ଶାଳଗ୍ରାମ କେମିତି ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାଏ? ଗରିବରୁ କୋଟିପତି ହେବାର କଣ ରହିଛି ରହସ୍ୟ ଜାଣନ୍ତୁ

kemiti karibe salagrama puja

ଓଡ଼ିଆ ଗସିପ୍ ବ୍ୟୁରୋ: "ଶାଳଗ୍ରାମ" ହେଉଛି ଏକ ଜାତିର ପଥର; ଯାହାକୁ ବୈଜ୍ଞାନିକ ମତରେ 'ଆମ୍ନୋନାଇଟ୍' କୁହାଯାଏ; ଯିଏକି ଏକ ଛିଦ୍ରଯୁକ୍ତ କୁଣ୍ଡଳାକାର ଜୀବାଶ୍ମ ଅଟେ। ଗଣ୍ଡୁକୀ ନଦୀର ଶିଳାକୁ ବିଷ୍ଣୁଙ୍କର ଏକ ପ୍ରତୀକ ରୂପେ ପରିଗଣିତ କରି "ଶାଳଗ୍ରାମ" ନାମରେ ପୂଜା କରାଯାଇଥାଏ । ଏହା ଉପରେ ତୁଳସୀ ଚଢ଼ାଯାଏ । ଭାରତର କେତେକାଂଶରେ "ଶାଳଗ୍ରାମ" ସହିତ ତୁଳସୀ ବିବାହ ଉତ୍ସବ ପାଳିତ ହୁଏ । ଏହାକୁ କଲ୍ୟାଣୋତ୍ସବ କୁହାଯାଏ । 

ଅଧିକ ପଢ଼ନ୍ତୁ:  ଏଇ ଭାରତରେ ଏମିତି ବି ହୁଏ: ପତ୍ନୀଙ୍କୁ ପ୍ରେମିକ ସହ ବାହା କରାଇଲେ ସ୍ୱାମୀ!

ଆମ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; କିନ୍ତୁ ବ୍ରହ୍ମାଙ୍କୁ ଶଙ୍ଖ ସ୍ୱରୂପ, ବିଷ୍ଣୁଙ୍କୁ ଶାଳଗ୍ରାମ ସ୍ୱରୂପ ଓ ଶିବଙ୍କୁ ଲିଙ୍ଗ ସ୍ୱରୂପରେ ପୂଜା କରାଯାଏ; "ଶାଳଗ୍ରାମ" : ହେଉଛନ୍ତି ଦୁର୍ଲଭ; ଏହା ଖୁବ କମ ମିଳିଥାଏ; ଏହା ମୁଖ୍ୟତଃ ନେପାଳର ମୁକ୍ତିନାଥ, ଗଣ୍ଡୁକୀ ନଦୀର ତଟରେ ମିଳିଥାଏ। 

"ଶାଳଗ୍ରାମ" ଙ୍କ ଏକ ମନ୍ଦିର ମଧ୍ୟ ରହିଛି ଯାହା ନେପାଳର ମୁକ୍ତିନାଥରେ ରହିଛି; ଏହି ମନ୍ଦିର ବୈଷ୍ଣବ ସମ୍ପ୍ରଦାୟର ପ୍ରମୁଖ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ; ଏହି ସ୍ଥାନକୁ ଯିବା ସହଜ ନୁହେଁ; ଏହାର ରାସ୍ତା ଅତ୍ୟନ୍ତ ଦୁର୍ଗମ ସହ କଷ୍ଟଦାୟକ। ପ୍ରାପ୍ତି ସ୍ଥାନ :- ଆମ୍ମୋନାଇଟ (ଛିଦ୍ରଯୁକ୍ତ କୁଣ୍ଡଳାକାର ଜୀବାଶ୍ମ) ଜାତିର ଏଇ ପ୍ରାକୃତିକ ଶିଳାଖଣ୍ଡ କେବଳ ନେପାଳର ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୁକୀ ନଦୀ ପଠାରେ ଦେଖିବାକୁ ମିଳିଥାଏ ।

ଅଧିକ ପଢ଼ନ୍ତୁ: ଚୁମା ଚାଟିରେ କପୁଲଙ୍କ ରେକର୍ଡ ନିଶା: କେଉଁଠି କିଏ କେମିତି କଲା ଜାଣନ୍ତୁ

ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ମତରେ ଓଡ଼ିଶାରେ ତିନିପ୍ରକାର (କଳା, ଧଳା ଓ ଇଷତ୍‌ ଲାଲ) "ଶାଳଗ୍ରାମ" ପୂଜା କରାଯାଉଛି। ଏହି "ଶାଳଗ୍ରାମ" ଶିଳା ଗଣ୍ଡୁକି ନଦୀ କୂଳରୁ ମିଳିଥାଏ। ଗୋଲାକାର ଶାଳଗ୍ରାମଙ୍କୁ ପୂଜା କଲେ ଲକ୍ଷ୍ମୀପ୍ରାପ୍ତି ହୁଅନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହାଙ୍କୁ ସାଧାରଣତଃ ଘର ଏବଂ ମନ୍ଦିରରେ ପୂଜା କରାଯାଏ। 

କଥିତ ଅଛି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ରତ୍ନବେଦୀ ଚତୁଃପାର୍ଶ୍ୱରେ ୧ଲକ୍ଷ ୮ମୂର୍ତ୍ତି ଶାଳଗ୍ରାମ ପୋତିଥିଲେ। ସେଥିପାଇଁ କେତେକ ନୀତି ସମୟରେ ରତ୍ନସିଂହାସନ ଚାରିପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାମାନଙ୍କୁ ପରିକ୍ରମା କରାଯାଏ।ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କାଳରୁ ବାହାର ବେଢା ଏବଂ ଭିତର ବେଢାରେ ଶାଳଗ୍ରାମ ପୂଜାବିଧି ପ୍ରାୟତଃ ନାହିଁ।

