ଆଜିର ରାଶିଫଳ ମେଷଠୁ ମୀନ ପର୍ଯ୍ୟନ୍ତ : ଏହି ରାଶି ବ୍ୟକ୍ତି ପରିବାର ଲୋକଙ୍କ ସ୍ବାସ୍ଥ୍ୟ ନେଇ ରୁହନ୍ତୁ ସତର୍କ 

Horoscope wednesday Zodiac sign you may take new vehicle
ଆଜିର ରାଶିଫଳ ମେଷଠୁ ମୀନ ପର୍ଯ୍ୟନ୍ତ : ଏହି ରାଶି ବ୍ୟକ୍ତି ରୁହନ୍ତୁ ସତର୍କ 

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ ରାଶି:- ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ। ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ।

ବୃଷ: କଠିନ ପରିସ୍ଥିତିରେ ସଂଯମର ସହ କାମ କରନ୍ତୁ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପରିବାର ଲୋକଙ୍କ ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ମିଥୁନ: ଆପଣଙ୍କର କଳାତ୍ମକ କ୍ଷମତାର ବିକାଶ ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ଠାରୁ କୌଣସି ଭଲ ସୂଚନା ପାଇବେ। ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କିଛି ନୂଆ ଅନୁଭବ କରି‌ବେ। ପଇସା ଯେମିତି ଆସିବ, ସେମିତି ଖର୍ଚ୍ଚ ହୋଇଯିବ।

କର୍କଟ: ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ଦୈନନ୍ଦିନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବ। ବନ୍ଧୁଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସଙ୍କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ସିଂହ: କ୍ୟାରିୟରରେ ଉନ୍ନତି ଲାଗି ଭଲ ଦିନଟିଏ। କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆଜି ଶୁଭଗ୍ରହଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

କନ୍ୟା: ବହୁଦିନରୁ ଯାହା ତଲାସରେ ଥିଲେ ତାହା ଆପଣଙ୍କୁ ଅଚାନକ ହାସଲ ହେବ। ବଡ଼ କଂପାନି ସହିତ ଯୋଡ଼ି ହେବାର ମଉକା ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ।

ତୁଳା: ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବାର ଅବସର ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଜୀବୀଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ନୂଆ ଗାଡି କିଣିବା ଲାଗି ମନ ବଳିବ।

ବିଛା: କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।

ଧନୁ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ଆର୍ଥିକ ଯୋଜନାରେ ସଫଳ ରହିବେ। ଘର ଲୋକଙ୍କର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

ମକର: ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। କୌଣସି ବନ୍ଧୁ ଆପଣଙ୍କ ସହିତ ଅଧିକ ଘନିଷ୍ଠ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।

କୁମ୍ଭ: ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ। ବଡ଼ ଡିଲ୍ ଭାବିଚିନ୍ତି କରନ୍ତୁ। ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ପ୍ରୀତି ବଜାୟ ରହିବ।

ମୀନ: ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ।
 

Share this story