ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

Raksha Bandhan 2023 Shubh Muhurat know details
ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଏ ନେଇ ଅନେକ ଓଡ଼ିଆ କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି । ହେଲେ ଅନେକ ଜ୍ୟୋତିର୍ବିଦଙ୍କ ମତରେ ପୂର୍ବାହ୍ନ ୧୧ଟା ୨୨ ପର୍ଯ୍ୟନ୍ତ ଭଦ୍ରାଯୋଗ ବା ବିଷ୍ଟି ଯୋଗ ପଡ଼ୁଛି । ତା’ସହ ପୂର୍ଣ୍ଣମୀ ତିଥି ମଧ୍ୟ ସମ୍ପୂର୍ଣ୍ଣ ପଡୁନାହିଁ । ଯେହେତୁ ବିଷ୍ଟି ଯୋଗ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ, ତେଣୁ ସକାଳ ବେଳେ ରକ୍ଷାବନ୍ଧନ ବି ବର୍ଜନୀୟ । ତେବେ ଦିନ ୧୧ଟା ୨୨ ପରେ ରକ୍ଷାବନ୍ଧନ ହୋଇପାରିବ । ଯାହା ଗୁରୁବାର ପର୍ଯ୍ୟନ୍ତ ଚାଲୁ ରହିବ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ସେପଟେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ କିନ୍ତୁ ଆସନ୍ତାକାଲି ପରିବର୍ତ୍ତେ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି- ଯେହେତୁ ପୂର୍ଣ୍ଣମୀ ତିଥି ଠିକ୍‌ରେ ପଡୁନାହିଁ, ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ ହେବ ନାହିଁ । 

ଏହା ଗୁରୁବାର ଦିନ ପାଳନ କରାଯିବ ଓ ସେହିଦିନ ଭଉଣୀ ସୁଭଦ୍ରା ମଧ୍ୟ ବଡ଼ଭାଇ ବଳଭଦ୍ର ଓ ସାନଭାଇ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ତେଣୁ ଯେହେତୁ ଜଗନ୍ନାଥ, ବଳଭଦ୍ର ଗୁରୁବାର ରାକ୍ଷୀ ପିନ୍ଧିବେ, ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରଂପରାକୁ ସମ୍ମାନ ଜଣାଇ ଓଡ଼ିଆମାନେ ଗୁରୁବାର ରକ୍ଷାବନ୍ଧନ ପର୍ବ ପାଳନ କରିବା ମଙ୍ଗଳମୟ ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଭାଇ ହାତରେ ଭଉଣୀ ବାନ୍ଧିଛି ସଂପର୍କର ଡୋରୀ । ପ୍ରତିବଦଳରେ ଭଉଣୀକୁ ଭାଇ ଦେଇଛି ଜିଇଁ ଥିବା ଯାଏ ସୁରକ୍ଷାର ପ୍ରତିଶ୍ରୁତି । ସେପଟେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାରୁ ଆଜି ରକ୍ଷାବନ୍ଧନ ପାଳନକୁ ବାରଣ କରୁଥିବା ବେଳେ, ଆଉ କିଛି ସପକ୍ଷରେ ଅଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ ।

ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ ଅଗଷ୍ଟ ରାତି ୯.୦୨ ମିନିଟ ପର୍ଯ୍ୟନ୍ତ ଏହି ଭଦ୍ରାକାଳ ରହିବ ।

Share this story