ପାଣିପାଗ ବିଭାଗର ରେନ୍ ଆଲର୍ଟ; ରାଜ୍ୟକୁ ଆଉ ଏକ ଲଘୁଚାପ ଭୟ: ବଢ଼ିବ ବର୍ଷା, ଭିଜିବ ଓଡ଼ିଶା

low depression calls heavy rainfall in odisha

ଓଡ଼ିଆ ଗସିପ ବ୍ୟୁରୋ : ଆସନ୍ତା ସପ୍ତାହରେ ପୁଣି ଥରେ ବଡ଼ ବର୍ଷାରେ ଭିଜିବ ଓଡ଼ିଶା । ଏନେଇ ନୂଆଦିଲ୍ଲୀ ସ୍ଥିତ ମୌସୁମ ବିଭାଗ ପକ୍ଷରୁ ଜନହିତରେ ସୂଚନା ଜାରି କରାଯାଇଛି  ।

ଓଡ଼ିଶାରେ ମୌସୁମୀ ଆସୁ ଆସୁ ଲୁଚକାଳି ଖେଳୁଥିବା ବେଳେ ଏବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀକୁଳ ଖୁସି ବ୍ୟକ୍ତ କରିବେ ବୋଲି ଆଶା କରାଯାଇଛି ।

ସେପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ସହ, ବର୍ଷାର ପରିମାଣ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅଧିକ ପଢ଼ନ୍ତୁ : ଆରମ୍ଭରୁ ହଇରାଣ କରିବାକୁ ମନ କରିଛି କି ମୌସୁମୀ; ଗାର୍ଲଫ୍ରେଣ୍ଡ ଭଳି ଖେଳୁଛି ଲୁଚକାଳି

ରାଜ୍ୟରେ ୨୮ ଜୁନ ସୁଦ୍ଧା ୧୫୬.୧ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶତ କମ ଅଛି । ଏହା ସ୍ୱାଭାବିକ ପରିସରରେ ଆସୁଥିବା ବେଳେ ଦେବଗଡ଼ରେ ସର୍ବାଧିକ ୩୦୭. ୬ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକଠାରୁ ୮୬ପ୍ରତିଶତ ଅଧିକ ରହିଛି ।

ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଗତ ବର୍ଷ ଜୁନ୍‌‌ରେ ୧୩୬.୧ ମିମି ବର୍ଷା ରେକର୍ଡ ହୋଇଥିଲା, ଏଥର ବର୍ତ୍ତମାନ ସୁଧା ୧୫୬.୧ ମିମି ବର୍ଷା ହୋଇ ସାରିଛି ।

ବର୍ତ୍ତମାନ ରାଜ୍ୟରେ ପାଣିପାଗରେ ସେମିତି କିଛି ନିର୍ଦ୍ଦିଷ୍ଟ ପ୍ରଭାବ ନାହିଁ । ଦିନରେ ଗୁଳୁଗୁଳି ଅନୁଭୂତ ହେବ । ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଛି, ଯାହା ଫଳରେ ଆଦ୍ରତା ଅଧିକ ରହିଛି ।

Share this story