ସୁସମ୍ବାଦ ମିଳିବା ସହ ଏହି ରାଶି ଲୋକଙ୍କ ଧନପ୍ରାପ୍ତି ଯୋଗ ରହିଛି, ପଢନ୍ତୁ ଆଜିର ରାଶିଫଳ 
 

Horoscope for Wednesday 3 january 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଜାନୁଆରୀ ୩ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ। ଅଚାନକ ଖୁସି ଖବର ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। କ୍ୟାରିୟରରେ ଉନ୍ନତି କରିବେ।

ବୃଷ: ପରିବାର ସଦସ୍ୟଙ୍କ ସହାୟତା ଯୋଗୁଁ ଅଟକି ଥିବା କାମକୁ ପୂରା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ଅଧିକ ହେବ।

ମିଥୁନ: ସୁସମ୍ବାଦ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ ଓ ପ୍ରଶଂସିତ ହେବେ। ସାମାଜିକ କାର୍ଯ୍ୟ କରିବାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବେ।

କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ସୁରୁଖୁରୁରେ ସମ୍ଭାଳିବେ। ବନ୍ଧୁଙ୍କ ସହିତ ମଧୁର ବ୍ୟବହାର କରିବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି।

ଅଧିକ ପଢନ୍ତୁ :ସ୍ୱାସ୍ଥ୍ୟ ସମସ୍ୟା ସହ ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ  

ସିଂହ: କାମଚାପ ଅଧିକ ରହିବ। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ କଥା ମାନି ଚଳନ୍ତୁ।

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଚିନ୍ତିତ ହୁଅନ୍ତୁନି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଦିନସାରା ବ୍ୟସ୍ତ ରହିବା କାରଣରୁ ଥକ୍କାପଣ ଅନୁଭବ କରିବେ।

ତୁଳା: ଘର ମାହୋଲ ଶାନ୍ତିପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଛାତ୍ରଛାତ୍ରୀ ଖେଳପ୍ରିୟ ହେବେ।

ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବା ଦରକାର। ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ପ୍ରେମ ବ୍ୟାପାରରେ ଶୁଭ ଖବର ପାଇବେ । ଘର କାମରେ ବ୍ୟସ୍ତ ରହିପାରନ୍ତି।

ଅଧିକ ପଢନ୍ତୁ :୧୭ ବର୍ଷର ନାବାଳିକା ଝିଅ ବୟଫ୍ରେଣ୍ଡ ସହ ଯାଇଥିଲେ ବୁଲିବାକୁ, ୧୩ ଜଣ କଲେ ଦୁଷ୍କର୍ମ...

ଧନୁ: ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଅଫିସ୍‌ ଓ ଘର କାମରେ ବ୍ୟସ୍ତ ରହିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।

ମକର: ଟଙ୍କା ନେଣଦେଣ କାର୍ଯ୍ୟରେ ଅନ୍ୟ ଉପରେ ଅଧିକ ଭରସା କରନ୍ତୁନି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ପରିସ୍ଥିତି ଅନୁସାରେ କାମ କରନ୍ତୁ। ମନକୁ ଆୟତ୍ତରେ ରଖିବା ଭଲ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ମୀନ: କର୍ମକ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁରୁଣା ସମସ୍ୟା ଦେଖାଦେଇପାରେ। ପ୍ରେମ ବ୍ୟପାରରେ ଦିନଟି ଭଲରେ ବିତିବ। ବୈବାହିକ ଜୀବନ ସୁଖମୟ ହେବ। ସାବଧାନତା ସହିତ କାର୍ଯ୍ୟ କରନ୍ତୁ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
 


 

Share this story