ଏହି ରାଶିର ବ୍ୟକ୍ତିଙ୍କର ଆଜି ବେପାର କାରବାରରେ ଉନ୍ନତି ଘଟିବ, ସମ୍ପର୍କରେ ଆସିବ ସୁଧାର

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ଅଶ୍ୱନୀ- ଅର୍ଥ ସମ୍ପର୍କ ଓ ପ୍ରଶାସନିକ ସ୍ତରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ଶତ୍ରୁତା ମନୋଭାବ ପୋଷଣ କରି କର୍ମକ୍ଷେତ୍ରରେ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଦ୍ୱିଜା- ସଭା ସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟୟରେ ପହଞ୍ଚିବାର ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ସଭାସମିତିରେ ଆପଣଙ୍କ ଯୁକ୍ତିକୁ ଅନ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହେବେ।

କୃତିକା- ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ଓ କଚେରି ମାମଲା ସପକ୍ଷରେ ଯିବ।

ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଅଧିକ ପଢ଼ନ୍ତୁ: କାହିଁକି ମନ୍ତ୍ରୀ ପଦରୁ ବିଦା ହେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ; କାଳ ହେଲା କି ଅର୍ଚ୍ଚନା, ଶର୍ମିଷ୍ଠା ସଂଯୁକ୍ତା ଲିଙ୍କ୍ ?

ବୃଷ: କୃତିକା- ଆଜି କାର୍ଯ୍ୟ ହାସଲ କାରଣରୁ ଖୁସି ଅନୁଭବ କରିବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ପ୍ରଶଂସା ପାଇ ପାରିବେ ନାହିଁ। ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ।

ରୋହିଣୀ- କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଆଜିର ପ୍ରତ୍ୟୁଷ ଯାତ୍ରାରେ ପ୍ରଥମାବସ୍ଥାରେ ବ୍ୟସ୍ତତା ଅନୁଭବ କରିବେ କିନ୍ତୁ ପରକ୍ଷଣରେ ସବୁ ଠିକ୍ ହୋଇଯିବ।

ମୃଗଶିରା- ସାଙ୍ଗଠନିକ କାର‌୍ୟ୍ୟ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। ଅବସର ସମୟ ମଧ୍ୟରେ ଆଳାପ ଆଲୋଚନାରେ ସମୟ କଟାଇବେ। ମସ୍ତିଷ୍କରୁ ଲାଗି ରହିଥିବା ସବୁ ଚିନ୍ତା ସମାପ୍ତ ହେବ

ପ୍ରତିକାର – ମାଆ କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମିଥୁନ: ମୃଗଶିରା- ପୂର୍ବ ନିର୍ଦ୍ଧାରିତ କୌଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ବନ୍ଧୁ୍ଙ୍କ କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର‌୍ୟ୍ୟ ସାଧନ କରିବେ। ପ୍ରତିରୋଧ ବୃଦ୍ଧି ପାଇବା ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।

ଆଦ୍ରା-ଶତ୍ରୁମାନେ ପିଛା କରୁଥିବାରୁ କର୍ମକ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସାମାଜିକ ସ୍ତରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।

ପୁନର୍ବସୁ- ସମସ୍ୟା ଲାଗି ରହୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ହେଳା କରିବା ଠିକ୍ ହେବ ନାହିଁ। ଜମିଜମା, ପ୍ରଶାସନ, ସାମ୍ବାଦିକତାରେ ଦୁଶ୍ଚିନ୍ତା ଆସିବ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ଅଧିକ ପଢ଼ନ୍ତୁ: ସାରଥୀଙ୍କ ଅନୁପସ୍ଥିତିରେ ସତ୍ୟମଙ୍କ ବାହାଘର, ଚର୍ଚ୍ଚାରେ ୯୦ ଲକ୍ଷର ହୀରା ହାର 

କର୍କଟ: ପୁନର୍ବସୁ- ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ।

ପୁଷ୍ୟା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ। ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି।

ଅଶ୍ଳେଷା- ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରି ପାରନ୍ତି। ମୋଟା ଅଙ୍କର ଅର୍ଥ ସଂଗ୍ରହ ସକାଶେ ସରକାରୀ ସ୍ତରରୁ ଋଣକରିପାରନ୍ତି। ଜମିଜମା କାରବାର, ନିର୍ମାଣାଧୀନ କାର‌୍ୟ୍ୟ, ବାଣିଜ୍ୟ ଓ ଆନୁଷ୍ଠାନିକ କାମଶେଷ ପର‌୍ୟ୍ୟାୟରେ ପହଞ୍ଚିବ।

ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ସିଂହ: ମଘା- ଚିନ୍ତା କରିଥିବା କଥା ହାସଲ ନ ହେବା ପର‌୍ୟ୍ୟନ୍ତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରିବା ଠିକ୍ ହେବ ନାହିଁ । ବନ୍ଧୁଟି ପ୍ରତି ସୁସମ୍ପର୍କ ରଖନ୍ତୁ , ଆପଣଙ୍କ ପ୍ରତ୍ୟେକ କାମରେ ସହାୟକ ହୋଇପାରିବ।

ପୂ- ଫାଲ୍‌ଗୁନୀ- କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିବ। ନିର୍ମାଣ, ପରିବହନ ଓ ପ୍ରଶାସନ ତଥା ପ୍ରକାଶନ ସ୍ତରରେ ସୁଫଳ ମିଳିବ।

ଉ- ଫାଲ୍‌ଗୁନୀ- ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳିବା ଭଲ ନତୁବା କୌଣସି ସମସ୍ୟା ଆସିପାରେ।ବିଭିନ୍ନ କାମରେ ଖଟଣି ବୃଦ୍ଧି ମାନସିକ ଅସ୍ଥିରତା ସୃଷ୍ଟି କରିବ। ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧

