ସାରଥୀଙ୍କ ଅନୁପସ୍ଥିତିରେ ସତ୍ୟମଙ୍କ ବାହାଘର, ଚର୍ଚ୍ଚାରେ ୯୦ ଲକ୍ଷର ହୀରା ହାର 

santosh raula ra pua baha hela

ଓଡ଼ିଆ ଗସିପ୍ ବ୍ୟୁରୋ: ବାହା ହେଲେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ।  ବିବାହ ଉତ୍ସବରେ ସାମିଲ ହେଲେ ନାହିଁ ସାରଥୀ । ପାରାଦୀପରେ ଧୁମଧାମରେ ପାଳିତ ହେଲା ବାହାଘର । ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ବାହା ହେଲେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଗତ ରାତିରେ ପାରାଦୀପ ଉପକଣ୍ଠ ବାଲିଡିଆ ଗ୍ରାମର ଅଶୋକ ସେନାପତିଙ୍କ ଝିଅକୁ ସେ ବାହା ହୋଇଛନ୍ତି । ତେବେ ବାହାଘରକୁ ସାରଥୀ ଆସିବାର ସମ୍ଭାବନା ଥିବା ଚର୍ଚ୍ଚା ହୋଇଥିଲା । ମାତ୍ର ସାରଥୀଙ୍କୁ ଦେଖିବାକୁ ମିଳିନଥିଲା । ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଚଡି ଗ୍ୟାଙ୍ଗ ଆତଙ୍କ, ଲୁଟିନେଲେ ୨ ଭରି ସୁନା ସହ ୪ଲକ୍ଷ ଟଙ୍କା

ସାରଥୀ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି । ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି । କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି ।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ମାରି ମୁଣ୍ଡ ଛେଚଡ଼ା କରି ରୋଷେଇ କଲା ଡାଲମା ସହ ଡିନର କଲା ରାବଣ ସ୍ୱାମୀ

Share this story