ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ଏହି ରାଶି ବ୍ୟକ୍ତିଙ୍କ ବିବାହ ପ୍ରସ୍ତାବ ସ୍ଥିର ହେବ, ପଢନ୍ତୁ ଆଜିର ରାଶିଫଳ 
 

Horoscope for Monday 22 january 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା....
ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ହେବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ବୃଷ: ବିବାହ ପ୍ରସ୍ତାବ ସ୍ଥିର ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। କୋର୍ଟ ମାମଲାରେ ସଫଳତା ହାସଲ କରିବେ। ମହିଳାମାନେ କିଣାକିଣିରେ ଅଧିକ ଖର୍ଚ୍ଚ କରିବେ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ମିଥୁନ: ରାଜନୀତିରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବାଦବିବାଦ ତଥା ଧାରକରଜରୁ ଦୂରେଇ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଏକାଗ୍ରତାର ସହ କାମ କରିବେ। ସନ୍ତାନ ସୁଖ ପ୍ରାପ୍ତ ହେବ।

ସିଂହ: ବନ୍ଧୁ ମିଳନ ଯୋଗ ଅଛି। ଘରେ ପୂଜାପାଠ ଆୟୋଜନ କରିବେ। ପ୍ରେମ ସମ୍ବନ୍ଧରେ ତିକ୍ତତା ଦେଖା ଦେବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦୂର ହେବ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

କନ୍ୟା: ଭାଇଭଉଣୀଙ୍କ ମଧ୍ୟରେ ଭୁଲ ବୁଝମଣା ଦୂର ହେବ। ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରିବେ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ।

ତୁଳା: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସରକାରୀ ଚାକିରି ପାଇଁ ସମୟ ଲାଗିବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବ।

ବିଛା: ଅଫିସ୍‌ କାର୍ଯ୍ୟ ଠିକ୍‌ ସମୟରେ ପୂରା କରିବେ। ବରିଷ୍ଠ ଅଧିକାରୀ କାମ ପାଇଁ ପ୍ରଶଂସା କରିବେ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ତୈଳାକ୍ତ ଖାଦ୍ୟ ପଦାର୍ଥରୁ ଦୂରେଇ ରହିବେ।

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ଧନୁ: ଶାନ୍ତ ମନରେ କାର୍ଯ୍ୟ କରିବେ। ବ୍ୟବସାୟରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ସଦସ୍ୟଙ୍କୁ ସମୟ ଦେବେ।

ମକର: ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବନ୍ଧୁଙ୍କ ସହ ଆଲୋଚନା କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।

କୁମ୍ଭ: ଇଚ୍ଛା ପୂରଣ ହେବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ବିରୋଧୀଙ୍କଠାରୁ ଦୂରେଇ ରହିବେ। ଅଧିକ ଖର୍ଚ୍ଚାନ୍ତ ହେବେ।

ମୀନ: ମନ ପ୍ରସନ୍ନ ରହିବ। ନୂଆ ଯୋଜନା ସହ କାମ ଆରମ୍ଭ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସାଙ୍ଗସଥୀଙ୍କ ସହିତ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story