ସ୍ତ୍ରୀକୁ ମାରି ମୁଣ୍ଡ ଛେଚଡ଼ା କରି ରୋଷେଇ କଲା ଡାଲମା ସହ ଡିନର କଲା ରାବଣ ସ୍ୱାମୀ

husband ate wifes brain after murder

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ ଦିନକୁ ଦିନ ଅପରାଧିକ ମାମଲା ବଢି ଚାଲିଛି । ଅନେକ ଦମ୍ପତ୍ତିଙ୍କ ମଧ୍ୟରେ ହେଉଥିବା ବିବାଦ କେତେବେଳେ ଯେ ଭୟଙ୍କର ରୂପ ନେଉଛି ତାହା କହିବା ମୁସ୍କିଲ। ଦମ୍ପତ୍ତିଙ୍କ ମଧ୍ୟରେ ଏଭଳି ଏକ ଭୟଙ୍କର ଘଟଣା ମେକ୍ସିକୋ ସହରରେ ଘଟିଛି ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । 

ଅଧିକ ପଢ଼ନ୍ତୁ: ପୋଲସରା ବିଧାୟକ ଶ୍ରୀକାନ୍ତଙ୍କ ପାଇଁ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲି - ସଂଯୁକ୍ତା ମହଲା


ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରି ତାର ମସ୍ତିଷ୍କକୁ ପ୍ଲେଟରେ ସଜାଇ ଖାଇଛି । ଏଭଳି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ପୋଲିସ କହିବା ଅନୁସାରେ ବ୍ୟକ୍ତି ଜଣକ ସ୍ତ୍ରୀର ମସ୍ତିଷ୍କକୁ ଟ୍ୟାକୋସରେ ରଖି ଖାଇଥିଲା । ଟ୍ୟାକୋସ ଏକ ପାରମ୍ପରିକ ମ୍ୟାକ୍ସିକାନ ଡିସ । ଏହି ମାମଲାରେ ଜଣେ ୩୨ ବର୍ଷିୟ ମ୍ୟାକ୍ସିକାନ ବ୍ୟକ୍ତିକୁ ଗିରଫ କରାଯାଇଛି । ଗତ ୨୯ ଜୁନରେ ବ୍ୟକ୍ତି ଜଣକ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ନିଜ ସ୍ତ୍ରୀର ହତ୍ୟା କରିଥିଲା ।

ଅଧିକ ପଢ଼ନ୍ତୁ: ଶାଶୂକୁ ନିର୍ଯାତନା: ଗୋଡ଼ରେ ବେଡି ପକାଇବା ସହ ଝାଡୁରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ


ମିଳିଥିବା ରିପୋର୍ଟ ଅନୁସାରେ, ଅଭିଯୁକ୍ତ ସ୍ୱାମୀର ନାମ ଅଲ୍ଵାରୋ ହୋଇଥିବା ବେଳେ ମୃତକଙ୍କ ନାମ ମାରିଆ ମୋଣ୍ଟସେରାଟ କୁହାଯାଉଛି । ଅଲ୍ଵାରୋ ନିଜ ସ୍ତ୍ରୀର ହତ୍ୟା କରିବା ପରେ ମସ୍ତିଷ୍କକୁ ଟ୍ୟାକୋସରେ ରଖି ଖାଇଥିଲା । ସେହିପରି ସ୍ତ୍ରୀର ମୁଣ୍ଡକୁ ଏଶଟ୍ରେ ଭାବେ ବ୍ୟବହାର କରୁଥିଲା । ଦମ୍ପତ୍ତିଙ୍କ ବିବାହ ଗୋଟିଏ ବର୍ଷ ମଧ୍ୟ ହୋଇନଥିଲା ଏବଂ ପିଡ଼ିତାଙ୍କର ପୂର୍ବ ବିବାହରେ ମହିଳାଙ୍କର ୫ଟି ଝିଅ ଥିବା ସୂଚନା ମିଳିଛି । ସବୁଠାରୁ ଛୋଟ ଝିଅ ୧୨ ବର୍ଷର ହୋଇଥିବାବେଳେ ବଡ଼ ଝିଅ ୨୩ ବର୍ଷର ବୋଲି ଜଣା ପଡ଼ିଛି ।

 

ଅଧିକ ପଢ଼ନ୍ତୁ: ଓଡ଼ିଆ ସିନେମା ଓ କଳାକାରଙ୍କୁ ଗୋଡାଉଛି କି ଶନି ମହାଦଶା? ଗୁଡୁ ମରିଗଲେ ବୋଲି ଚର୍ଚ୍ଚା, ଥାନାକୁ ଗଲା ମାମଲା

ମୃତ ମହିଳାଙ୍କ ମା’ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମୃତକଙ୍କ ଝିଅଙ୍କୁ ଫୋନ କରିଥିଲେ ଏବଂ ତାଙ୍କ ମା’ଙ୍କୁ ନେଇଯିବା ପାଇଁ କହିଥିଲା । କିନ୍ତୁ ସେ ପୂର୍ବରୁ ହିଁ ମହିଳାଙ୍କୁ ହତ୍ୟା କରି ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ଅଭିଯୁକ୍ତ ଜଣକ ନିଶାଦ୍ରବ୍ୟ ସେବନ କରୁଥିବା ମୃତ ମହିଳାଙ୍କ ପରିବାର ଦାବି କରିଛନ୍ତି ।

 

Share this story