ଅଧିକ ଖର୍ଚ୍ଚାନ୍ତ ହେବା ସହ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଫେବୃଆରୀ ୧୩ ହେଉଛି ମଙ୍ଗଳ ବାର। ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...
ମେଷ: ଦିନଟି ଭଲରେ କଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ।
ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଘରେ ପୂଜାପାଠ ଆୟୋଜନ କରିବେ।
ମିଥୁନ: ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଧନ ବ୍ୟୟର ଯୋଗ ରହିଛି। ଭାଇ, ଭଉଣୀଙ୍କ ମନୋମାଳିନ୍ୟ ଦୂର ହେବ। ରାଜନୀତିରେ ସଫଳତା ମିଳିବ।
ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...
କର୍କଟ: ଚାକିରିଆଙ୍କୁ ଧନ ପ୍ରାପ୍ତି ଯୋଗ ଅଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଯାନବାହନ କିଣିପାରନ୍ତି। କୌଣସି ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ସିଂହ: ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରିବେ।
କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ।
ତୁଳା: ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେବ। ପୂର୍ବରୁ କରିିିବା ନିବେଶରୁ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ବିଛା: ଆଇଟି ଓ ବ୍ୟାଙ୍କ ଚାକିରିଆଙ୍କୁ କୌଣସି ଖୁସି ଖବର ମିଳିବ। ପିଲାଙ୍କ ସହ ସମୟ ଅତିବାହିତ କରିବେ। ପରିବାର ସହ କୌଣସି ସ୍ଥାନକୁ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
ଧନୁ: ଅର୍ଥ ସଞ୍ଚୟ କରିବେ। ଭବିଷ୍ୟତର କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
ମକର: ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବେ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ଘରର ଗୁରୁଜନଙ୍କ ସହ ଆଲୋଚନା କରିବେ। ଜମି କିଣାବିକାକୁ ନେଇ ନୂଆ ଯୋଜନା କରିବେ।
କୁମ୍ଭ: ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ଭବିଷ୍ୟତ ଲାଗି ଅର୍ଥ ନିବେଶ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦେଖା ଦେବ।
ମୀନ: ଚାକିରିଆଙ୍କୁ ନୂଆ ନିଯୁକ୍ତି ସମ୍ଭାବନା ଅଛି। ଭଜନ, କୀର୍ତ୍ତନରେ ସାମିଲ ହେବେ। କୌଣସି କାମରେ ପରିବାରର ସହଯୋଗ ମିଳିବ। ବିରୋଧୀଙ୍କଠାରୁ ଦୂରତ୍ବ ରକ୍ଷା କରିବେ।
ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