ଆଜିର ରାଶିଫଳ: ଏହି ରାଶି ଥିବା ପ୍ରେମୀଯୁଗଳ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି

know your horoscope of December 20 2022

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ (ଡିସେମ୍ବର ୨୦, ୨୦୨୨) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ :

ମେଷ: ଭ୍ରମଣ କରିବା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ।  ଆର୍ଥିକ ସ୍ଥିତି ଭଲ ରହିବ । ଗୁରୁଜନଙ୍କ ସେବା କରି ସନ୍ତୋଷ ପାଇବେ । ପରିବାରରେ ସୁଖଦ ବାତାବରଣ ରହିବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ ।

ବୃଷ: ବିଭିନ୍ନ ମାର୍ଗରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ । ସାମୂହିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପ୍ରେମୀଯୁଗଳ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ମିଥୁନ: ବିଭିନ୍ନ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । କର୍ମକ୍ଷେତ୍ରରେ ମନୋମାଳିନ୍ୟ ହୋଇପାରେ । ନିଜ କାଗଜପତ୍ର ସାବଧାନତାର ସହ ରଖନ୍ତୁ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ନୂଆ ବର୍ଷରୁ ରାହୁ ଗୋଚରରେ ଏହି ରାଶିଙ୍କୁ ମିଳିବ ଫାଇଦା, କଣ ଆପଣଙ୍କ ଭାଗ୍ୟରେ ବି ରହିଛି କି ଗ୍ରହ ପରିବର୍ତ୍ତନ?

କର୍କଟ : ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପରିବାରରେ ତିକ୍ତତା ଦେଖା ଯାଇପାରେ । ଯାତ୍ରାରେ କଠିନତା ଦେଖାଦେବ । ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ ।

ସିଂହ: ନୂତନ ନିବେଶରୁ ଲାଭାନ୍ବିତ ହେବେ । ନକାରାତ୍ମକ ବିଚାରଠାରୁ ଦୂରେଇ ରୁହନ୍ତୁ । ଗୁରୁଜନଙ୍କ ସହ ମତଭେଦ ହୋଇପାରେ। ଭୂସଂପତ୍ତିର ଅଧିକାରୀ ହୋଇପାରନ୍ତି । ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାନ୍ତୁ ।

କନ୍ୟା: ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ପ୍ରତିଯୋଗୀମାନଙ୍କଠାରୁ ପରାସ୍ତ ହେବେ । ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ । ଆର୍ଥିକ ଲାଭ ମିଳିବ । ସମାଜରେ ମାନ-ସମ୍ମାନର ଅଧିକାରୀ ହେବେ ।

ତୁଳା : ନିଜ ଜିଦିଆ ସ୍ବଭାବ ପାଇଁ କଷ୍ଟ ପାଇପାରନ୍ତି । ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ । ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ।

ବିଛା : ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ । ଜୀବନସାଥୀଙ୍କ ସହିତ ଅଧିକ ସମୟ କଟାଇବେ । ଉଚ୍ଚ ପ୍ରଶଂସାର ଅଧିକାରୀ ହେବେ । ପରିବାରବର୍ଗଙ୍କ ସହ ମନୋମାଳିନ୍ୟ ହୋଇପାରେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବିବାହିତ ଦମ୍ପତିଙ୍କ ଜୀବନ ନଷ୍ଟ କରୁଛି ସ୍ମାର୍ଟଫୋନ୍, ଆସିଲା ଏହି ସାଇବର ମିଡିଆ ରିପୋର୍ଟ...

ଧନୁ : କଷ୍ଟକର କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିବେ । ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି । କ୍ରୋଧ ଉପରେ ଅଂକୁଶ ଲଗାନ୍ତୁ । କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ ।

ମକର: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ । ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ । ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ । ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ ।

କୁମ୍ଭ : ପ୍ରତ୍ୟେକ କାର୍ଯ୍ୟକୁ ର୍ନିଵିଘ୍ନରେ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ । ଏବଂ ଉଚ୍ଚପଦାଧିକାରୀଙ୍କ ସହଯୋଗ ପାଇବେ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଅଛି ।

ମୀନ : ନକାରାତ୍ମକ ବିଚାର ପାଇଁ ନିଜକୁ ଅବହେଳିତ ମନେ କରି ପାରନ୍ତି । ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ । ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହେବେ । ଦାମ୍ପତ୍ୟ ଜୀବନ ମଧୁର ରହିବ ।

Share this story