ମିଳୁଛି । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ ।

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତ କରିବେ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କାହାରିକୁ ଧାର କରଜ ଦିଅନ୍ତୁ ନାହିଁ । ଅଚିହ୍ନା ଅପରିଚିତଙ୍କ ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ହେବ ।

Share this story

World Odia Language Conferene