ବଲାଙ୍ଗିର ରାଜାଙ୍କ ଫୋନ୍ ଷ୍ଟାଟସରେ ବିଜେପି ନେତ୍ରୀଙ୍କ ଅଧା ନଗ୍ନ ଫଟୋ ଭାଇରାଲ

half naked photos of BJP woman leader getting viral in social media

ଓଡ଼ିଆ ଗସିପ୍ ବ୍ୟୁରୋ: ବଲାଙ୍ଗିର ରାଜା କନକ ବର୍ଦ୍ଧନ ସିଂଦେଓଙ୍କ ଫୋନ୍ ଷ୍ଟାଟସରେ ନିଜ ଦଳର ଜଣେ ନେତ୍ରୀଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ପୋଷ୍ଟ ହେବା ଏବଂ ପରେ ତାହା ଡିଲିଟ୍ ହେବା ଖବରକୁ ନେଇ ଏବେ ସରଗରମ ଚର୍ଚ୍ଚା ।

ପଶ୍ଚିମ ଓଡ଼ିଶାର ଏହି ବରିଷ୍ଠ ନେତା ଜଣେ ନେତ୍ରୀଙ୍କ ଫଟୋ ପୋଷ୍ଟ କରି ଡିଲେଟ କରିଥିଲେ ମଧ୍ୟ ଅନେକ ୟୁଜର୍ସ ଏହାର ସ୍ନାପ ସଟ୍ ନେଇ ଭାଇରାଲ କରୁଥିବା ଜଣାପଡ଼ୁଛି । ସେପଟେ ଏଭଳି କିଛି ଘଟଣା ପରେ କାନ କୁହା ଟୁପୁରୁ ଟାପୁରୁ ଅଧିକ ହୋଇଛି ।

ଖବର ଅନୁସାରେ ଦୁଇ ଦିନ ତଳେ ଏହି ନେତାଙ୍କ ଫୋନରୁ ସୋସିଆଲ ମିଡିଆରେ ନିଜ ଦଳର ଜନୈକ ନେତ୍ରୀଙ୍କ ଅର୍ଦ୍ଧନଗ୍ନ ଫଟୋ ଭାଇରାଲ ହୋଇଥିଲା । ଯାହା ପରେ  ଉଭୟ ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଏହାକୁ କଡ଼ା ନିନ୍ଦା କରାଯାଉଛି ।

ଅଧିକ ପଢ଼ନ୍ତୁ : ପାଣିପାଗ ବିଭାଗର ରେନ୍ ଆଲର୍ଟ; ରାଜ୍ୟକୁ ଆଉ ଏକ ଲଘୁଚାପ ଭୟ: ବଢ଼ିବ ବର୍ଷା, ଭିଜିବ ଓଡ଼ିଶା

ଅଧିକ ବୁଝିବାରୁ ଜଣାପଡ଼ିଛି ଯେ, ଗତ ପୌର ନିର୍ବାଚନରେ ସଂପୃକ୍ତ ନେତ୍ରୀଜଣକ ଏକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ସଂପୃକ୍ତ ମହିଳାଙ୍କୁ ଟିକେଟ ଦେବା ନେଇ ସେ ସମୟରେ ଅନେକ ଝଡ଼ ସୃଷ୍ଟି ହୋଇଥିଲା । ଏପରିକି ଦଳ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା ।

କୌଣସି ଭିତିରି ବୁଝାମଣା କରି ତାଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ଦିଆଯାଇଥିବା କେତେକ ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଥିଲେ । ହେଲେ କାହାରି କଥା ନ ଶୁଣି ତାଙ୍କୁ ଟିକେଟ ଦିଆଯାଇଥିଲା ।

ହେଲେ ନିକଟରେ ସଂପୃକ୍ତ ମହିଳା ନେତ୍ରୀଙ୍କର ଫଟୋ ଭାଇରାଲ ହେବା ପରେ ନେତା ନେତ୍ରୀଙ୍କ ମଧ୍ୟରେ ଏଭଳି ଭିତିରି ବୁଝାମଣା ଥିଲା କି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

Share this story