ଏଇ ଭାରତରେ ଏମିତି ବି ହୁଏ: ପତ୍ନୀଙ୍କୁ ପ୍ରେମିକ ସହ ବାହା କରାଇଲେ ସ୍ୱାମୀ!

DIL DE CHUKE SANAM IN REAL LIFE

ଓଡ଼ିଆ ଗସିପ୍ ବ୍ୟୁରୋ:  ଜଣେ ବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ମିଳନ ଓ ବିବାହ କରାଇଛନ୍ତି ତାଙ୍କର ସ୍ୱାମୀ । ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମ ଓ ଏ ଘଟଣା ମଧ୍ୟରେ ଏତିକି ଫରକ ଯେ ଏ କ୍ଷେତ୍ରରେ ବିବାହିତ ମହିଳା ଜଣକ ତାଙ୍କ ପ୍ରେମିକ ସହ ଯିବାକୁ ପସନ୍ଦ କରିଥିଲେ ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଚଡି ଗ୍ୟାଙ୍ଗ ଆତଙ୍କ, ଲୁଟିନେଲେ ୨ ଭରି ସୁନା ସହ ୪ଲକ୍ଷ ଟଙ୍କା

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ ସ୍ୱାମୀଙ୍କ ଉପସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ସୀମନ୍ଥରେ ସିନ୍ଦୂର ପିନ୍ଧାଉଛନ୍ତି ଅନ୍ୟ ଜଣେ ପୁରୁଷ, ସେମାନେ ବାହା ହେଉଛନ୍ତି । ନିଜନିଜ ମୋବାଇଲେରେ ଏହାର ଭିଡିଓ ରେକର୍ଡିଂ କରୁଛନ୍ତି ସେଠାରେ ରୁଣ୍ଡ ହୋଇଥିବା ଲୋକମାନେ। ସିନ୍ଦୂର ପିନ୍ଧିବାବେଳେ ମହିଳା ଜଣକ ଖୁବ ଜୋରରେ କାନ୍ଦୁଛନ୍ତି ।

ଅଧିକ ପଢ଼ନ୍ତୁ: ସାରଥୀ ପୁଅର ବାହାଘର: କିଏ ସେହି ଯୁବତୀ ଯିଏ ଧରିଲେ ସନ୍ତୋଷ ରାଉଳଙ୍କ ପୁଅର ହାତ

ସ୍ୱାମୀ କାମ ପାଇଁ ବାହାରେ ଥିବାବେଳେ ବିଳମ୍ବିତ ରାତିରେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ଘରକୁ ଯାଇଥିଲେ । ଏଇଠୁ ଧରାପଡ଼ିଲା ଯେ ସେମାନଙ୍କ ଭିତରେ କିଛି ଅଛି । ପୂର୍ବରୁ ଏଭଳି ଲୁଚାଚୋରା ପ୍ରୀତି ଲୋକଙ୍କ ନଜର ଉହାଡ଼ରେ ରହିଯାଉଥିଲା । ଏଥର କିନ୍ତୁ ସେମାନଙ୍କର ଦୁର୍ଭାଗ୍ୟ, ଧରାପଡ଼ିଗଲେ । ମହିଳାଙ୍କ ଘର ଲୋକେ ସେମାନଙ୍କୁ ଧରି ଗାଳିଗୁଲଜ କଲେ ଓ ପର ପୁରୁଷଙ୍କୁ ମାଡ଼ ବି ମରାଯାଇଛି । ଦି’ ଜଣ ଯାକଙ୍କୁ ସେମାନେ ଅଟକ ରଖିଥିଲେ । ଗାଁରେ ଏ କଥା ବିଜୁଳି ବେଗରେ ବ୍ୟାପିଗଲା ଓ ଉତ୍ତ୍ୟକ୍ତ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ସେମାନଙ୍କୁ ଗାଳିଫଜିତ କରିବା ସହିତ ଗାଁ ଛାଡ଼ି ପଳାଇବାକୁ ଧମକ୍‌ ଦେଲେ ।

ଅଧିକ ପଢ଼ନ୍ତୁ: ଚୁମା ଚାଟିରେ କପୁଲଙ୍କ ରେକର୍ଡ ନିଶା: କେଉଁଠି କିଏ କେମିତି କଲା ଜାଣନ୍ତୁ

ତେବେ ମହିଳାଙ୍କ ସ୍ୱାମୀ କାମରୁ ଫେରି ଏ ବିଷୟରେ ଜାଣିବା ପରେ ଫିଲ୍ମି ଷ୍ଟାଇଲ୍‌ରେ ଘଟଣାର ପରିସମାପ୍ତି ଘଟାଇଲେ । ସେ ତାଙ୍କ ପତ୍ନୀ ଓ ତାଙ୍କର ପ୍ରେମିକଙ୍କୁ ନେଇ ଗାଁ ଶିବ ମନ୍ଦିରରେ ବାହା କରାଇଦେଲେ । ସେଠାରେ ସେହି ପ୍ରେମିକ ପ୍ରବର ମହିଳାଙ୍କ ସୀମନ୍ଥରେ ସିନ୍ଦୂର ପିନ୍ଧାଇ ତାଙ୍କୁ ପତ୍ନୀ ରୂପେ ବରଣ କଲେ । ଏହି ସମୟରେ ମହିଳା ଜଣକ କଇଁକଇଁ କାନ୍ଦୁଥିବା ଭିଡିଓରେ ଦେଖାଯାଉଛି ।

ତେବେ, ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ର କାହାଣୀଠାରୁ ଏଇ ପ୍ରେମ କାହାଣୀରେ ଆଉ ଗୋଟେ ପାର୍ଥକ୍ୟ ମଧ୍ୟ ଅଛି । ତାହା ହେଲା, ଏ କ୍ଷେତ୍ରରେ ମହିଳାଙ୍କ ପ୍ରେମିକ ଆଗରୁ ବିବାହିତ ଓ ତାଙ୍କର ତିନିଟି ସନ୍ତାନ ଅଛନ୍ତି । ସଂପର୍କରେ ସ୍ଥାନୀୟ ପୁଲିସ ଜାଣିଥିଲେ ବି କୌଣସି ପକ୍ଷରୁ କେହି କିଛି ଅଭିଯୋଗ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

Share this story