କାର୍ଯ୍ୟଭାର ବଢ଼ିବା ସହ ବିବାହରେ ସମସ୍ୟା ଦେଖା ଦେବ ଓ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for saturday 24th february 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା....

ମେଷ: ଦିନଟି ଭଲରେ କଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ନକାରାତ୍ମକ ଚିନ୍ତା ଦୂର ହେବ।

ବୃଷ: ଯାତ୍ରା ଯୋଗ ଅଛି। ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ। ନିବେଶରୁ ଦୂରେଇ ରୁହନ୍ତୁ। କୌଣସି ଶୁଭ ଖବର ମିଳିବ। ଛାତ୍ରଛାତ୍ରୀ ମନପସନ୍ଦ କାର୍ଯ୍ୟରେ ସମୟ ଅତିବାହିତ କରିବେ।

ମିଥୁନ: ଯାନବାହନ କିଣିବେ। ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

କର୍କଟ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ବିବାହରେ ସମସ୍ୟା ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ସିଂହ: ଚାକିରିରେ ସଫଳତା ମିଳିବ। ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ପୂଜାପାଠ ଆୟୋଜନ କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ।

ଆଧିକ ପଢନ୍ତୁ: ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିବ। ରାଜନୀତିରେ ସଫଳତା ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ।

ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। ବିଦ୍ୟାର୍ଥୀ ପଢ଼ାରେ ମନୋନିବେଶ କରିବେ।

ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିକୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।

କୁମ୍ଭ:ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟା ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।

ମୀନ: ଚାକିରିରେ ବନ୍ଧୁଙ୍କ ସହାୟତା ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ସହ ମତାନ୍ତର ଦେଖା ଦେବ। ନୂଆ କାର୍ଯ୍ୟ ଆରମ୍ଭ କରିବାର ଉତ୍ତମ ସମୟ। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝମଣା ରହିବ।

ଆଧିକ ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story

World Odia Language Conferene