ଅବିବାହିତାଙ୍କ ବିବାହରେ ସମସ୍ୟା ଉପୁଜିବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ବୃଦ୍ଧି ପାଇବ! ପଢନ୍ତ ଆଜିର ରାଶିଫଳ 
 

Horoscope for Monday 8th April 2024
ପଢନ୍ତ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ମନୋରଞ୍ଜନରେ ସମୟ ଅତିବାହିତ ହେବ। ସମ୍ପର୍କୀୟଙ୍କ ସହଯୋଗରୁ ଚାକିରି ମିଳିବ। ବ୍ୟବସାୟ ଆଗକୁ ବଢ଼ାଇବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଧନପ୍ରାପ୍ତି ଯୋଗ ଅଛି ।

ବୃଷ: ବିନମ୍ରତା ସହ କଥାବାର୍ତ୍ତା କରନ୍ତୁ। ପିଲାଙ୍କ ସହ ସମୟ ଅତିବାହିତ କରିବେ । କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବେ। ପ୍ରେମିକ-ପ୍ରେମିକାଙ୍କୁ ଦିନଟି ଶୁଭଫଳ ପ୍ରଦାନ କରିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ଯୋଗ ଅଛି।

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

କର୍କଟ: ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। ଜୀବନସାଥୀଙ୍କଠାରୁ ଭଲ ଖବର ପାଇବେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଅଯଥା କାମରେ ସମୟ ନଷ୍ଟ କରନ୍ତୁନି।

ସିଂହ: ଚିନ୍ତା ଦୂର ହେବ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁନି। ଅଫିସ୍‌ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ାପାଇଁ ବ୍ୟସ୍ତ ବିବ୍ରତ ହେବେ। ସମାଜସେବାରେ ସମୟ ଦେବେ।

କନ୍ୟା: ବନ୍ଧୁଙ୍କ ଦ୍ବାରା ଆୟର ମାର୍ଗ ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ପାଇଁ ସମୟ ବାହାର କରିବେ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

ତୁଳା: ଯୋଜନା ମୁତାବକ କାର୍ଯ୍ୟ କରନ୍ତୁ। ପଡ଼ୋଶୀଙ୍କଠାରୁ ବିବାଦରୁ ଦୂରେଇ ରୁହନ୍ତୁ। ଭାଇ,ଭଉଣୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ।

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 

ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ବିବାହକୁ ନେଇ ଶୁଭ ଖବର ମିଳିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଜୀବନସାଥୀଙ୍କ ମନଦୁଃଖ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉପୁଜିବ।

ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବଭାବରେ ପରିବର୍ତ୍ତନ ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ।

କୁମ୍ଭ: କର୍ମଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଆତ୍ମବିଶ୍ବାସ ହରାନ୍ତୁନି।

ମୀନ: ରାଜନୀତିେର ଯୋଗଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ରହିବେ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story