ଏହି କଥାକୁ ନେଇ ଚିନ୍ତାରେ ରହିବା ସହ ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Monday 27th May 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ:  ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ବ୍ୟବସାୟରେ କ୍ଷତି ଘଟିବ। ବିଦ୍ୟାର୍ଥୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ଗୁରୁଜନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପରିଶ୍ରମର ଉଚିତ ଫଳ ମିଳିବ।

ବୃଷ: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ବାଦବିବାଦରୁ ଦୂରେଇ ରହିବେ। ବ୍ୟବହାରରେ ସଂଯମତା ରକ୍ଷା କରିବେ।

ମିଥୁନ: ଅଫିସ୍‌ରେ କାର୍ଯ୍ୟଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ। ବନ୍ଧୁଙ୍କ ସହ ମତାନ୍ତର ହୋଇପା।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

କର୍କଟ: ଦିନଟି ଭଲରେ କଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ବନ୍ଧୁଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ।

ସିଂହ: ସମାଜରେ ମାନ, ପ୍ରତିଷ୍ଠା ବଜାୟ ରହିବ। ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହଯୋଗ ଲୋଡ଼ିବେ। ବ୍ୟବସାୟକୁ ନେଇ ବଡ଼ ନିଷ୍ପତ୍ତି ନେବେ। ବିରୋଧୀଙ୍କଠାରୁ ସତର୍କ ରହିବେ।

କନ୍ୟା: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଅଫିସରେ ପଦୋନ୍ନତି ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ।

ତୁଳା: ପରିବାର ସହିତ ଦୂର ସ୍ଥାନକୁ ଯାତ୍ରା କରିବେ। ପେଟଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧାର କରଜରୁ ଦୂରେଇ ରହିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବେ।

ଅଧିକ ପଢନ୍ତୁ : ଏହି ସବୁ ଖାଦ୍ୟ କିଡନୀ ପାଇଁ ଭାରି ଖରାପ; ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍ ବଢ଼ିଯିବ କିଡନୀ ସମସ୍ୟା!

ବିଛା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। ପୂଜାପାଠ ପ୍ରତି ରୁଚି ବଢ଼ିବ।

ଧନୁ: ଅଫିସ୍‌ରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅଯଥା କାମରୁ ଦୂରେଇ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କ ମଜଭୁତ୍‌ ହେବ। ନିଯୁକ୍ତି ସୁଯୋଗ ପାଇବେ। କଠିନ ପରିଶ୍ରମ କରିବେ।

ମକର: ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁଙ୍କୁ ମନକଥା କହିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ।

କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ପରିବାର ସହିତ ସମୟ ଅତିବାହିତ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।

ମୀନ: ସହକର୍ମୀଙ୍କ ସହଯୋଗରେ ଅଫିସ୍ କାର୍ଯ୍ୟ ପୂରା କରିବେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ କାଟିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 
 

Share this story