ଆଜିର ରାଶିଫଳ : କରନ୍ତୁନି ଏହି କାମ ୪ ରାଶି ସାହିପାରନ୍ତି ଯନ୍ତ୍ରଣା, ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ...

know your horoscope of May 13 2023

ଓଡ଼ିଆ ଗସିପ ବ୍ୟୁରୋ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :

ମେଷ: ମନୋରଞ୍ଜନରେ ଦିନ ବିତିବ । ଯୋଜନା ମୁତାବକ କାର୍ଯ୍ୟ ହେବ । ଅତିଥି ସତ୍କାରରେ ଦିନ ବିତିବ । ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ପରିବାର ଲୋକଙ୍କୁ ପ୍ରାଥମିକତା ଦିଅନ୍ତୁ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ।

ବୃଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରୁ ସଫଳତା ମିଳିବ । ଆର୍ଥିକବସ୍ଥା ସ୍ବଚ୍ଛଳ ରହିବ । ଉଧାର ଦେବାକୁ ପଡ଼ିପାରେ । କଟୁ କଥା କୁହନ୍ତୁ ନାହିଁ । ଭାଇ-ଭାଇ ସମ୍ପର୍କରେ ତିକ୍ତତା ଆସିପାରେ । ଆୟ ଅନୁସାରେ ବ୍ୟୟ କରନ୍ତୁ ।

ମିଥୁନ: ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ନିବେଶ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ । ବିଚାରଧାରାକୁ ସକାରାତ୍ମକ ରଖନ୍ତୁ । ଗ୍ୟାସ୍‌ ସମସ୍ୟା ହୋଇପାରେ ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ । ମାନସିକ ଅବସାଦରେ ରହିବେ...

କର୍କଟ: ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି । କର୍ମକ୍ଷେତ୍ରରେ ବଦଳି ହୋଇପାରେ । କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ । ମହିଳାମାନେ ଭ୍ରମଣପ୍ରିୟ ହେବେ ।

ସିଂହ: ଆତ୍ମବିଶ୍ବାସ ବଢ଼ାନ୍ତୁ । ପିଲାମାନଙ୍କ ବିଚାରଧାରାକୁ ପରିବର୍ତ୍ତନ କରନ୍ତୁ । ପ୍ରେମ ସମ୍ପର୍କରେ ସମସ୍ୟା ଉପୁଜିପାରେ । ଥକ୍କା ଅନୁଭବ କରିପାରନ୍ତି । ବିଦ୍ୟାର୍ଥୀମାନେ ଦୂରଯାତ୍ରା କରିବେ ।

କନ୍ୟା: ନୂତନ ଜମି କିଣିବାକୁ ଏହା ଉପଯୁକ୍ତ ସମୟ । ଷ୍ଟକ୍‌ ମାର୍କେଟ୍‌ କାମରେ ସଫଳ ହେବେ । ବନ୍ଧୁବାନ୍ଧବଙ୍କ ଦ୍ବାରା ଆଘାତ ପାଇପାରନ୍ତି । ମତଭେଦ ଦୂର ହେବ । ମହିଳାମାନେ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ ।

ତୁଳା: ଆଜି ଦିନଟି ସବୁ ଦୃଷ୍ଟିରୁ ଭଲ । ନିଜ କାମ ଉପରେ ଭରସା ରଖନ୍ତୁ । ସନ୍ତାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ । ବନ୍ଧୁଙ୍କ ସହ କଳହଯୋଗ ରହିଛି । ଘରର ମାହୋଲ ଶାନ୍ତିପୂର୍ଣ୍ଣ ରହିବ ।

ବିଛା: ଅଚାନକ ଖୁସି ଖବର ପାଇବେ । ସାମାଜିକ କାର୍ଯ୍ୟରେ ସାମିଲ ରହିବେ । ଯୋଜନା ମୁତାବକ କାମ କରନ୍ତୁ । ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ । ପତି-ପତ୍ନୀଙ୍କ ସମ୍ପର୍କ ମଜଭୁତ ହେବ ।

ଧନୁ: ଯେଉଁ କାର୍ଯ୍ୟରେ ଆତ୍ମସନ୍ତୋଷ ପାଉନାହାନ୍ତି ସେଥିରୁ ଦୂରେଇ ରୁହନ୍ତୁ । କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ । ମଧୁର ବଚନ କୁହନ୍ତୁ । ପିଲାମାନଙ୍କ ପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ : ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ: ଆଜି ବାଚସ୍ପତିଙ୍କ ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

ମକର: ଆୟ ଅନୁସାରେ ବ୍ୟୟ ବହୁତ କମ୍‌ ହେବ । ଉପହାର ଦେବାନେବାରେ ସମୟ ବିତାଇବେ । ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି । ମହିଳାମାନେ ସତର୍କ ରୁହନ୍ତୁ ।

କୁମ୍ଭ: ପରିଶ୍ରମର ଫଳ ପାଇବେ । ନିଜ ସକ୍ଷମ ଅନୁସାରେ କାର୍ଯ୍ୟ କରନ୍ତୁ । କର୍ମଚାରୀଙ୍କୁ ନୂତନ ଦାୟିତ୍ବ ମିଳିପାରେ । ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ ।

ମୀନ: ସନ୍ତାନଙ୍କ ସସମ୍ୟାକୁ ନେଇ ଚିନ୍ତା ରହିବ । ନିଜ ବ୍ୟବହାର ଉପରେ ସଂଯମତା ରଖନ୍ତୁ । ପଢ଼ାପଢ଼ିରେ ସମୟ ବିତିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ । କୌଣସି ବି ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି ।

Share this story

World Odia Language Conferene