ସୋମବାରେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ, ପୂରଣ ହେବନି ମନୋକାମନା, ହେବ ବଡ଼ କ୍ଷତି!
ଓଡ଼ିଆ ଗସିପ୍ ବ୍ୟୁରୋ: ଶାସ୍ତ୍ର ଅନୁସାରେ ସୋମବାରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି । ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ । ବିଶ୍ବାସ ରହିଛି, ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।
ଏହି ଦିନ ଭଗବାନ ଶିବଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି, ଏହି କାରଣରୁ ତାଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ।
ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
ସୋମବାର ଭୋଳା ଶଙ୍କରଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେହିପରି ଏପରି କିଛି କାମ ରହିଛି ଯାହା ସୋମବାର ଦିନ କରିବା ଆଦୌ ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ...
*ସୋମବାର ଦିନ କମ୍ ପରିମାଣର ଚିନି ବ୍ୟବହାର କରନ୍ତୁ। ଏହି ଦିନ କାହାକୁ ଧଳା ବସ୍ତ୍ର କିମ୍ବା କ୍ଷୀର ଦାନ କରନ୍ତୁ ନାହିଁ ।
ଅଧିକ ପଢନ୍ତୁ :ଧନୁ ରାଶିରେ ସୂର୍ଯ୍ୟ, ଏହି ୪ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ, ବଦଳିବ ଏମାନଙ୍କ ଭାଗ୍ୟ
*ଏହି ଦିନ ଉତ୍ତର, ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଯାତ୍ରା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଯଦି କିଛି ଜରୁରୀ କାମ ପାଇଁ ଭ୍ରମଣ କରିବାକୁ ପଡୁଛି ତାହାଲେ, ପ୍ରଥମେ ବିପରୀତ ଦିଗକୁ କିଛି ପାଦ ଚାଲିବା ପରେ ଏହି ସବୁ ଦିଗକୁ ଯାତ୍ରା କରିପାରିବେ ।
* ଏହି ଦିନ କୂଳ ଦେବତାଙ୍କୁ ନିଶ୍ଚିତ ଭାବେ ପୂଜାର୍ଚ୍ଚନା କରନ୍ତୁ, ସୋମବାର କୂଳ ଦେବୀ ବା ଦେବତାଙ୍କୁ ପୂଜା ନକରିବା ଅତ୍ୟନ୍ତ ଅଶୁଭ ହୋଇଥାଏ, ଫଳରେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
*ସୋମବାର ଦିନ ରାହୁ କାଳରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଆଧ୍ୟାତ୍ମିକ ଓ ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ସୋମବାର ଦିନ ଶନି ଦେବଙ୍କ ସହ ଜଡିତ ଖାଦ୍ୟ ଓ ପୋଷାକ ପିନ୍ଧିବା ଉଚିତ୍।
ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ
*ଏହି ଦିନ କଦଳୀ, ସୋରିଷ ଶାଗ, କଳା ତେଲ ଓ କଞ୍ଚା ଫଳ ଖାଆନ୍ତୁ ନାହିଁ । ଏହା ବ୍ୟତୀତ କଳା, ନୀଳ, ବାଦାମୀ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।
*ଏହି ଦିନ ଭଗବାନ ଶିବଙ୍କୁ ହଳଦିଆ ମିଠା ଓ କଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଅଶୁଭ ମନାଯାଇଥାଏ ।
*ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଦୋଷ ରହିଛି ତେବେ ସେ ଏହି ଦିନ କ୍ଷୀର ଦାନ କରିବା ଉଚିତ୍ ନୁହେଁ ।
ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍, ନଚେତ୍...
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)