ବିବାହିତ ଦମ୍ପତିଙ୍କ ଜୀବନ ନଷ୍ଟ କରୁଛି ସ୍ମାର୍ଟଫୋନ୍, ଆସିଲା ଏହି ସାଇବର ମିଡିଆ ରିପୋର୍ଟ...

Use of smartphone breaks the relationship between married couple

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି । ଯେଉଁମାନଙ୍କ ପାଖରେ ନାହିଁ ସେମାନେ ମଧ୍ୟ ଏହାକୁ ଶୀଘ୍ର କିଣିବାରେ ବ୍ୟସ୍ତ । ଏବେ ପେମେଣ୍ଟ କରିବା, ଗୀତ ଶୁଣିବା କିମ୍ବା ଚଳଚ୍ଚିତ୍ର ଦେଖିବା ଭଳି ଅଧିକାଂଶ କାର୍ଯ୍ୟ ସ୍ମାର୍ଟଫୋନରେ କରାଯାଉଛି ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହି ସ୍ମାର୍ଟଫୋନ୍ ଲୋକଙ୍କ ଦାମ୍ପତ୍ୟ ଜୀବନକୁ ନଷ୍ଟ କରୁଛି । ନିକଟରେ ଭିଭୋ ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ବିବାହିତ ଦମ୍ପତିଙ୍କ ଉପରେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଉପରେ ଏହାର ପ୍ରଭାବ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଛି ।

ଏହି ଅନୁଯାୟୀ, ୮୮% ବିବାହିତ ଭାରତୀୟ ଅନୁଭବ କରନ୍ତି ଯେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ସେମାନଙ୍କ ଦାମ୍ପତ୍ୟ ଜୀବନକୁ ନଷ୍ଟ କରୁଛି । ଏହାର ଅର୍ଥ ହେଉଛି ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର ୮୮% ଙ୍କର ଜୀବନସାଥୀ ସହ ସମ୍ପର୍କକୁ ଖରାପ କରାଉଛି । ଏହାଛଡା ୫୮% ଖାଇବା ସମୟରେ ଫୋନ୍‌ ବ୍ୟବହାର କରୁଥିବାବେଳେ ୬୯% କଥାବାର୍ତ୍ତା ସମୟରେ ସ୍ମବାମୀ ହେଉ ବା ସ୍ତ୍ରୀ କେହି କାହାକୁ ପୂର୍ଣ୍ଣ ଧ୍ୟାନ ଦେଉନାହାଁନ୍ତି ।

ଭିଭୋ ସୁଇଚ୍ ଅଫ୍ ଅଧ୍ୟୟନର ଚତୁର୍ଥ ସଂସ୍କରଣ ‘ସ୍ମାର୍ଟଫୋନ୍ ଏବଂ ମାନବ ସମ୍ପର୍କ ଉପରେ ତାହାର ପ୍ରଭାବ ୨୦୨୨ ଶୀର୍ଷକ ରିପୋର୍ଟରେ ଦମ୍ପତିଙ୍କ ସମ୍ପର୍କର ଆଚରଣ ଏବଂ ସେଥିଯୋଗୁ ହେଉଥିବା ମନୋବୈଜ୍ଞାନିକ ପରିବର୍ତ୍ତନ ଉପରେ ପର୍ଯ୍ୟବେଶିତ । ଏହି ସର୍ଭେରୁ ଜଣାପଡିଛି ଯେ ୬୭% ଲୋକ ନିଜ ଜୀବନସାଥୀ ସହ ସମୟ ବିତାଇବା ସମୟରେ ମଧ୍ୟ ନିଜ ଫୋନରେ ବ୍ୟସ୍ତ ଥିବା ସ୍ୱୀକାର କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଡିଶା ହସ୍ପିଟାଲରେ ଡାକ୍ତରଙ୍କ ଗଲୁଆ କାମ, ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