"ଶାଳଗ୍ରାମ" କେଉଁଠୁ ମିଳେ ?
``````````````````````````````````````````
ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ 'ମୁକ୍ତିନାଥ' ନାମକ ସ୍ଥାନରେ 'ଗଣ୍ଡୁକୀ' ନଦୀ ପଠାରେ ଦେଖିବାକୁ ମିଳିଥାଏ। ଦ୍ଵାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାର ଧଳା ପଥର ମିଳେ; ଯାହାକୁ 'ଚକ୍ରନିକା' କୁହଯାଏ। ଏ ପଥର ମଧ୍ୟ ଶାଳଗ୍ରାମ ସମତୂଲ୍ୟ। ଏହାକୁ ଶାଳଗ୍ରାମ ସହିତ ରଖି ପୂଜା କରାଯାଏ।
"ଶାଳଗ୍ରାମ" କିପରି ସୃଷ୍ଟି ହୁଏ ?

ଅଧିକ ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ : ମାଡ଼ୁଛି ଆଖିଧରା ରୋଗ: ଜୁଲାଇ ମାସରେ ସାବଧାନ ରୁହନ୍ତୁ

ନେପାଳର ଗଣ୍ଡୁକୀ ନଦୀରେ 'ବଜ୍ରକୀଟ' ନାମକ ଏକ ପ୍ରକାର କୃମିପୋକ ବାସ କରନ୍ତି; ଯାହାର ଦାନ୍ତ ଓ ନଖ ଗ୍ରାନାଇଟ ଶିଳାଠୁ ଶକ୍ତ ବୋଲି ବିଶ୍ଵାସ ରହିଛି। ସେଇ କୀଟଗୁଡିକ ଏଇ ଶିଳା ଉପରେ ଚକ୍ରାକୃତିର ଚିହ୍ନମାନ ଅଙ୍କନ କରିଥାନ୍ତି। ଏଇ ଚକ୍ର ସବୁ କେବଳ ଶିଳାର ଉପରି ଭାଗରେ ନ ରହି ଶିଳାର ଭିତର ଭାଗରେ ବି ରହିଥାଏ; କାରଣ ଏଇ କୀଟ ସେଇ ଶିଳା ଭିତରେ ହିଁ ବାସ କରିଥାଏ। ସେଇ କୀଟ କରିଥିବା ଛିଦ୍ରଗୁଡିକୁ "ବଦନ ବା ମୁଖ" ନାମରେ ଅଭିହିତ କରାଯାଏ। ଆମେ ଯଦି ଶାଳଗ୍ରାମ ଉପରେ ଗୋଟିଏ ପାର୍ଶ୍ଵରୁ ଆଲୋକ ପକାଇବା; ତେବେ ସେ ଛିଦ୍ର ଗୁଡିକ ଖୁବ ପରିଷ୍କାର ଭାବେ ଦେଖା ଯିବ। ଅସଲି ଶାଳଗ୍ରାମ ଚିହ୍ନିବା ପାଇଁ ଏଇ 'ଚକ୍ର ଚିହ୍ନ' ହିଁ ମହତ୍ତ୍ୱପୂର୍ଣ୍ଣ। ବିଶ୍ଵାସ କରାଯାଏ କି; ଭଗବାନ ବିଷ୍ଣୁ ନିଜେ ସେ କୀଟ ରୂପରେ ଆସି ଏ ଶିଳାକୁ ପ୍ରସ୍ତୁତ କରିଥାନ୍ତି।
"ଶାଳଗ୍ରାମ" ରଙ୍ଗ, ରୂପ ଓ ଆକାର :-
````````````````````````````````````````````````
ଅଧିକାଂଶ ଶାଳଗ୍ରାମ ଶିଳା 'କଳା' ରଙ୍ଗର। ଏହାଛଡା ବିରଳ ଲାଲ ରଙ୍ଗର ଶାଳଗ୍ରାମ ବି ଦେଖିବାକୁ ମିଳେ। ହେଲେ ଏହାକୁ ଘରେ ରଖି ପୂଜା କରାଯାଏ ନାହିଁ। ଶାଳଗ୍ରାମ ତିନି ପ୍ରକାରର ହୋଇଥାନ୍ତି। ସାଧାରଣ,କ୍ଷୁଦ୍ର ଓ ଅତିକ୍ଷୁଦ୍ର। ଅତିକ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ବା ଚକ୍ର ଦେଖିବାକୁ ମିଳେ ନାହିଁ। ହେଲେ ଏହାକୁ ଆଲୋକ ଆଗରେ ରଖିଲେ,ଏହା *ଭିତରଟା ଲାଲ* ଦେଖାଯାଏ। ଏଇ ଶାଳଗ୍ରାମକୁ 'ରତ୍ନଗର୍ଭା' କୁହଯାଏ । 


ଏ ପ୍ରକାର ଶାଳଗ୍ରାମ ଅତି ବିରଳ ଶ୍ରେଣୀର। ଯେଉଁ ଶାଳଗ୍ରାମରେ ୭ଟି ଛିଦ୍ର ଓ ୧୪ ଟି ଚକ୍ର ଥାଏ ; ତାକୁ "ଅନନ୍ତ ପଦ୍ମନାଭ" ମୂର୍ତ୍ତି କୁହାଯାଏ। ଯେଉଁଥିରେ ୨ଟି ଛିଦ୍ର ଓ ୪ଟି ଚକ୍ର ଥାଏ; ତାକୁ "ନାରାୟଣ ମୂର୍ତ୍ତି" କୁହନ୍ତି। ଉଭୟ ଶାଳଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।

 

Share this story