ଶୁକ୍ରଙ୍କ ଗୋଚର ୨୦୨୩: ଶୁକ୍ରଙ୍କ ଗୋଚର କାରଣରୁ ମାଲେମାଲ୍ ହେବେ ଏହି ତିନି ରାଶି!

Know your horoscope of July 28 2023

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଶୁକ୍ର (venus) ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ ।

ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ଜୁଲାଇ ୭ ତାରିଖରେ ଶୁକ୍ର ସିଂହକୁ (leo) ଗୋଚର ବା ରାଶି ପରିବର୍ତ୍ତନ କରିଛନ୍ତି । ଶୁକ୍ର ସିଂହ ରାଶିରେ ପ୍ରାୟ ମାସ ମାସ ଧରି ଅବସ୍ଥାପନ କରିବେ । ଶୁକ୍ରଙ୍କ ଏହି ଗୋଚର ଫଳରେ ଏହି ତିନି ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ । ସେମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ଧନଧାନ୍ୟରେ ସେମାନଙ୍କ ଜୀବନ ପୁରି ଉଠିବ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ବୃଷ: ସିଂହ ରାଶିରେ ଶୁକ୍ରଙ୍କ ଗୋଚର ବୃଷ ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ପରିବାରରେ ଶାନ୍ତିର ପରିବେଶ ରହିବ । ପରିବାରର ବୃଦ୍ଧି ଘଟିବ । ପରିବାର ସଦସ୍ୟମାନେ ଆପଣଙ୍କୁ ସମର୍ଥନ କରିବେ । କ୍ୟାରିୟରରେ ଅଗ୍ରଗତି ହେବ ।

ଅଧିକ ପଢ଼ନ୍ତୁ : ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି କି ଦୁର୍ଘଟଣା ? କାହିଁକି ବସ କର୍ମଚାରୀ ପ୍ରଥମେ ମହିଳାଙ୍କୁ ଚଢିବା ପାଇଁ ମନା କରନ୍ତି ?

ଏଥିସହ କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି ।

ତୁଳା : ଶୁକ୍ରଙ୍କ ଏହି ଗୋଚର ତୁଳା ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ କରିବ । ଏହି ସମୟରେ ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ । ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ ।

ଏହି ସମୟରେ, ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ । ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ । ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ । ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ, କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇ ଯାଇଛି । ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛ ତେବେ ଚେଷ୍ଟା ଜାରି ରଖ, ତୁମେ ସଫଳତା ପାଇବ । ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ ଏବଂ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।

Share this story