ପୋଲସରା ବିଧାୟକ ଶ୍ରୀକାନ୍ତଙ୍କ ପାଇଁ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲି - ସଂଯୁକ୍ତା ମହଲ

ex labour minister ki prem kahani

ଓଡ଼ିଆ ଗସିପ୍ ବ୍ୟୁରୋ: ବାସ୍ ଏଇଟା ହିଁ ଶୁଣିବାକୁ ବାକି ଥିଲାରେ ନାରଣ । ଆଉ ନ ହେଲେ ଏତେ ଦିନ ଧରି ଯେଉଁ ଯ।ତେରା ଚାଲିଥିଲା ତାହା ଆଗକୁ ବଢିଥାନ୍ତା କେମିତି । ବୁଝିଲୁ ନାରଣ ମନ୍ତ୍ରୀ ପଦ ଗଲା ପର ଠାରୁ ଭୁବନେଶ୍ୱର ମାଡ଼ି ନାହାନ୍ତି ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଆଉ ଏପଟେ କିନ୍ତୁ ଗୋଟାଏ ପରେ ଗୋଟାଏ ବାଣ ମାରି ଚାଲିଛନ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି ଦାବି କରୁଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲା । 

ଅଧିକ ପଢ଼ନ୍ତୁ: ଋଣ ଦେଉଛି ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ: ମାତ୍ର ୩୦ ସେକେଣ୍ଡରେ ପାଇବେ ୫ ଲକ୍ଷ ଯାଏ ଋଣ

ଦିନେ ଯିଏ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଶାରୀରିକ ଶୋଷଣ ଅଭିଯୋଗ ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ ଏବଂ ମିଡିଆ ଆଗରେ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ନାନା ଅଭିଯୋଗ କରିଥିଲେ ଏବେ ସିଏ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । କହିଛନ୍ତି ଶ୍ରୀକାନ୍ତଙ୍କ ପାଇଁ ମୁଁ ମୋ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲି । ଶ୍ରୀକାନ୍ତ ତାଙ୍କ 25 ବର୍ଷର ଦାମ୍ପତ୍ୟ ଜୀବନରେ ଯେତିକି ଥର ସ୍ତ୍ରୀ ସୁଖ ପାଇନଥିବେ ତା ଠାରୁ ଅଧିକ ମୋ ଠାରୁ ପାଇଛନ୍ତି ।  ମୁଁ ତାଙ୍କୁ ସେ ସବୁ ସୁଖ ଦେଇଛି ଯାହା ସେ ମୋ ଠାରୁ ପାଇବାକୁ ଚାହୁଁଥିଲେ । 

ସେ ଏହା ବି ଦାବି କରିଛନ୍ତି ଯେ, ଶ୍ରୀକାନ୍ତ ସାହୁଙ୍କୁ ଏମିତି କିଛି ବେମାର ହୋଇଥିଲା ଯାହା ତାଙ୍କ ସ୍ତ୍ରୀ ଜାଣିନାହାନ୍ତି କିନ୍ତୁ ମୁଁ ଜାଣିଛି । ମୋ ପାଖରେ ସବୁ କାଗଜ ପତ୍ର ରହିଛି । ଶ୍ରୀକାନ୍ତ ସାହୁଙ୍କ ସମ୍ପର୍କରେ କହିବାକୁ ଯାଇ ମହଲା କହିଛନ୍ତି ଯେ, 2015ରୁ ପୋଲସରା ବିଧାୟକଙ୍କ ସହ ତାଙ୍କର ସମ୍ପର୍କ । ପୋଲସରା ଏରିଆକୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଇଠି ଚିହ୍ନା ପରିଚୟ ଓ ସମ୍ପର୍କ ହୋଇଥିଲା । ଶ୍ରାକାନ୍ତ ସାହୁ ହିଁ ତାଙ୍କୁ ପ୍ରଥମେ ଫୋନ୍ ଫାନ୍ କରି ପ୍ରପୋଜ କରିଥିଲେ ଏବଂ ସଂପର୍କ ଆଗକୁ ନେଇବାକୁ ଫୁସଲା ଫୁସଲି କରିଥିଲେ । 

ଅଧିକ ପଢ଼ନ୍ତୁ: ଶାଶୂକୁ ନିର୍ଯାତନା: ଗୋଡ଼ରେ ବେଡି ପକାଇବା ସହ ଝାଡୁରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ

ସଂଯୁକ୍ତା ମହଲ ଏହା ମଧ୍ୟ କହିଛନ୍ତି ଯେ, ଶ୍ରୀକାନ୍ତ ଓ ତାଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ସଂପର୍କ ରହିଥିଲା । ସେମାନେ ଅନେକ ଥର ରାତି ବିତାଇଛନ୍ତି । ହେଲେ କଣ ହେଲା କେଜାଣି ଏବେ ଆଉ ସେକାଳର ପଖାଳ ଭଳି ଆଉ ମଧୁର ସମ୍ପର୍କ ନାହିଁ । ସବୁ କିଛି ବଦଳି ଯାଇଛି । ହେଲେ କାହିଁକି ବିବାଦ ହେଲା କଣ ପାଇଁ ବିବାଦ ହେଲା କେଁ କିଏ ପୁରାଇଲ ସେ ନେଇ କିଛି କହିନଥିବା ବେଳେ ଇଶାରା ଇଶାରାରେ ଲଭ୍ ରୋମାନ୍ସ ସେକ୍ସ ଓ ପ୍ରତାରଣା ଆଡକୁ ଇଙ୍ଗିତ କରିଛନ୍ତି ସଂଯୁକ୍ତା ମହଲା । 

 

Share this story