କନ୍ୟା: ଉ- ଫାଲ୍‌ଗୁନୀ- ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟ,ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ସ୍ତରରେ ଭୁଲ୍ ବୁଝାମଣାଜନିତ ଅଶାନ୍ତି ଦେଖାଦେବ

ହସ୍ତା- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ ଶିକ୍ଷାରେ ସଫଳତା ଲାଭ କରିବେ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ।

ଚିତ୍ରା- ପୂର୍ବ ବିବାଦକୁ ନେଇ କଚେରି ମାମଲା ଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ନତବା ଅନୁତାପ କରିପାରନ୍ତି।

ପ୍ରତିକାର - ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

 

ତୁଳା: ଚିତ୍ରା- ପରିବାରରେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ସହ ଭ୍ରମଣ ସୁଯୋଗ ଲାଭକରି ସାମୟିକ ଖୁସି ଅନୁଭବ କରିବେ । ନିଜ ଅବହେଳା ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଆଶଙ୍କା ଦେଖାଦେବ।

ସ୍ୱାତୀ- କର୍ମକ୍ଷେତ୍ରରେ ଆପଣଙ୍କ କାମକୁ ଅନ୍ୟ କର୍ମଚାରୀମାନେ ଅସ୍ବୀକାର କରିପାରନ୍ତି । ଅବଶ୍ୟ ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ କୌଣସି ପ୍ରତିରୋଧ ରହିବ ନାହିଁ।

ବିଶାଖା- ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି। ଅଫିସ୍ କାମରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ନ ହୋଇପାରେ।

ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ବିଛା: ବିଶାଖା- କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ। ପଦୋନ୍ନତି କେତେକାଂଶରେ ମାନସିକ ସ୍ଥିତିକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିବ। ନୂତନ ସ୍ଥାନରେ କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିପାରନ୍ତି।

ଅନୁରାଧା- ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି । ବନ୍ଧୁମାନେ ନିଜ ନିଜର ଫାଇଦା ହାସଲ ପାଇଁ ଚେଷ୍ଟା ଚଳାଇବେ।

ଜ୍ୟୋଷ୍ଠା- ଆବଶ୍ୟକତା ପୂରଣ ସକାଶେ ଧାର ସୂତ୍ରରେ ଅର୍ଥ ପାଇବା ପାଇଁ ଚିନ୍ତା କରିବେ। ଜମିଜମା, ବାଣିଜ୍ୟ, ନିର୍ମାଣ କ୍ଷେତ୍ର ଓ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସୁଫଳ ପାଇବେ।

ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

 

ଧନୁ: ମୂଳା- ଅଫିସ୍ରେ ଅନ୍ୟମାନଙ୍କ କାର‌୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ। ଆମତ୍ୀୟସ୍ବଜନ ବିଭିନ୍ନ ଆଳ ଦେଖାଇ ଆପଣଙ୍କୁ ଅସହଯୋଗ କରିପାରନ୍ତି।

ପୂ, ଷାଢା- ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ସୃଷ୍ଟିର ଆଶଙ୍କା ରହିଛି । ଆଜିର କାମଗୁଡ଼ିକୁ ଯଥା ସମୟରେ ସମ୍ପନ୍ନ କରିପାରିବେ । କେବଳ ଲୋଭନୀୟ ପ୍ରତିଶ୍ରୁତି ଦେଇ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ହାଲୁକା କରିପାରିବେ।

ଉ, ଷାଢା- କୌଣସି ଆନୁଷ୍ଠାନିକ କାମ ସକାଶେ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ। ବ୍ୟବସାୟ, ପରିବହନ ତଥା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ।

ପ୍ରତିକାର – କିଛି ବନ୍ତ୍ର ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

 

ମକର: ଉ, ଷାଢା- ପରିବାରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ।

ଶ୍ରବଣା- ସହକର୍ମୀଙ୍କ ସହଯୋଗ ପାଇ କାମ ହାସଲ କରିବେ। ସଂଗଠନ, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବେ।

ଧନିଷ୍ଠା- ଅନ୍ୟମାନଙ୍କ ସହ ପ୍ରତିଯୋଗିତା ମନୋଭାବରୁ ଅସନ୍ତୁଷ୍ଟ ରହିବେ। କଚେରି ମାମଲା ନେଇ ବ୍ୟସ୍ତତା ବଢ଼ିବ କିନ୍ତୁ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରୁ ସୁନାମ ମିଳିବ।

ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କୁମ୍ଭ: ଧନିଷ୍ଠା- ପାରିବାରିକ ଯୋଜନାଗୁଡ଼ିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।

ଶତଭିଷା- କୌଶଳପୂର୍ଣ୍ଣ କଥା ଓ ସାଧାରଣ ତ୍ୟାଗ ମାଧ୍ୟମରେ କାର‌୍ୟ୍ୟ ହାସଲ କରିବେ। ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ରପ୍ତାନି ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ।

ପୂ, ଭାଦ୍ରପଦ- କାହାକୁ ହେଲେ ବିରକ୍ତିଭରା କଥା କହିବା ଠିକ୍ ହେବ ନାହିଁ । ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆବଶ୍ୟକ ଅର୍ଥ ଜଣେ ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ହେବ।

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

 

ମୀନ: ପୂ, ଭାଦ୍ରପଦ- ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପାରିବାରିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

ଉ, ଭାଦ୍ରପଦ- କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ। ଅଫିସ୍ରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।

ରେବତୀ- ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ଓ ଏଜେନଶିପ୍ରୁ ଖୁସି ରହିବେ।

ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

Share this story