ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଚିନ୍ତାଗ୍ରସ୍ତ ରହିବେ ଏବଂ ଆୟଠୁ ଅଧିକ ବ୍ୟୟ ହେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Monday 25th March 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ଆଜିର ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ସାମାଜିକ କାର୍ଯ୍ୟ ପାଇଁ ସମୟ ବାହାର କରିବେ। ଶୁଭ ଖବର ପ୍ରାପ୍ତ ହେବ। ଅଫିସ୍‌ରେ ସହକର୍ମୀଙ୍କୁ ସାହାଯ୍ୟ କରିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ।

ବୃଷ: ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବ୍ୟବସାୟକୁ ନେଇ ଚିନ୍ତାରେ ରହିବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପ୍ରିୟଜନଙ୍କ କଥାକୁ ବିଶ୍ବାସ କରିବେ ନାହିଁ।

ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା କରିବେ। ନାଚ, ଗୀତରେ ପ୍ରଶଂସା ମିଳିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ।

କର୍କଟ: ପାରିବାରିକ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ବ୍ୟସାୟରେ ଉନ୍ନତି ପାଇଁ ଆଧୁନିକ ଜ୍ଞାନ-କୌଶଳ ଉପଯୋଗ କରିବେ। ବାପାମାଆଙ୍କ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ।

ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ 

ସିଂହ: ଯାତ୍ରା ସମୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।

କନ୍ୟା: ବ୍ୟବସାୟରେ ଲାଭ ହେବ। ଆୟଠୁ ଅଧିକ ବ୍ୟୟ କରିବେ। ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ କାମରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ।

ତୁଳା: ଗୁରୁତ୍ବପୂର୍ଣ୍ଣ ଖବର ପ୍ରାପ୍ତ ହେବ। ପ୍ରତିଯୋଗିତା ମନୋଭାବ ନେଇ ବିଦ୍ୟାର୍ଥୀ ଆଗକୁ ବଢ଼ିବେ। ପାରିବାରିକ ସମସ୍ୟା ସମାଧାନ ହେବ। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ।

ବିଛା: ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଭାଇଭଉଣୀଙ୍କଠାରୁ ଉପହାର ପାଇବେ। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ।

ଆଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ! ପଢନ୍ତୁ ସାପ୍ତାହିକ ରାଶିଫଳ  

ଧନୁ: ଅଜଣା ଲୋକଙ୍କଠାରୁ ଦୂରେଇ ରହିବେ। ଧୈର୍ଯ୍ୟର ସହ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। ଭାବପ୍ରବଣ ହୋଇ ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବେ। ଆଇନଜୀବୀଙ୍କୁ ସଫଳତା ମିଳିବ।

ମକର: ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଚାକିରିଆଙ୍କୁ ନୂତନ ନିଯୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ସୃଷ୍ଟି ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

କୁମ୍ଭ: ଧାରକରଜରୁ ଦୂରେଇ ରହିବେ। ବ୍ୟବସାୟ ବୃଦ୍ଧିକୁ ନେଇ ସାବଧାନତା ଅବଲମ୍ବନ କରିବେ। ବିରୋଧୀଙ୍କୁ ସାମ୍ନା କରିବେ। ଚିନ୍ତାଗ୍ରସ୍ତ ରହିବେ। ଜୀବନସାଥୀଙ୍କୁ ମନ କଥା କହିବେ।

ମୀନ: ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। କଳା କ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହେବ।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

Share this story