୮୯ ପ୍ରତିଶତ ଲୋକ ସହମତ ହୋଇଛନ୍ତି ଯେ ସେମାନେ ନିଜ ଜୀବନସାଥୀଙ୍କ ଖୁସିରେ ଟିକେ କଥା ହେବାକୁ କମ୍ ସମୟ ଦେଉଛନ୍ତି । ସ୍ମାର୍ଟଫୋନ୍ ସହିତ ଅତ୍ୟଧିକ ବ୍ୟସ୍ତ ରହିବା ଦ୍ୱାରା ମାନସିକ ପରିବର୍ତ୍ତନ ହୋଇଥାଏ । ୭୦ ପ୍ରତିଶତ ମହିଳାଙ୍କ ବିଶ୍ୱାସ ଯେ ଯଦି ତାଙ୍କ ସ୍ୱାମୀ ସ୍ମାର୍ଟଫୋନରେ ଅତ୍ୟଧିକ ବ୍ୟସ୍ତ, ତେବେ ଏହା ସେମାନଙ୍କ ସମ୍ପର୍କକୁ ଖରାପ କରିଥାଏ । ୬୯ ପ୍ରତିଶତଙ୍କ କହିବା ହେଉଛି ସେମାନେ ନିଜ ଜୀବନ ସାଥୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ପୂର୍ଣ୍ଣ ଧ୍ୟାନ ଦିଅନ୍ତିନାହିଁ ।

ରିପୋର୍ଟ ଅନୁଯାୟୀ, ୮୪% ଉତ୍ତରଦାତା ନିଜ ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । ଲୋକମାନେ ସମସ୍ୟାଗୁଡିକ ଗ୍ରହଣ କରୁଛନ୍ତି ଏବଂ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି । ୯୦% ନିଜ ଜୀବନସାଥୀଙ୍କ ସହ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ପାଇଁ ଅଧିକ ଖାଲି ସମୟ ପାଇବାକୁ ଚାହାଁନ୍ତି ।

ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ବର୍ତ୍ତମାନ ସେମାନଙ୍କ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଥିବା ୮୪ ପ୍ରତିଶତ ଲୋକ ସହମତ ହୋଇଛନ୍ତି । ହେଲେ ୭୨% ଲୋକ କହିଛନ୍ତି ଯେ, ବେଳେବେଳେ ସେମାନେ ନିଜ ସ୍ମାର୍ଟଫୋନରେ ଏତେ ବ୍ୟସ୍ତ ରୁହନ୍ତି ଯେ ନିଜ ଆଖପାଖ ପରିବେଶ ବିଷୟରେ ଅବଗତ ନୁହଁନ୍ତି । ୫୮% ଲୋକ ସ୍ବୀକାର କରିଛନ୍ତି ଯେ ସେମାନେ ଖାଇବା ସମୟରେ ଏବଂ ୬୦% ଲୋକ ଘରେ ଥିବାବେଳେ ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି । ଆହୁରି ମଧ୍ୟ ପ୍ରାୟ ୬୦% ଲୋକ ପରିବାର ସହ ବସି କଥାବାର୍ତ୍ତା କରିବା ପରିବର୍ତ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମ ବିବାହ ପରେ ନିଜ ସ୍ୱାମୀଠାରୁ ଧୋକ୍କା ପାଇବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ଅନ୍ୟ ମହିଳାଙ୍କୁ ନେଇ ସ୍ୱାମୀ ଚମ୍ପଟ...

ଏହାସତ୍ତ୍ବେ ସ୍ମାର୍ଟଫୋନର ଅନେକ ସୁବିଧା ମଧ୍ୟ ରହିଛି । ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ୬୦% ଲୋକଙ୍କୁ ନିଜ ପ୍ରିୟଜନଙ୍କ ସହ ଯୋଡିବାରେ ସାହାଯ୍ୟ କରୁଛି । ୫୯%ଙ୍କର କହିବା ହେଉଛି ଏହା ସେମାନଙ୍କର ଜ୍ଞାନ ବଢ଼ାଉଛି ।

୫୮%ଙ୍କ ପାଇଁ ସ୍ମାର୍ଟଫୋନ୍ ସପିଂର ସହଜତା ବଢ଼ାଇଥିବାବେଳେ ୫୫% ସେମାନଙ୍କର ଉତ୍ପାଦନ ଅଭିବୃଦ୍ଧିରେ ସହାୟକ ହୋଇଥିବା କହିଛନ୍ତି । ଏହି ସର୍ଭେରେ ଦିଲ୍ଲୀ, ମୁମ୍ବଇ, କଲକାତା, ଚେନ୍ନଇ, ହାଇଦ୍ରାବାଦ,ବେଙ୍ଗାଲୁରୁ, ଅହମ୍ମଦାବାଦ ଏବଂ ପୁଣେ ଆଦି ସହରର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସାମିଲ କରାଯାଇଥିଲା ।

Share this story

World Odia Language Conferene