ଦେଖନ୍ତୁ ଭିଡ଼ିଓ : ମାଡ଼ୁଛି ଆଖିଧରା ରୋଗ: ଜୁଲାଇ ମାସରେ ସାବଧାନ ରୁହନ୍ତୁ

causing eye irritation then follow these steps

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଏବେ ଆଖି ଧାରା ରୋଗ ବଢ଼ିବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ଏହି ରୋଗର ରୋଗୀ ସଂଖ୍ୟା ଅଧିକରୁ ଅଧିକ ନଜର ଆସୁଛନ୍ତି । ବିଶେଷ କରି ରାଜଧାନୀ ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନେକ ଜିଲ୍ଲାରେ ଏହି ସଂକ୍ରମଣ ବଢିବାରେ ଲାଗିଛି ।

ବିଶେଷକରି ବହୁସଂଖ୍ୟାରେ ଶିଶୁ ସଂକ୍ରମିତ ହେଉଛନ୍ତି । କ୍ୟାପିଟାଲ୍‌ ହସ୍ପିଟାଲରେ ସପ୍ତାହ ପୂର୍ବେ ଦୈନିକ ୧୦ରୁ ୧୫ ରୋଗୀ ଆସୁଥିଲେ । ହେଲେ ଆଜି ୪୦ରୁ ୫୦ ପାଖାପାଖି ସଂକ୍ରମିତ ଚିକିତ୍ସା ପାଇଁ ଆସିଛନ୍ତି । ଆଗକୁ ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଚୌକି ପାଇଁ 'ସମାଜ'ରେ ବିଷର ବୀଜ, ସଭାପତି, ସମ୍ପାଦକ ଦୌଡ଼ରେ କିଏ?

ବିଶେଷଜ୍ଞଙ୍କର କହିବା କଥା ହେଉଛି, ଋତୁ ପରିବର୍ତ୍ତନ ହେଲେ ଆଖି‌ ଧରା ରୋଗ ଦେଖିବାକୁ ମିଳିଥାଏ । ଏଡିନୋ ଭୂତାଣୁ ଏହି ରୋଗର କାରଣ । ଏହି ଭୂତାଣୁ କେବଳ ଆଖି ଧରା ନୁହେଁ, ଅନ୍ୟ ରୋଗ ଯଥା ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ଓ ନିମୋନିଆ ଆଦି ରୋଗ ସୃଷ୍ଟି କରିଥାଏ ।

ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ । ଚଳିତବର୍ଷ ଏହାର ମାତ୍ରା ଅଧିକ ରହିଛି । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି । ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ‌ଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ : ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

କ୍ୟାପିଟଲ ଚକ୍ଷୁ ବିଭାଗ ଡାକ୍ତର ବିଭୂତି ଭୂଷଣ ପାଢ଼ୀ କହିଛନ୍ତି, ସାଧାରତଣଃ ବର୍ଷା ଦିନେ ଆଖିଧରା ରୋଗ ଆସିଥାଏ । ଏହା ଏକ ସଂକ୍ରମଣଜନିତ ରୋଗ । ଅର୍ଥାତ୍‌ ଜଣଙ୍କ ପାଖରୁ ଆଉ ଜଣକୁ ଅତି ସହଜରେ ଡେଇଥାଏ । ଏହା ଉଭୟ ବାୟୁ ଓ ସଂସ୍ପର୍ଶରେ ଅନ୍ୟ ଜଣକୁ ସଂକ୍ରମିତ କରିଥାଏ। ପାଣି ଦ୍ଵାରା ମଧ୍ଯ ସଂକ୍ରମିତ କରିଥାଏ । ଏହା ଏକ ବ୍ୟାକ୍ତଟେରିଆ ଜନିତ ରୋଗ ।

ଦେଖନ୍ତୁ ଭିଡ଼ିଓ :


ଆଖି ଫୁଲିବା ସହିତ ଲାଲ ପଡ଼ି । ଲେଞ୍ଚରା ବାହାରିବ । ଆଖିରୁ ବାହାରୁ ଥୁବା ଲେଞ୍ଚରା ଓ ବ୍ୟବହାର କରିଥବା କପଡ଼ା । ଆଦିରୁ ସଂକ୍ରମଣ କରିଥାଏ । ଏହା ଏକ ସାଂଘାତିକ ଡିଆଁରୋଗ । କିନ୍ତୁ ଡରିବାର କିଛି ନାହଁ । ଏହା ଖୁବଶୀଘ୍ର ଭଲ ମଧ୍ୟ ହୋଇଥାଏ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ମହଜୁଦ ରହିଛି । ଅନ୍ୟପଟେ ଆଖିଧରା ରୋଗର ପ୍ରତିରୋଧ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Share this story