ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ଚିନ୍ତାରେ ରହିବା ସହ ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ! ପଢନ୍ତୁ ଆଜିର ରାଶିଫଳ
 

Horoscope for Wednesday 6th March 2024
ପଢନ୍ତୁ ଆଜିର ରାଶିଫଳ

ଓଡ଼ିଆ ଗସିପ୍ ବ୍ୟୁରୋ : ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...

ମେଷ ରାଶି: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବା ସହ ଦିନ ତମାମ ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହ ଆନନ୍ଦପୂର୍ବକ ସମୟ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚାନ୍ତ ହେବେ।

ବୃଷ ରାଶି: କମ୍ ସମୟରେ ଅଧିକ ଲାଭ ପାଇବା ଆଶା ଯୋଗୁଁ ବିପଦରେ ଫସି ଯିବେ । କୋର୍ଟ-କଚେରୀ ମାମଲାରେ ନ ପଡ଼ିବା ଭଲ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟ ଆରମ୍ଭ ହେବା ନେଇ ଯୋଗ ରହିଛି । ଆକସ୍ମିକ ଧନଲାଭ ହେବ।

ମିଥୁନ ରାଶି: ସନ୍ତାନ ସମ୍ବନ୍ଧୀୟ ଶୁଭ ସମାଚାର ପାଇବେ। ପିଲାଦିନର ବନ୍ଧୁମାନଙ୍କ ସହ ଭେଟ ହୋଇ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟରେ ଆର୍ଥିକ ଭାବେ ଲାଭ ମିଳିବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।

କର୍କଟ ରାଶି: ବ୍ୟବସାୟ କ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହଯୋଗ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବା ନେଇ ସମ୍ଭାବନା ରହିଛି। ପିତା ଓ ବଡ଼ଙ୍କ ଆଶୀର୍ବାଦ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହ ସାକ୍ଷାତ ହେବ । କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ସିଂହ ରାଶି: ଆଜି ଅଧିକାରୀମାନଙ୍କ ସହ ବାଣୀ ଓ ବ୍ୟବହାରରେ ନିୟନ୍ତ୍ରଣ ରଖିନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। ବ୍ୟାପାରରେ ବିଘ୍ନ ଆସିବା ନେଇ ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ରାଜନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟୀ ରହିବ । ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।

କନ୍ୟା ରାଶି: ଆଜି କ୍ରୋଧ ଓ ବାଣୀ ଉପରେ ସଂଯମତା ରଖନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଈଷ୍ଟ ଦେବତାଙ୍କ ଶରଣରେ ସମସ୍ୟା ଗୁଡ଼ିକର ନିବାରଣ ହେବ।

ତୁଳା ରାଶି: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ଉତ୍ତମ ହେବ । ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇଁ ଖୁସି ହେବେ । ଆକସ୍ମିକ ଖର୍ଚ୍ଚ ହୋଇପାରେ।

ବିଛା ରାଶି: ଆତ୍ମବିଶ୍ଵାସ ସହ ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିତ୍ର ଓ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ରହିଛି।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଧନୁ ରାଶି: ଆଜି ମାନସିକ ରୂପରେ ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀ କ୍ୟାରିୟର ସମ୍ବନ୍ଧିତ ବିଷୟ ଗୁଡ଼ିକରେ ସଫଳତା ପ୍ରାପ୍ତ କରିବେ। ଘରର ବାତାବରଣରେ ସୁଖ-ଶାନ୍ତି ପୂର୍ଣ୍ଣ ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।

ମକର ରାଶି: ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଧନ ଓ ପ୍ରତିଷ୍ଠା ହାନୀ ହେବା ନେଇ ଯୋଗ ରହିଛି। ମଧ୍ୟାହ୍ନ ପରେ ଚିନ୍ତାଗସ୍ତ ଅନୁଭବ କରିବେ। ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।

କୁମ୍ଭ ରାଶି: ପରୋପକାର ବଦଳରେ ଉପକାର ମିଳିବ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ମନର ଶାନ୍ତିକୁ ଭଙ୍ଗ କରିବ। ଯାତ୍ରା ସମୟରେ ସର୍ତକ ରୁହନ୍ତୁ । ଗୃହସ୍ଥ ଜୀବନରେ ଆନନ୍ଦ ଓ ଶାନ୍ତି ଲାଗି ରହିବ । ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ଚିନ୍ତିତ ରହିବେ।

ମୀନ ରାଶି: ଆଜି ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।

ଆଧିକ ପଢନ୍ତୁ : ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବା ସହ ଦୂର ହେବ ଆର୍ଥିକ ସଙ୍କଟ!
 

Share this story