ଭବିଷ୍ୟତର ଯୋଜନାକୁ ନେଇ ଚିନ୍ତାରେ ରହି ସହ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Tueday 30th April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ।

ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଘରେ ପୂଜାପାଠ ଆୟୋଜନ କରିବେ।

ମିଥୁନ: ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଧନ ବ୍ୟୟର ଯୋଗ ରହିଛି। ଭାଇ, ଭଉଣୀଙ୍କ ମନୋମାଳିନ୍ୟ ଦୂର ହେବ। ରାଜନୀତିରେ ସଫଳତା ମିଳିବ।

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

କର୍କଟ: ଚାକିରିଆଙ୍କୁ ଧନପ୍ରାପ୍ତି ଯୋଗ ଅଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଯାନବାହନ କିଣିପାରନ୍ତି। କୌଣସି ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ସିଂହ: ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରିବେ। କଥାରେ ମଧୁରତା ରଖିବେ।

କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ।

ତୁଳା: ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେବ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ବିଛା: ବ୍ୟାଙ୍କ ଚାକିରିଆଙ୍କୁ କୌଣସି ଖୁସି ଖବର ମିଳିବ। ପିଲାଙ୍କ ସହ ସମୟ ଅତିବାହିତ କରିବେ। ପରିବାର ସହ କୌଣସି ସ୍ଥାନକୁ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ଧନୁ: ଅର୍ଥ ସଞ୍ଚୟ କରିବେ। ଭବିଷ୍ୟତର କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ମକର: ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବେ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ଘରର ଗୁରୁଜନଙ୍କ ସହ ଆଲୋଚନା କରିବେ। ଜମି କିଣାବିକାକୁ ନେଇ ନୂଆ ଯୋଜନା କରିବେ।

କୁମ୍ଭ: ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ଭବିଷ୍ୟତ ଲାଗି ଅର୍ଥ ନିବେଶ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦେଖା ଦେବ।

ମୀନ: ଭଜନ, କୀର୍ତ୍ତନରେ ସାମିଲ ହେବେ। କୌଣସି କାମରେ ପରିବାରର ସହଯୋଗ ମିଳିବ। ବିରୋଧୀଙ୍କଠାରୁ ଦୂରତ୍ବ ରକ୍ଷା କରିବେ।

ଅଧିକ ପଢନ୍ତୁ : ପ୍ରତିଦିନ ହେଉଛି କି ପାଦ ଯନ୍ତ୍ରଣା ? ସାବଧାନ! ହୋଇପାରେ ହାର୍ଟ ଷ୍ଟ୍ରୋକ୍‌ର ଲକ୍ଷଣ
 

Share this story