ଓଡ଼ିଆ ସିନେମା ଓ କଳାକାରଙ୍କୁ ଗୋଡାଉଛି କି ଶନି ମହାଦଶା? ଗୁଡୁ ମରିଗଲେ ବୋଲି ଚର୍ଚ୍ଚା, ଥାନାକୁ ଗଲା ମାମଲା

RIP Gudu message is getting viral in social media

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶା ପାଇଁ ଦୁଃଖଦ ଖବର । ଓଡ଼ିଆ ସିନେମା ପାଇଁ ଅତି ଖରାପ ଖବର । ଓଡ଼ିଆ ସିନେମା ପ୍ରେମୀ ବିଶେଷ କରି କମେଡି ଦେଖିବାକୁ ଭଲ ପାଉଥିବା ଦର୍ଶକଙ୍କ ପାଇଁ ତ ଏହି ଖବର ଅତ୍ୟନ୍ତ ନିରାଶା ଜନକ ଅଟେ । ଜଣଙ୍କ ପରେ ଜଣେ ଓଡ଼ିଆ କଳାକାର ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିବା ବେଳେ ଏବେ ଆଉ ଜଣେ ଓଡ଼ିଆ ଯୁବ କଳାକାରଙ୍କ ମୃତ୍ୟୁ ଖବର ଓଡିଆ ଦର୍ଶକଙ୍କ ପାଇଁ ଦୁଃଖ ଆଣିଦେଇଛି ।

ସମସ୍ତଙ୍କୁ ହସେଇ ହସି ବେଦମ କରୁଥିବା ହାସ୍ୟ କଳାକାର ଗୁଡୁ ଙ୍କ ଦେହାନ୍ତ ହୋଇଥିବା ନେଇ ସୋସିଆଲ ମିଡିଆରେ ନିଆଁ ଭଳି ପ୍ରଚାର ହେଉଛି । ଆଉ ଏହି ଖବର what's AAP group ରୁ ବାହାରି ଅନ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଅଭିନେତା ଗୁଡ଼ୁଙ୍କ ମୃତ୍ୟୁ ଖବର ସତ କି ଏହା ମିଛ ତାହା ଜଣା ପଡିନାହିଁ ।

ସେପଟେ ଅଭିନେତା ଗୁଡୁଙ୍କ ମୃତ୍ୟୁ ଖବର ଗୁଜବ ବୋଲି ଦାବି କରି ଥାନାରେ ଏତଲା ଦିଆଯାଇଥିବା ଜଣା ପଡ଼ିଛି । ଯଦି ଏହା ଗୁଜବ ତେବେ ଯେଉଁଠୁ ଗୁଜବ ଆରମ୍ଭ ହୋଇଛି ଏବଂ ଯିଏ ଯିଏ ଏହାକୁ ଭାଇର କରୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ : ବଲାଙ୍ଗିର ରାଜାଙ୍କ ଫୋନ୍ ଷ୍ଟାଟସରେ ବିଜେପି ନେତ୍ରୀଙ୍କ ଅଧା ନଗ୍ନ ଫଟୋ ଭାଇରାଲ

ଅଧିକ ପଢ଼ନ୍ତୁ : ପାଣିପାଗ ବିଭାଗର ରେନ୍ ଆଲର୍ଟ; ରାଜ୍ୟକୁ ଆଉ ଏକ ଲଘୁଚାପ ଭୟ: ବଢ଼ିବ ବର୍ଷା, ଭିଜିବ ଓଡ଼ିଶା

ସୂଚନା ଥାଉ କି ଡିଜିଟାଲ ଇଣ୍ଡିଆ ରେ ପ୍ରତିଦିନ ଏମିତି ଶହ ଶହ ଖବର ଭାଇର ହେଉଥିବା ହୋଇଛି । ତେବେ ଏହି ସବୁ ଖବର ସତ କି ମିଛ ଲୋକେ ନ ଜାଣି ଆଉ ଏହାର ଭିତରେ ଏମିତି ସବୁ ଭାଇରାଲ୍ ଖବର ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବା ଦରକାର ।

ଯଦି ଏହି ଖବର ମିଛ ହୋଇଥାଏ ତେବେ ଦେଖିବାକୁ ବାକି ରହିଛି କି କମିସନରେଟ ପୋଲିସ ଏହି ଘଟଣାକୁ ନେଇ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Share this story